LIVE TV

ଦେଶର ଟ୍ୟାକ୍ସ କଲେକ୍ସନରେ ଜୈନ ସମାଜର ରହିଛି ୨୪ ପ୍ରତିଶତ, ଜନସଂଖ୍ୟା କେବଳ ଅଧା ପରସେଣ୍ଟ : ରାଜନାଥ ସିଂହ

NEWS7
Jains give big tax revenues

ନୂଆଦିଲ୍ଲୀ : ଦେଶରେ ଜୈନ ସଂପ୍ରଦାୟର ଜନସଂଖ୍ୟା ପାଖାପାଖି ୦.୫ ପ୍ରତିଶତ, କିନ୍ତୁ ମୋଟ ଟ୍ୟାକ୍ସ କଲେକ୍ସନରେ ତାଙ୍କର ଯୋଗାଦାନ ୨୪ ପ୍ରତିଶତ ସହ ସମାନ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି କଥା କହିଛନ୍ତି।  ସେ ଏଠାରେ ତିନି ଦିବସୀୟ କାର୍ଯ୍ୟକ୍ରମ ‘ଜିତୋ (ଜୈନ ଅନ୍ତରାଷ୍ଟ୍ରୀୟ ବ୍ୟାପାର ସଙ୍ଗଠନ) କନେକ୍ଟ ୨୦୨୫’ର ଉଦ୍ଘାଟନ ଅଧିବେଶନକୁ ସମ୍ୱୋଧିତ କରି କହିଛନ୍ତି ଯେ, ଜୈନ ସଂପ୍ରଦାୟକୁ ଦୁନିଆରେ ଏକ ପରିଶ୍ରମୀ ଓ ସମୃଦ୍ଧ ସମାଜ ଭାବେ ମନେକରାଯାଏ। ସେ କହିଛନ୍ତି ଯେ, ଜୈନ ସଂପ୍ରଦାୟର ଦର୍ଶନ ଭାରତୀୟ ସଂସ୍କୃତିରେ ଗଭୀର ଭାବେ ଜଡିତ ରହିଛି , ତଥା ଏହାର ଇତିହାସ ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଯାତ୍ରାରେ ଏକ ସୁନ୍ଦର ଅଧ୍ୟାୟ।

ରାଜନାଥ ସିଂହ କହିଛନ୍ତି , ଭାରତୀୟ ଅର୍ଥବ୍ୟବସ୍ଥାରେ ଜୈନ ସଂପ୍ରଦାୟର ଯୋଗଦାନ ଉଲ୍ଲେଖନୀୟ। ଏହାର ଜନସଂଖ୍ୟା ୦.୫ ପ୍ରତିଶତ , କିନ୍ତୁ ମୋଟ ଶୁଳ୍କ ସଂଗ୍ରହର ପାଖାପାଖି ୨୪ ପ୍ରତିଶତ ତାଙ୍କର ଆସିଥାଏ। ସେ କହିଛନ୍ତି , ତାହା ଔଷଧ କ୍ଷେତ୍ର ହେଉ କି ଆଭିଏସନ କିମ୍ୱା ଶିକ୍ଷା କ୍ଷେତ୍ର ହେଉ, ଜୈନ ସଂପ୍ରଦାୟ ସବୁଥିରେ ଅଗ୍ରଣୀ। ସେ କହିଛନ୍ତି ଯେ,ଖେଳନା ଠାରୁ ନେଇ ଟ୍ୟାଙ୍କ ଯାଏ ଭାରତ ସବୁ କିଛି ତିଆରି କରୁଛି ଏବଂ ସେ ଦିନ ମଧ୍ୟ ଦୂରରେ ନାହିଁ ,ଯେବେ ଭାରତ ଦୁନିଆର ଫ୍ୟାକ୍ଟ୍ରି ଭାବେ ଆର୍ବିଭାବ ହେବ। ‘ଜିତୋ କନେକ୍ଟ’ ସାରା ବିଶ୍ୱରେ ଜୈନ ସଂପ୍ରଦାୟର ସଦସ୍ୟଙ୍କୁ ଏକାଠି କରିଥାଏ , ଯାହା ଦ୍ୱାରା ନେଟୱାର୍କିଂ , ନଲେଜ ସେୟାରିଂ ଏବଂ ବ୍ୟବସାୟିକ ସହଯୋଗକୁ ବୃଦ୍ଧି କରାଯାଇ ପାରିବ।

ଏହା ପୂର୍ବରୁ ଗୁରୁବାର ଡିଫେନ୍ସ ମିନିଷ୍ଟର ରାଜନାଥ ସିଂହ ଗୁଜରାଟର ଭୁଜ ମିଲିଟାରୀ ଷ୍ଟେସନରେ ଶସ୍ତ୍ର ପୂଜା କରିଥିଲେ। ସେ କହିଥିଲେ ଯେ, ନିଜର ସଭ୍ୟତାକୁ ଅଜେୟ ଓ ଅକ୍ଷୁର୍ଣ୍ଣ ବଜାୟ ରଖିବା ପାଇଁ ଶସ୍ତ୍ର ବ୍ୟତୀତ ଶାସ୍ତ୍ରର ମଧ୍ୟ ଆବଶ୍ୟକ ହେବ। ସେ ଡିଫେନ୍ସ ଫୋର୍ସେସ୍‌ର ପ୍ରଶଂସା କରି କହିଛନ୍ତି ଯେ, ତାଙ୍କ ପକ୍ଷରୁ ଅପରେସନ ସିନ୍ଦୂରରେ ଆକର୍ଷଣୀୟ କାମ କରାଯାଇଛି।

ସେ କହିଛନ୍ତି ଯେ, ଗୋଟେ ପଟେ ଆମେ ଆକ୍ରମଣ କରିଥିଲୁ , ଆଉ ଗୋଟେପଟେ ପାକିସ୍ତାନୀ ହମଲାକୁ ଆକାଶରେ ହିଁ ରୋକି ଦିଆଗଲା। ସେ କହିଛନ୍ତି ଯେ, ପାକିସ୍ତାନ ଲେହରୁ ସର୍‌ କ୍ରିକ୍‌  ସେକ୍ଟର ଯାଏ ଆକ୍ରମମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତୀୟ ବାହିନୀର ତତ୍କାଳ ଆକ୍ସନରେ ଦୃଢ ଭାବେ କାଉଣ୍ଟର କରାଗଲା। ରାଜନାଥ ସିଂହ କହିଛନ୍ତି ଯେ, ଆମେ ଦୁନିଆକୁ ବାର୍ତ୍ତା ଦେଉଛୁ କି କେମିତି ଶତ୍ରୁର ଖୁବ୍‌ କ୍ଷତି କରାଯାଇ ପାରିବ।