LIVE TV

ବନ୍ଦେ ଭାରତ ଟ୍ରେନମାନଙ୍କ ପାଇଁ କୋଟିକୋଟି ଟଙ୍କା ଭଡ଼ା ଗଣୁଛନ୍ତି ରେଳବାଇ, ଜାଣନ୍ତୁ ଅସଲି ମାଲିକ କିଏ?

NEWS7
Bande Bharat

ନୂଆଦିଲ୍ଲୀ ୨୭।୯: ଦେଶରେ ଟ୍ରେନ ସଞ୍ଚାଳନର ଦାୟିତ୍ୱ ସମ୍ଭାଳୁଛନ୍ତି ଭାରତୀୟ ରେଳବାଇ। ଟ୍ରେନ, ରେଳ ଷ୍ଟେସନ ଆଦିର ଦାୟିତ୍ୱ ଓ ମାଲିକାନା ମଧ୍ୟ ରେଳବାଇଙ୍କର, ହେଲେ କ୍ୱଚିତ ଜାଣିଥିବେ ଦେଶରେ ଦ୍ରୁତଗାମୀ ଟ୍ରେନ  ‘ବନ୍ଦେ ଭାରତ ଏକ୍ସପ୍ରେସ୍’ର ମାଲିକାନା ହକ୍ କିନ୍ତୁ ରେଳବାଇଙ୍କ ନିକଟରେ ନାହିଁ। ଏଥି ପାଇଁ ରେଳବାଇ ବାର୍ଷିକ କୋଟିକୋଟି ଟଙ୍କା ଭଡ଼ା ଗଣୁଛନ୍ତି। ତେବେ ଆସନ୍ତୁ ଜାଣିବା ବନ୍ଦେ ଭାରତର ଅସଲ ମାଲିକ କିଏ?

ବନ୍ଦେ ଭାରତର ଅସଲି ମାଲିକ ହେଉଛନ୍ତି ଇଣ୍ଡିଆନ ରେଲୱେ ଫାଇନାନ୍ସ କର୍ପୋରେସନ (ଆଇଆରଏଫସି)। କେବଳ ବନ୍ଦେ ଭାରତ ନୁହେଁ ଶତାବ୍ଦୀ, ରାଜଧାନୀ ଓ ଗତିମାନ ଏକ୍ସପ୍ରେସ୍ ଭଳି ଟ୍ରେନ ମଧ୍ୟ ଆଇଆରଏଫସିଙ୍କ ନାମରେ ରେଜିଷ୍ଟର୍ଡ ଅଛନ୍ତି। ୧୯୮୬ ମସିହାରେ ସ୍ଥାପିତ ଆଇଆରଏଫସି ରେଳବାଇଙ୍କ ନିମନ୍ତେ ପାଣ୍ଠି ଜୁଟାନ୍ତି ଓ ନୂଆ ନୂଆ ଟ୍ରେନ କିଣି ରେଳବାଇଙ୍କୁ ଲିଜରେ ଦିଅନ୍ତି। ଏଥି ପାଇଁ ଆଇଆରଏଫସି ରେଳବାଇଙ୍କଠାରୁ ମୋଟା ରକମର ଭଡ଼ା ମଧ୍ୟ ଅସୁଲ କରନ୍ତି। ରେଳବାଇଙ୍କ ୮୦% ଟ୍ରେନଙ୍କ ମାଲିକ ଆଇଆରଏଫସି ଅଟନ୍ତି।

ରେଳବାଇଙ୍କୁ ଆଇଆରଏଫସି ଟ୍ରେନ ୩୦ ବର୍ଷିଆ ଲିଜରେ ଦିଅନ୍ତି। ଏହା ବଦଳେ ରେଳବାଇ ପାଖାପାଖି ୨୦,୦୦୦ କୋଟି ଟଙ୍କା ଭଡ଼ା ପୈଠ କରନ୍ତି। ଆଇଆରଏଫସିଙ୍କ ରେଭିନ୍ୟୁର ଏକ ବଡ଼ ଅଂଶ ରେଳବାଇଙ୍କୁ ଦିଆଯାଇଥିବା ଟ୍ରେନ ଭଡ଼ାରୁ ଆସିଥାଏ। ବନ୍ଦେ ଭାରତ ଏକ୍ସପ୍ରେସର କୋଚ୍ ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ)ରେ ନିର୍ମିତ ହୋଇଥାଏ। ରେଳବାଇ ଲିଜ ମଡେଲରେ ଏହି ଟ୍ରେନ ସଞ୍ଚାଳନ କରନ୍ତି। ଲିଜ ମଡେଲ ଯୋଗୁ ରେଳବାଇ ବିନା ବୋଝରେ ହାଇ-ସ୍ପିଡ ନେଟୱାର୍କର ସମ୍ପ୍ରସାରଣ କରିପାରୁଛନ୍ତି।

ବନ୍ଦେ ଭାରତ ଟ୍ରେନ ନିର୍ମାଣ ନିମନ୍ତେ ବିପୁଳ ବ୍ୟୟ ହେଉଛି। ଏପରି ଟ୍ରେନ ନିର୍ମାଣ ପାଇଁ ରେଳବାଇଙ୍କ ନିକଟରେ ଏକକାଳୀନ ପଇସା ଦେବା ସମ୍ଭବ ନୁହେଁ। ଏଣୁ ସେ ଖୋଲା ବଜାରରୁ ପଇସା ଉଠାଇଥାନ୍ତି। ଏଥି ପାଇଁ ରେଳବାଇଙ୍କ କମ୍ପାନୀ ଇଣ୍ଡିଆନ ରେଲୱେ ଫାଇନାନ୍ସ କର୍ପୋରେସନ (ଆଇଆରଏଫସି) ଗଠନ କରାଯାଇଛି।