ପୁରୀ: ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ। ଘୋଷଣା ହେଲା ରତ୍ନଭଣ୍ଡାର ଗଣତିମଣତି ତାରିଖ। ସୋମବାର ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିର୍ଦ୍ଧାରିତ ହୋଇଛି ଗଣତିମଣତି ତାରିଖ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ ଆସନ୍ତା ମାର୍ଚ୍ଚ ୨୫ ତାରିଖ ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି। ଦିନ ୧ଟା ୪୫ରୁ ଆରମ୍ଭ ହେବାକୁ ଥିବା ବେଳେ ଗଣତିମଣତିରେ ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା ପାଳନ ହେବ ଏସଓପି।

ସୂଚନାଥାଉକି, ସୋମବାର ଅପରାହ୍ନ ୪ଟା ୩୦ରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠି ହୋଇଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପିଙ୍କ ସହିତ ପରିଚାଳନା କମିଟି ସଦସ୍ୟ ମାନେ ବୈଠକରେ ଭାଗ ନେଇଥିଲେ।

ପୂର୍ବରୁ ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହୋଇଥିବାବେଳେ ସୋମବାର ତାରିଖ ଓ ଶୁଭ ବେଳା ସ୍ଥିର ହୋଇଛି।