ରାଜ୍ୟସଭା ୪ର୍ଥ ସିଟ୍ ପାଇଁ କସରତ ଜୋର୍, ବିଜେଡି-ବିଜେପି ମଧ୍ୟରେ ସହମତି ହେବ କି ? ଉତ୍ତର ରଖିଲେ ବିଜେପି ସାଂସଦ

NEWS7
ranya-to-remain-in-jail

ଭୁବନେଶ୍ବର ୨୬/୧: ରାଜ୍ୟସଭା ନିର୍ବାଚନକୁ ନେଇ ଥମିବାର ନାଁ ନେଉନି ବୟାନବାଜି । ଚତୁର୍ଥ ସିଟ୍‌ ହାତେଇବାକୁ ସବୁ ଦଳ ଜାରି ରଖିଛନ୍ତି ରଣନୀତି । ତେବେ ଚତୁର୍ଥ ସିଟ୍‌ ପାଇଁ ବିଜେପି କି ବିଜେଡି ପାଖରେ ଆବଶ୍ୟକ ସଂଖ୍ୟା ନାହିଁ । ଏଥିପାଇଁ ବିଜେଡି ଓ ବିଜେପି ମଧ୍ୟରେ ସହମତି ହେବ କି । ଏହି ପ୍ରଶ୍ନର ଉତ୍ତର ରଖି ବିଜେପି ସାଂସଦ ବଳଭଦ୍ର ମାଝୀ କହିଛନ୍ତି ଏହାକୁ ନେଇ ଯାହା କରିବା କଥା ବିଜେପିର ଶୀର୍ଷ ନେତୃତ୍ଵ କରିବେ । ଗଣତନ୍ତ୍ରରେ କାହାକୁ ଅନୁରୋଧ କରିବା,  କାହାକୁ ନିବେଦନ କରିବା କିଛି ଭୁଲ ନୁହେଁ ।ଆମେ ସମସ୍ତଙ୍କୁ ଅନୁରୋଧ କରିବୁ । ଚତୁର୍ଥ ସିଟ ପାଇଁ ଆମକୁ ସମସ୍ତେ ଖୁସିରେ ଖୁସିରେ ସମର୍ଥନ ଦେବେ । ଚତୁର୍ଥ ସିଟ ପାଇଁ ବିଜେଡି କିମ୍ବା କଂଗ୍ରେସର ସଂଖ୍ୟା ନାହିଁ, ତେଣୁ ଉଭୟ ବିଜେଡି-କଂଗ୍ରେସ ଆମକୁ ସମର୍ଥନ ଦେବେ।

ବିଜେପି ସାଂସଦ ଆହୁରି କହିଛନ୍ତି ରାଜ୍ୟସଭାରେ ସଂଖ୍ୟା ନ ଥିଲେ ମଧ୍ୟ ବହୁତ ବିଲ୍‌ ପାରିତ କରିବାରେ ବିଜେପି ସଫଳ ହୋଇଛି । ବିଜେପି ରାଜ୍ୟସଭାରେ ତାର ସିଟ୍ ସଂଖ୍ୟା ବଢାଇବା ପାଇଁ ଚାହୁଁଚି ।  ଯେହେତୁ ବିଜେପି ଓଡ଼ିଶା ବାସୀଙ୍କୁ ନିଷ୍ଠାର ସହିତ ସେବା କରୁଚି । ଯେଉଁ ମାନେ ଦେଶ ତଥା ରାଜ୍ୟର ହିତ ଚାହୁଁଛନ୍ତି ଚତୁର୍ଥ ସିଟ୍‌ ମଧ୍ୟ ବିଜେପିକୁ ଦେବେ। ରାଜ୍ୟସଭା ଅଙ୍କ ସମସ୍ତେ ଜାଣିଛନ୍ତି । ଅଙ୍କ ଆପେ ଆପେ ହେଇଯିବ, ଚତୁର୍ଥ ସିଟ୍ ଆମର ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ସାଂସଦ ମାଝୀ । ଏସବୁ ଭିତରେ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟଙ୍କ ନାଁକୁ ନେଇ ଚର୍ଚ୍ଚା ହୋଇଥିଲା । ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ତାଙ୍କ ସରକାରୀ ବାସଭବନରେ  ଭେଟିବା ପରେ ଜୋର ଧରିଥିଲା ଚର୍ଚ୍ଚା । ସାକ୍ଷାତ ପାରିବାରିକ କହି ଉଭୟ ସଫେଇ ଦେଇଥିଲେ । ତେବେ ୪ ଜଣ ସାଂସଦ ନିରଞ୍ଜନ ବିଶି, ମୁନ୍ନା ଖାଁ,ସୁଜିତ କୁମାର,ମମତା ମହାନ୍ତଙ୍କ କାର୍ଯ୍ୟକାଳ ସରୁଥିବାରୁ ପୁଣି ଥରେ ନିର୍ବାଚନ ହେବ । ​​​​​​​