ମୁମ୍ଵାଇ ୦୬।୦୬; ରଣବୀର କପୁର ଏବଂ ଆଲିଆ ଭଟ୍ଟ ବଲିଉଡର କ୍ୟୁଟ୍ କପଲ । ପ୍ରଶଂସକମାନେ ଉଭୟଙ୍କ କେମେଷ୍ଟ୍ରିକୁ ବହୁତ ପସନ୍ଦ କରନ୍ତି । ବର୍ତ୍ତମାନ ଏହି ଦମ୍ପତି ଏକ ଚମତ୍କାର ନୂଆ କାର କିଣିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସଂଗ୍ରହରେ ଏକ ବିଳାସପୂର୍ଣ୍ଣ ଲେକ୍ସସ୍ ଏଲ୍ଏମ୍ କାର୍ ଅନ୍ତର୍ଭୁକ୍ତ କରାଯାଇଛି। ଯାହାର ମୂଲ୍ୟ କୋଟି କୋଟି ବୋଲି କୁହାଯାଉଛି।
ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳେ ଯେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ନୂଆ କାର ସେମାନଙ୍କ ବାସ୍ତୁରେ ପ୍ରବେଶ କରୁଛି । କିନ୍ତୁ କୁହାଯାଉଛି ଯେ ଦମ୍ପତି ଝିଅ ରାହାଙ୍କ ସହ ସୋମବାର ସମାନ କାରରେ ବିମାନବନ୍ଦରରୁ ନିଜ ଘରେ ପହଞ୍ଚିଥିଲେ। ଏହି କାରର ମୂଲ୍ୟ ପ୍ରାୟ ୨.୫୦ କୋଟି ଅଟେ ।
ଏହାପୂର୍ବରୁ ରଣବୀର କପୁର ବେଣ୍ଟଲି କାର କିଣିଥିଲେ। ଯାହାର ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା ଥିଲା। ଏହି ଅଭିନେତା ଗତ ବର୍ଷ ବିଳାସପୂର୍ଣ୍ଣ ରେଞ୍ଜ ରୋଭର କାର ମଧ୍ୟ କିଣିଥିଲେ । ଯେଉଁଥିପାଇଁ ସେ ୪ କୋଟି ଟଙ୍କା ଦେଇଥିଲେ। ରଣବୀର କପୁର ଏବଂ ଆଲିଆ ଭଟ୍ଟ ସମାନ କାରରେ ରକୁଲ ପ୍ରୀତ ସିଂ-ଜ୍ୟାକି ଭାଗ୍ନାନୀଙ୍କ ଘରେ ପହଞ୍ଚିଥିଲେ।
ରଣବୀର ଏବଂ ଆଲିଆଙ୍କ କାର କଲେକସନ୍
ରିପୋର୍ଟ ଅନୁଯାୟୀ, ରଣବୀର କପୁରଙ୍କର ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ଅଟୋବିଓଗ୍ରାଫି (୩.୨୭ କୋଟି), ଅଡି ଏ ୮ ଏଲ (୧.୭୧ କୋଟି), ମର୍ସିଡିଜ-ଏମଜି ଜି ୬୩ (୨.୨୮ କୋଟି), ଅଡି R8 (୨.୭୨ କୋଟି) ଭଳି କାର ରହିଛି। ଆଲିଆଙ୍କ କାର କଲେକସନ୍ରେ ଲ୍ୟାଣ୍ଡ ରୋଭର-ରେଞ୍ଜ ରୋଭର ଭୋଗ (୨.୮ କୋଟି), ଅଡି A6 (୭୦ ଲକ୍ଷ), ବିଏମଡବ୍ଲୁ ୭-ସିରିଜ୍ (୧.୮ କୋଟି), ଅଡି Q5 (୭୯ ଲକ୍ଷ) ଏବଂ ଅଡି Q7 (୯୪ ଲକ୍ଷ) ଅନ୍ତର୍ଭୁକ୍ତ ।