LIVE TV

ରେଳ ଯାତ୍ରୀଙ୍କ ପାଇଁ ଭଲ ଖବର, ‘ରେଳ ନୀର’ ପାଣି ବୋତଲର କମିଲା ମୂଲ୍ୟ

NEWS7
rail neer

ନୂଆଦିଲ୍ଲୀ: ଭାରତୀୟ ରେଳ ଯାତ୍ରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି । ଏଣିକି ରେଲୱେ ଷ୍ଟେସନରେ ମିଳୁଥିବା ରେଳ ନୀରର ଗୋଟିଏ ଲିଟର ପାଣି ୧୫ ଟଙ୍କା ବଦଳରେ କେବଳ ୧୪ ଟଙ୍କାରେ ମିଳିବ । ରେଲୱେର ଏହି ନିଷ୍ପତ୍ତି ଦ୍ୱାରା ଯାତ୍ରୀମାନେ ଉପକୃତ ହେବେ । ରେଲୱେର ବାଣିଜ୍ୟିକ ବିଭାଗ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ଦିଆଯାଇଛି । ତେବେ ଏହି ନିଷ୍ପତ୍ତି କେବଳ 'ରେଳ ନୀର' ଉପରେ ହିଁ ଲାଗୁ ହେବ । ଅନ୍ୟ କମ୍ପାନିର ପାଣି ବୋତଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

ଭାରତୀୟ ରେଳବାଇ ଯାତ୍ରୀଙ୍କ ପାଇଁ ରେଳ ନୀରର ମୂଲ୍ୟ ହ୍ରାସ କରିଛି । ଏଣିକି ରେଲୱେ ପ୍ଲାଟ୍‌ଫର୍ମ ଓ ଟ୍ରେନ୍‌ରେ ମିଳୁଥିବା ରେଳ ନୀର ୧ ଟଙ୍କା ଶସ୍ତାରେ ମିଳିବ ।

ନୂଆ ଦର

ଏକ ଲିଟର ବିଶିଷ୍ଟ ରେଳ ନୀର ବୋତଲ, ଯାହା ପୂର୍ବେ ୧୫ ଟଙ୍କାରେ ବିକ୍ରି ହେଉଥିଲା, ଏବେ ୧୪ ଟଙ୍କାରେ ମିଳିବ ।

ଅଧା ଲିଟର ବିଶିଷ୍ଟ ରେଳ ନୀର ବୋତଲ, ଯାହା ପୂର୍ବେ ୧୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ୯ ଟଙ୍କାରେ ମିଳିବ ।

ରେଲୱେ ଘୋଷଣା ଅନୁସାରେ ନୂଆ ଦର ସେପ୍ଟେମ୍ୱର ୨୨ରୁ ଲାଗୁ ହେବ । ଏହି ନିଷ୍ପତ୍ତି ଦ୍ୱାରା ଯାତ୍ରୀଙ୍କୁ ଯାତ୍ରା ସମୟରେ ଶୁଦ୍ଧ ଓ ସୁରକ୍ଷିତ ପାଣି କମ ମୂଲ୍ୟରେ ମିଳିପାରିବ । ଏହି ନିଷ୍ପତ୍ତିରେ ରେଲୱରେ ନିୟମିତ ଯାତ୍ରା କରୁଥିବା ଯାତ୍ରୀ ବିଶେଷ ଭାବରେ ଉପକୃତ ହେବେ । ରେଲୱେର ଲକ୍ଷ୍ୟ ହେଉଛି ଯାତ୍ରୀମାନଙ୍କୁ କମ ମୂଲ୍ୟରେ ଉଚ୍ଚ ଗୁଣବତ୍ତାପୂର୍ଣ୍ଣ ଓ ଶୁଦ୍ଧ ପାଣି ଉପଲବ୍ଧ କରାଇବା ।

ରେଳ ନୀର ଭାରତୀୟ ରେଲୱେର ଏକ ବ୍ରାଣ୍ଡ, ଯାହା ଯାତ୍ରୀଙ୍କୁ ଷ୍ଟେସନ ଓ ଟ୍ରେନରେ ସ୍ୱଚ୍ଛ ଓ ସୁରକ୍ଷିତ ପାଣି ଉପଲବ୍ଧ କରାଏ । ଏହାକୁ ଭାରତୀୟ ରେଲୱେ ଖାଦ୍ୟପାନ୍ୟ ଏବଂ ପର୍ଯ୍ୟଟନ ନିଗମ (IRCTC) ଦ୍ୱାରା ପରିଚାଳନା କରାଯାଉଛି । ରେଳରେ ଖରାପ ପିଇବା ପାଣି ମିଳୁଥିବା ଅଭିଯୋଗ ବଢିବା ପରେ ରେଳ ନୀରକୁ ୨୦୦୩ ମସିହାରେ ଆରମ୍ଭ କରାଯାଇଥିଲା ।