PAK ବିରୋଧରେ ଭାରତର ଆକ୍ସନ ଜାରି, ଅରଶଦ ନଦୀମଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ୟାନ୍

Published By : Prameya-News7 Bureau | May 01, 2025 IST

ନୂଆଦିଲ୍ଲୀ ୦୧।୦୫; ୨୨ ଏପ୍ରିଲରେ ପହଲଗାମରେ ଏକ ଆତଙ୍କୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ପରେ, ସମଗ୍ର ଦେଶରେ ଶୋକ ଏବଂ କ୍ରୋଧର ପରିବେଶ ରହିଛି। ଆତଙ୍କବାଦୀ ଏବଂ ସେମାନଙ୍କ ଲିଡ୍ ମେମ୍ଵରଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଭାରତ ସରକାର ମଧ୍ୟ ଆକ୍ସନ ମୋଡରେ ଅଛନ୍ତି ଏବଂ ବଡ଼ ନିଷ୍ପତ୍ତି ନେଉଛନ୍ତି।

ଏବେ ପାକିସ୍ତାନର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ଅର୍ଶଦ ନଦୀମଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ 'ଆଇନଗତ ଅନୁରୋଧ' ପରେ ଭାରତରେ ବ୍ଲକ୍ କରାଯାଇଛି। ଭାରତରେ ବହୁ ସଂଖ୍ୟକ ଫଲୋଅର୍ସ ଥିବା ପାକିସ୍ତାନୀ ସୋସିଆଲ ମିଡିଆ ଆକାଉଣ୍ଟ ଗୁଡ଼ିକ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ, ଅର୍ଶଦ ନଦୀମଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଏବେ ଭାରତରେ ବ୍ୟାନ୍ କରାଯାଇଛି।

ଏହି ସପ୍ତାହର ଆରମ୍ଭରେ, "ଭାରତ, ଏହାର ସାମରିକ ଏବଂ ସୁରକ୍ଷା ଏଜେନ୍ସି ବିରୁଦ୍ଧରେ ଉତ୍ତେଜନାପୂର୍ଣ୍ଣ ଏବଂ ସାମ୍ପ୍ରଦାୟିକ ଭାବରେ ସମ୍ବେଦନଶୀଳ ବିଷୟବସ୍ତୁ, ମିଥ୍ୟା ଏବଂ ଭ୍ରାମକ କାହାଣୀ ଏବଂ ଭୁଲ ସୂଚନା ପ୍ରସାରଣ" ପାଇଁ ଭାରତରେ ଅନେକ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ମଧ୍ୟ ନିଷିଦ୍ଧ କରାଯାଇଥିଲା। ଭାରତରେ ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖତର, ବାସିତ ଅଲି ଏବଂ ଶାହିଦ ଆଫ୍ରିଦିଙ୍କ ୟୁଟ୍ୟୁବ୍ ଆକାଉଣ୍ଟଗୁଡ଼ିକୁ ବ୍ଲକ୍ କରାଯାଇଛି। ହେଲେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ଉପଲବ୍ଧ। ଭାରତରେ ପାକିସ୍ତାନୀ ଅଭିନେତା ଅଲି ଜାଫର ଏବଂ ମାହିରା ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟଗୁଡ଼ିକୁ ମଧ୍ୟ ବ୍ଲକ୍ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.