ନୂଆଦିଲ୍ଲୀ ୨୭।୦୮; ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ। ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । ଟିମ୍ ଇଣ୍ଡିଆର ଏହି ଷ୍ଟାର୍ ସ୍ପିନର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ଆଉ IPLରେ ଖେଳୁଥିବା ନଜର ଆସିବେ ନାହିଁ । ତେବେ ସେ ଅନ୍ୟାନ୍ୟ ଟି-୨୦ ଲିଗ୍ରେ ଖେଳ ଜାରି ରଖିବେ । ଅଶ୍ୱିନୀ ଗତ ୨୦୨୪ ମସିହା ଡିସେମ୍ବର ୧୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେତେବେଳେ ସେ IPL ଖେଳିବା ଜାରି ରଖିବେ ବୋଲି କହିଥିଲେ ।
ସେ ଗତ ସିଜିନ୍ IPLରେ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଖେଳିଥିଲେ। ଅଶ୍ୱିନୀ ୯ଟି ମ୍ୟାଚରେ ୭ଟି ୱିକେଟ୍ ନେଇଥିଲେ ଏବଂ ୩୩ ରନ୍ ବି କରିଥିଲେ । ଗତବର୍ଷ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ଅଶ୍ୱିନୀ । ୨ ଦିନ ତଳେ ଭେଟେରାନ ଚେତେଶ୍ୱର ପୂଜାରା ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ । ନିକଟରେ ଚେନ୍ନାଇ ସୁପର କିଙ୍ଗସ୍ ଉପରେ ଅନେକ ବିବାଦୀୟ ବୟାନ ଦେଇଥିଲେ ଅଶ୍ୱିନୀ । ପରେ ଆଲୋଚନା ହେଉଥିଲା ଯେ ଅଶ୍ୱିନୀ IPL କ୍ୟାରିଅରକୁ ନେଇ ଶୀଘ୍ର ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ଏନେଇ ଅଶ୍ୱିନୀ ଆଜି ସୋସିଆଲ ମିଡିଆରେ IPLରୁ ଅବସର ଘୋଷଣା କରିଛନ୍ତି ।
Special day and hence a special beginning.
— Ashwin 🇮🇳 (@ashwinravi99) August 27, 2025
They say every ending will have a new start, my time as an IPL cricketer comes to a close today, but my time as an explorer of the game around various leagues begins today🤓.
Would like to thank all the franchisees for all the…
ତାଙ୍କ ଅବସର ପୋଷ୍ଟ ସେୟାର କରି ଲେଖିଛନ୍ତି - " ଆଜି ଏକ ସ୍ୱତନ୍ତ୍ର ଦିନ । ତେଣୁ ଏକ ନୂଆ ଆରମ୍ଭ ହେବାକୁ ଯାଉଛି । ସବୁ ଶେଷର ଏକ ନୂଆ ଆରମ୍ଭ ହୋଇଥାଏ । ଜଣେ ଆଇପିଏଲ କ୍ରିକେଟର ଭାବେ ଆଜି ମୋର କ୍ୟାରିୟର ଶେଷ ହେଉଛି । ହେଲେ ବିଶ୍ୱର ଅନ୍ୟ ଟି୨୦ ଲିଗ୍ରେ ଖେଳ ଜାରି ରହିବ । ଏ ପର୍ଯ୍ୟନ୍ତ ବିସିସିଆଇ ଓ ଆଇପିଏଲ ମୋତେ ଯାହା ଦେଇଛନ୍ତି ସେ ନେଇ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଏତେ ବର୍ଷ ଧରି ସୁନ୍ଦର ସମ୍ପର୍କ ପାଇଁ ସବୁ ଫ୍ରାଞ୍ଚାଇଜକୁ ଧନ୍ୟବାଦ ।ଆଗାମୀ ସମୟକୁ ଉପଭୋଗ କରିବାକୁ ଅପେକ୍ଷା କରିଛି ।"