ସବାଇ ମାନସିଂହରେ ମୁମ୍ବାଇର ବ୍ୟାଟିଂ ବିସ୍ଫୋରଣ; ରାଜସ୍ଥାନ ସାମ୍ନାରେ ୨୧୮ ରନ୍‌ର ଟାର୍ଗେଟ୍

Published By : Prameya-News7 Bureau | May 01, 2025 IST

ଜୟପୁର: ସବାଇ ମାନସିଂହରେ ଗର୍ଜିଲେ ମୁମ୍ବାଇ ବ୍ୟାଟର । ରୋହିତ ଓ ରିକଲଟନ୍ ପରେ ବୋଲରଙ୍କ ଉପରେ ବର୍ସିଲେ ହାର୍ଡ ହିଟର ହାର୍ଦ୍ଦକ୍ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବ । ରୋହିତ ଶର୍ମା ଓ ରୟନ ରିକଲଟନ୍ ଉଭୟେ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ଯାହାଫଳରେ ମୁମ୍ବାଇ ଇଣ୍ଡିଆନ୍ସ କୋଡିଏ ଓଭରରେ ୨୧୭ ରନ୍‌ର ସଂଗ୍ରହ କରିବାରେ ସକ୍ଷମ ହୋଇଛି । ଏହି ମ୍ୟାଚ୍ ଜିତିବାକୁ ହେଲେ ରାଜସ୍ଥାନ ରୟାଲ୍ସକୁ ୨୧୮ ରନ୍ କରିବାକୁ ପଡ଼ିବ । ରୟାଲ୍ସ ପକ୍ଷରୁ ରିୟାନ ପରାଗ ଓ ମହିଶ ତିକସିନା ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଛନ୍ତି । ତେବେ ଆଜିର ମ୍ୟାଚ୍ ଘରୋଇ ଟିମ୍ ପାଇଁ 'କର ବା ମର' ପରିସ୍ଥିତି ସୃଷ୍ଟି କରିଛି ।

ଆଇପିଏଲ୍ ୨୦୨୫ରେ ଆଜି ୫୦ତମ ମ୍ୟାଚ୍ ଖେଳାଯାଉଛି । ସବାଇ ମାନସିଂହ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୨ ୱିକେଟ୍ ହରାଇ ୨୧୭ ରନ୍ କରିଛି । ମୁମ୍ବାଇ ପକ୍ଷରୁ ରିଆନ୍ ରିକଲଟନ ସର୍ବାଧିକ ୬୧ ରନ୍ କରିଥିବା ବେଳେ ରୋହିତ ଶର୍ମା ୩୬ଟି ବଲ୍‌ ଖେଳି ୫୩ ରନ୍ ସଂଗ୍ରହ କରିଛନ୍ତି । ଉଭୟେ ୧୧୬ ରନର ଭାଗୀଦାରି ପାଳି ଖେଳି ଦଳକୁ ଏକ ମଜଭୂତ ସ୍ଥିତିରେ ପହଞ୍ଚାଇଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦକ୍ ପାଣ୍ଡ୍ୟା ଦଳକୁ ଫିନିସିଂ ଟଚ୍ ଦେଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ହାର୍ଡ ହିଟର ମାତ୍ର ୨୩ଟି ଲେଖାଏଁ ବଲ୍ ଖେଳି ୪୮ ଲେଖାଏଁ ରନ୍ କରିଥିଲେ । ଫଳରେ ଦଳ କୋଡିଏ ଓଭରରେ ୨୧୭ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା । ଆଜିର ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ମ୍ୟାଚ୍ ହାରିଲେ ପ୍ଲେ-ଅଫ୍ ବାଦ୍ ପଡ଼ିବ ଦଳ ।... 

 

    

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.