LIVE TV

‘ଲୀଳାବତୀସ ଡଟର୍ସ’ର ଓଡ଼ିଆ ଇ-ଭର୍ସନ ଉନ୍ମୋଚିତ, ଅନୁବାଦ କରିଛନ୍ତି ସୋଆ ଡିମ୍‌ଡ ବିଶ୍ୱବିଦ୍ୟାଳୟର ପ୍ରଫେସର

NEWS7
rain-alert-foe-5-days-in-odisha-said-metrology

ଭୁବନେଶ୍ୱର: ସ୍ୱର୍ଗତ ପ୍ରଫେସର ରୋହିଣୀ ଗଡ଼ବୋଲେ ଓ ପ୍ରଫେସର ରାମ ରାମସ୍ୱାମୀଙ୍କ ଦ୍ୱାରା ଅନୁଦିତ ପୁସ୍ତକ ‘ଲିଳାବତୀସ ଡଟର୍ସ: ଦ ୱିମେନ୍‌ ସାଇଂଟିଷ୍ଟସ ଅଫ୍‌ ଇଣ୍ଡିଆ’ର ଓଡ଼ିଆ ଓ କନ୍ନଡ଼ ଭାଷାରେ ଇ-ଭର୍ସନ୍‌ ନିକଟରେ ତିରୁପତି ଠାରେ ଅନୁଷ୍ଠିତ ଇଣ୍ଡିଆନ ଏକାଡେମୀ ଅଫ୍‌ ସାଇନ୍ସ, ବେଙ୍ଗାଲୁରୁର ୯୧ତମ ବାର୍ଷିକ ଅଧିବେଶନରେ ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକ ପ୍ରଥମେ ଇଂରାଜୀ ଭାଷାରେ ଇଣ୍ଡିଆନ୍‌ ଏକାଡେମୀ ଅଫ୍‌ ସାଇନ୍ସ ଦ୍ୱାରା ୨୦୦୮ ମସିହାରେ ପ୍ରକାଶିତ ହୋଇଥିଲା । ପରବର୍ତ୍ତୀ କାଳରେ ମାଲାୟଲାମ ଭାଷାରେ ଏହା ପ୍ରକାଶ ପାଇଥିଲା ।

ଓଡ଼ିଆ ଓ କନ୍ନଡ ଭାଷାରେ ପୁସ୍ତକର ଇ-ଭର୍ସନ୍‌କୁ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସର ପ୍ରଫେସର ରାଘବନ ଭର୍ଦରାଜନ ଉନ୍ମୋଚନ କରିଥିଲେ । ଓଡ଼ିଆ ଭାଷାରେ ‘ଲୀଳାବତୀଙ୍କ ଶତେକ କନ୍ୟା’ ନାମକ ଏହି ପୁସ୍ତକକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ନଚିକେତା କେ. ଶର୍ମା ଓ ଡକ୍ଟର ଦୀପକ କେ. ପଟ୍ଟନାୟକ ଅନୁବାଦ କରିଛନ୍ତି । ତିରୁପତି ସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଜର) ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପ୍ରଫେସର ଶର୍ମାଙ୍କୁ ପ୍ରଫେସର ଭର୍ଦରାଜନ ସମ୍ବର୍ଦ୍ଧିତ କରିଥିଲେ ।