ନୂଆଦିଲ୍ଲୀ ୦୨।୦୫: କଣ୍ଟ୍ରୋଭର୍ସି କୁଇନ୍ ରାଖୀ ସାଓ୍ବନ୍ତ । ପ୍ରତ୍ୟେକ ଦିନ କିଛି ନା କିଛି କାରଣ ପାଇଁ ବିବାଦ ଘେରି ହୋଇଥାନ୍ତି । ନିଜର ପର୍ସନାଲ୍ ଏବଂ ପ୍ରଫେସନାଲ୍ ଲାଇଫ୍କୁ ନେଇ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ । ବର୍ତ୍ତମାନ ପୁଣି ଆଲୋଚନାକୁ ଆସିଛନ୍ତି କଣ୍ଟ୍ରୋଭର୍ସି କୁଇନ୍ । ସେ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ବିଷ ଓଗାଳିଛନ୍ତି ।
ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍ । ଯାହାକୁ ନେଇ ଏବେ ବଲିଉଡ଼ ଏବଂ ରାଜନୀତିରେ ଚର୍ଚ୍ଚାର ଶୀର୍ଷ ବିନ୍ଦୁ ପାଲଟିଛି । ରାଖୀ କଙ୍ଗନାଙ୍କ ସହ ରାଜନୀତିରେ ମୁକାବିଲା କରିବାକୁ ଚାହୁଁଛନ୍ତି । ଯଦି କଂଗ୍ରେସ ତାଙ୍କୁ ସୁଯୋଗ ଦିଏ ତେବେ ସେ ମଣ୍ଡିରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ରାଖୀ ସାୱନ୍ତ। ଏପରିକି ସେଠାରେ କଙ୍ଗନାଙ୍କୁ ସହଜରେ ପରାଜିତ ମଧ୍ୟ କରିବେ ବୋଲି କହିଛନ୍ତି ରାଖୀ ।
ଅଭିନେତ୍ରୀ କହିଛନ୍ତି, କଙ୍ଗନା ଗତ ୩ ରୁ ୪ ବର୍ଷ ଧରି ମଣ୍ଡିରୁ ନିର୍ବାଚନ ଲଢ଼ିବାକୁ ସଂଘର୍ଷ କରୁଛନ୍ତି। ବିରୋଧୀ ଦଳକୁ ସେ ସର୍ବଦା ଟାର୍ଗେଟ କରିଛନ୍ତି । ଏଣୁ ଏବେ ମୋତେ ବିଜେପିରୁ ଟିକେଟ ମିଳିବ ନାହିଁ । ବର୍ତ୍ତମାନ କଙ୍ଗନାଙ୍କ ସହ ମୁକାବିଲା କରିବାକୁ ହେଲେ ମୋତେ ବିପରୀତ ଦଳରେ ଠିଆ ହେବାକୁ ପଡ଼ିବ । ଏଣୁ ମୁଁ ରାହୁଲଙ୍କୁ ଅଫର ଦେଉଛି ଯେ ସେ ମୋତେ କଙ୍ଗନାଙ୍କ ବିପକ୍ଷରେ ପ୍ରାର୍ଥୀ କରନ୍ତୁ। ମୁଁ ନିଶ୍ଚିତ ଭାବେ ମଣ୍ଡିରୁ ବିଜେତା ହେବି ବୋଲି କହିଛନ୍ତି ରାଖୀ ସାୱନ୍ତ।