ସଂସଦରେ କଙ୍ଗନାଙ୍କ ରହିବାର ଯୋଗ୍ୟତା ନାହିଁ, ଅଭିନେତ୍ରୀଙ୍କ ବୟାନ ପରେ ଭଡକିଲେ ଭଦ୍ରା

Published By : Prameya-News7 Bureau | August 31, 2024 IST

ନୂଆଦିଲ୍ଲୀ ୩୧/୦୮: ଚର୍ଚ୍ଚା-କଙ୍ଗନା । ଅଭିନେତ୍ରୀଙ୍କ ପିଛା ଛାଡେନି ବିବାଦ । ହଁ ଆଜ୍ଞା ଆମେ କହୁଛୁ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ କଥା । ଆଜିକାଲି ସେ ବେଶ ଚର୍ଚ୍ଚାରେ ରହୁଛନ୍ତି । ପୂର୍ବରୁ ସେ ଫିଲ୍ମ ଏମରଜେନ୍ସିକୁ ନେଇ ଖୁବ ଚର୍ଚ୍ଚାରେ ଥିଲେ । ବେଳେବେଳେ ରାଜନୈତିକ ବୟାନବାଜିକୁ ନେଇ ଲାଇମ୍‌ଲାଇଟ୍‌ରେ ରୁହନ୍ତି । 

ଏବେ ସେ ପୁଣିଥରେ ଗଣମାଧ୍ୟମରେ ହେଡଲାଇନ ପାଲଟିଛନ୍ତି । ଏଥର କିନ୍ତୁ ସେ ଟାର୍ଗେଟର ଶିକାର ହୋଇଛନ୍ତି । କଙ୍ଗନାଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ସ୍ବାମୀ ରେବର୍ଟ ଭଦ୍ରା । କୃଷକଙ୍କ ଉପରେ ନିକଟରେ ଦେଇଥିବା ବିବୃତି ପାଇଁ ବର୍ଷିଛନ୍ତି ରେବର୍ଟ । ସେ କହିଛନ୍ତି କି, କଙ୍ଗନା ଜଣେ ମହିଳା ହୋଇଥିବାରୁ ମୁଁ ତାଙ୍କୁ ସମ୍ମାନ କରେ । 

କିନ୍ତୁ ସେ ସାଂସଦ ହେବା ପାଇଁ ଯୋଗ୍ୟ ନୁହଁନ୍ତି କି ତାଙ୍କର ସଂସଦରେ ସ୍ଥାନ ନାହିଁ । ମୁଁ ଭାବୁଛି ସେ ଲୋକଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ । ଏହାସହ ସେ ମହିଳାଙ୍କ କଥା ମଧ୍ୟ ଭାବନ୍ତି ନାହିଁ । ଏହାସହ ରବର୍ଟ କହିଛନ୍ତି କି, ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ମହିଳାଙ୍କ ସୁରକ୍ଷା ସମ୍ପର୍କରେ ପଦକ୍ଷେପ ନେବା ଉଚିତ । 

ତେବେ କହି ରଖୁଛୁ କି, କୃଷକଙ୍କ ଆନ୍ଦୋଳନକୁ ନେଇ କଙ୍ଗନା ନିଜର ବିବୃତ୍ତିରେ କହିଥିଲେ କି, ଯଦି ଦେଶରେ ଶକ୍ତିଶାଳୀ ସରକାର ନଥାନ୍ତେ ତାହେଲେ ବାଂଲାଦେଶ ଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । ଯାହାକୁ ନେଇ ଏବେ କଙ୍ଗନାକୁ ବିରୋଧୀମାନେ ଘେରିବା ସହ ସମାଲୋଚନା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.