LIVE TV

ନିର୍ବାଚନରେ ହାରିବା ପରେ ନୂଆ ରାସ୍ତା ବାଛିଲେ ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପ

NEWS7
rajasthan-govt-introduces-anti-conversion-bill

ପାଟନା: ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ। ପରିବାରଠୁ ଦୂରେଇ ଯିବା ପରେ ନୂଆ ଦଳ ପ୍ରତିଷ୍ଠା କରି ନିର୍ବାଚନ ଲଢ଼ିଥିଲେ । ବିଧାନସଭା ନିର୍ବାଚନରେ ଅମାନତ ହରାଇବା ପରେ ତେଜ ପ୍ରତାପ ଏବେ ବ୍ଲଗର ହୋଇଛନ୍ତି । ୟୁଟ୍ୟୁବରେ ଚ୍ୟାନେଲ୍ ଖୋଲି ଦୁଗ୍ଧ ପ୍ରକ୍ରିୟାକରଣ ଭିଡିଓ ପୋଷ୍ଟ କରୁଛନ୍ତି । ନିର୍ବାଚନରେ ହାରିବା ପରେ ତେଜ ପ୍ରତାପ ଯାଦବ ୟୁଟ୍ୟୁବର ଭାବରେ ନୂଆ ଯାତ୍ରା ଆରମ୍ଭ କରିଛନ୍ତି । ତାଙ୍କର ଏକ ଭିଡିଓ ଖୁବ ଭାଇରାଲ୍ ହେଉଛି । ଦୁଗ୍ଧ ପ୍ରକ୍ରିୟାକରଣ ଫ୍ୟାକ୍ଟ୍ରିର ମ୍ୟାନେଜରଙ୍କ ସହ ସେ କଥା ହେଉଥିବାର ଭିଡିଓ ୟୁଟ୍ୟୁବରେ ଅପଲୋଡ୍ କରିଛନ୍ତି ।

ପ୍ରଥମେ ନିଜ୍ ଘର ପାଖ ବଗିଚାରେ ତେଜ ପ୍ରତାପ ପରିଚୟ ଦେଇ ଭିଡିଓ ଆରମ୍ଭ କରିଛନ୍ତି । ପରେ ତାଙ୍କ ଲୋକଙ୍କ ସହ ଫ୍ୟାକ୍ଟ୍ରିକୁ ଯାଇଛନ୍ତି । ଦୁଗ୍ଧ ପ୍ରକ୍ରିୟାକରଣ ପାଖରୁ ତମାମ ପ୍ରଣାଳୀ ଉପରେ ସେ ସେଠାକାର ମ୍ୟାନେଜରଙ୍କ ସହ ଆଲୋଚନା କରିଛନ୍ତି । ସେହିଭଳି ଫ୍ୟାକ୍ଟ୍ରିର ମ୍ୟାନେଜର ତେଜୁ ଭାଇ (ତେଜ ପ୍ରତାପ)ଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ।

ତେଜ ପ୍ରତାପ ଯାଦବ ବିହାର ବିଧାନସଭା ନିର୍ବାଚନରେ ନିଜର ଏକ ଦଳ ଜନଶକ୍ତି ଜନତା ଦଳ ଗଠନ କରିଥିଲେ । ନିଜ ଦଳରୁ ପ୍ରାର୍ଥୀ ମଧ୍ୟ ଦେଇଥିଲେ । ସେ ବିହାରର ମହୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ସେ ନିର୍ବାଚନୟରେ ପରାଜୟ ବରଣ କରିଥିଲେ । ବିହାର ନିର୍ବାଚନରେ ଏନଡିଏ ପୁଣି ଥରେ ପ୍ରଚଣ୍ଡ ବହୁମତ ସହ ସରକାର ଗଢ଼ିବା ପରେ ଚର୍ଚ୍ଚା ଥମିଯାଇଛି । ଏହା ପରେ ତେଜୁ ଭାଇ ଏବେ ନିଜ ୟୁଟ୍ୟୁବ ଚ୍ୟାନେଲ୍ ପାଇଁ କାମ ଆରମ୍ଭ କରି ଦେଇଛନ୍ତି । ଏବେ ସେ ପ୍ରତି ଦିନ ବ୍ଲଗ୍ କରିବେ । ଚ୍ୟାନେଲ୍ର ନାଁ TY vlog ରଖିଛନ୍ତି ତେଜ ପ୍ରତାପ ।

ତେଜ ପ୍ରତାପ ଭିଡିଓକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଲକ୍ଷାଧିକ ଲୋକ ତାଙ୍କର ଏହି ଭିଡିଓକୁ ଦେଖିଲେଣି । ଜଣେ ୟୁଜର ଲେଖିଛନ୍ତି, ତେଜୁ ଭାଇ କେତେବେଳେ କଣ ଆରମ୍ଭ କରିଦେବେ କେହି ଜାଣିପାରିବେ ନାହିଁ । ଅନ୍ୟ ଜଣେ ଲେଖିଛନ୍ତି, ଭାଇ ନିର୍ବାଚନ ଖର୍ଚ୍ଚ ଉଠାଇବାକୁ ପ୍ରସ୍ତୁତ ହେଉଛନ୍ତି । ସେପଟେ ତେଜ ପ୍ରତାପ ନିଜ ବେଶ ବଦଳାଇାବରେ ପାରଙ୍ଗମ । ଅନେକ ସମୟରେ ତାଙ୍କୁ ବିଭିନ୍ନ ରୂପରେ ଦେଖିବାକୁ ମିଳେ ।