ନ୍ୟୁ ଇଣ୍ଡିଆ କୋ-ଅପରେଟିଭ୍ ବ୍ୟାଙ୍କ ଉପରେ ବ୍ୟାନ୍ ଲଗାଇଲା RBI, ଫସିଲା ଲୋକଙ୍କ ଜମାପୁଞ୍ଜି

Published By : Prameya-News7 Bureau | February 14, 2025 IST

ନୂଆଦିଲ୍ଲୀ: ମୁମ୍ୱାଇରେ ନ୍ୟୁ ଇଣ୍ଡିଆ କୋ-ଅପରେଟିଭ ବ୍ୟାଙ୍କକୁ ଆରବିଆଇ ବ୍ୟାନ୍ କରିଛି । କେନ୍ଦ୍ରୀୟ ବ୍ୟାଙ୍କର ଘୋଷଣା ପରେ ଏହି ବ୍ୟାଙ୍କର ସବୁ ଶାଖାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଲୋକେ ଚିନ୍ତିତ ଅଛନ୍ତି । ଲୋକଙ୍କ କଷ୍ଟ ଅର୍ଜିତ ଧନ ବ୍ୟାଙ୍କରେ ଅଟକ ପଡ଼ିଛି । କାହାର ଲକ୍ଷେ ତ ପୁଣି କାହାର ପୂରା ଅବସରକାଳୀନ ଟଙ୍କା ଫସି ରହିଛି । ଆରବିଆଇ ନିୟମ ଅନୁସାରେ ଗ୍ରାହକ ଏବେ କେବଳ ୫ ଲକ୍ଷ ଟଙ୍କା ଯାଏ ହିଁ ବାହାର କରିପାରିବେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ନ୍ୟୁ ଇଣ୍ଡିଆ କୋ-ଅପରେଟିଭ ବ୍ୟାଙ୍କରେ ବ୍ୟାପକ ଅନିୟମିକତା ଯୋଗୁ ବ୍ୟାଙ୍କର କାର୍ଯ୍ୟ ଉପରେ ରୋକ୍ ଲଗାଯାଇଛି । ଆରବିଆଇ ଦ୍ୱାରା କଟକଣା ଲାଗୁ କରାଯିବା ପରେ ବ୍ୟାଙ୍କର ଖାତାଧାରକ ନିଜ ଜମାପୁଞ୍ଜି ବାହାର କରିପାରିବେ ନାହିଁ । ନ୍ୟୁ ଇଣ୍ଡିଆ ସମବାୟ ବ୍ୟାଙ୍କ ଏବେ କୌଣସି ଲୋନ୍ ଦେଇପାରିବ ନାହିଁ କି ଜମା ରଖିପାରିବ ନାହିଁ । 

ଏହି କଟକଣା ଆଗାମୀ ୬ ମାସ ଯାଏ ଲାଗୁ ରହିବ । ୬ ମାସ ପରେ ଆରବିଆଇ ପୁଣି ଥରେ ନିଷ୍ପତ୍ତିର ସମୀକ୍ଷା କରିବ । ତେବେ ବ୍ୟାଙ୍କ କର୍ମଚାରୀଙ୍କ ଦରମା, ଭଡ଼ା ଏବଂ ବିଜୁଳି ବିଲ୍ ପରି ଜରୁରୀ ଖର୍ଚ୍ଚ କରିବା ପାଇଁ ଅନୁମତି ଦିଆଯାଇଛି । ମୁମ୍ୱାଇ, ଥାଣେ, ପାଲଘରରେ ଏହି ବ୍ୟାଙ୍କର ମୋଟ ୨୬ ଶାଖା ରହିଛି । ସୁରଟରେ ବ୍ୟାଙ୍କର ୨ଟି ବ୍ରାଞ୍ଚ୍ ରହିଛି । ବ୍ୟାଙ୍କରେ ଖାତାଧାରକଙ୍କ ସଂଖ୍ୟା ଲକ୍ଷାଧିକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.