LIVE TV

ଏସିଆ କପ୍ ଫାଇନାଲ୍ ପୂର୍ବରୁ ରାଜୀବ ଶୁଳ୍କାର ବଡ଼ ଭବିଷ୍ୟବାଣୀ, କହିଲେ-ବିଜୟ ନେଇ ମୁଁ ଦୃଢ ଆଶାବାଦୀ

NEWS7
RAJIV SHUKLA

ନୂଆଦିଲ୍ଲୀ: ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଲିଗ୍ ଓ ସୁପର୍-୪ରେ ପାକିସ୍ତାନକୁ ହରାଇବା ପରେ ଫାଇନାଲରେ ମଧ୍ୟ ଧୂଳି ଚଟାଇବାକୁ ଭାରତୀୟ ଖେଳାଳି ପ୍ରସ୍ତୁତ । ତେବେ ମ୍ୟାଚ୍ ପୂର୍ବରୁ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏସିଆ କପରେ ଭାରତୀୟ ଦଳର ପ୍ରଦର୍ଶନକୁ ପ୍ରଶଂସା କରିବା ସହ ଟୁର୍ଣ୍ଣାମେଣ୍ଟ ଜିତିବା ନେଇ ଆଶା ବ୍ୟକ୍ତ କରିଛନ୍ତି ।

ରବିବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏସିଆ କପ୍ ୨୦୨୫ ଫାଇନାଲରେ ପାକିସ୍ତାନକୁ ଭେଟିବାକୁ ଯାଉଛି ଭାରତ । ଟୁର୍ଣ୍ଣାମେଣ୍ଟର ୪୧ ବର୍ଷର ଇତିହାସରେ ଏହି ଦୁଇ ଦଳ ମଧ୍ୟରେ ପ୍ରଥମ ଥର ପାଇଁ ଏସିଆ କପ୍ ଫାଇନାଲ ଖେଳାଯିବ । ଭାରତ ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜୟୀ ଅଛି । ରାଜୀବ ଶୁକ୍ଳା କହିଛନ୍ତି, "ଆମ ଦଳ ଏସିଆ କପ୍ ୨୦୨୫ରେ ଚମତ୍କାର ପ୍ରଦର୍ଶନ କରିଛି । ଦଳରେ ଭଲ କମ୍ୱିନେସନ ଅଛି । ଆମେ ଏସିଆ କପ୍ ଚାମ୍ପିଅନ୍ ହେବୁ ଏବଂ କପ୍ ଉଠାଇବୁ ବୋଲି ଆଶାବାଦୀ । ଟିମ୍ ଇଣ୍ଡିଆକୁ ଶୁଭକାମନା।"

ସୁପର ୪ ମୁକାବିଲାରେ ଅଭିଷେକ ଶର୍ମାଙ୍କ ୩୯ ବଲରୁ ୭୪ ରନ ବଳରେ ଭାରତ ପାକିସ୍ତାନ ବିପକ୍ଷରେ ୬ ୱିକେଟରେ ବିଜୟୀ ହୋଇଥିଲା । ଅଭିଷେକ ଶର୍ମା ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଛନ୍ତି । ମ୍ୟାଚରେ ସେ ୫୧ ହାରରେ ୩୦୯ ରନ୍ କରିଛନ୍ତି । କୁଲଦୀପ ଯାଦବ ତାଙ୍କର ମିଷ୍ଟ୍ରି ବୋଲିଂରେ ବିରୋଧୀ ବ୍ୟାଟରଙ୍କୁ ଧରାଶାୟୀ କରାଉଛନ୍ତି । ସେ ଛଅଟି ମ୍ୟାଚ୍‌ରେ ୧୩ଟି ୱିକେଟ୍ ନେଇ ଟୁର୍ଣ୍ଣାମେଣ୍ଟର ବୋଲରଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ଅଛନ୍ତି । ନିଜ ଅଲରାଉଣ୍ଡର ପ୍ରଦର୍ଶନ ଲାଗି କାଲିର ମ୍ୟାଚରେ ଭାରତୀୟ ଟିମ ଫେଭିରିଟ୍ ଅଛି ।