LIVE TV

ପଛକୁ ହଟିଲା ରୂପା, ଧନତେରସ ପୂର୍ବରୁ ସର୍ବକାଳୀନ ଉଚ୍ଚତମ ସ୍ତରକୁ ଛୁଇଁଲା ସୁନା

NEWS7
rahul-tweets-on-modi-kissan-sambad

ନୂଆଦିଲ୍ଲୀ ୧୬।୧୦:  ସୁନା ଓ ରୂପା କାରବାର ଗୁରୁବାର ମିଶ୍ରିତ ରହିଛି। ଏହି ସମୟରେ ସୂନା ସର୍ବକାଳୀନ ଉଚ୍ଚତମ ସ୍ତରକୁ ପହଞ୍ଚିଥିବା ବେଳେ ରୂପା କେଜି ପିଛା ଦରରେ ୬୦୦୦ ଟଙ୍କା ପଛକୁ ହଟିଛି। ଇଣ୍ଡିଆନ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (ଆଇବିଜେଏ) ଅନୁସାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ଗୁରୁବାର ୧ଲକ୍ଷ୨୭ ହଜାର ୪୭୧ ଟଙ୍କାରେ କାରବାର ହୋଇଥିବା ବେଳେ ଏହା ସର୍ବକାଳୀନ ଉଚ୍ଚତମ ସ୍ତର ବୋଲି ଜଣାପଡିଛି।  ଏହା ପୂର୍ବରୁ ବୁଧବାର ସୁନା ୧୦ଗ୍ରାମ ପିଛା ଦର ୧,୨୬,୭୧୪ ଟଙ୍କାରେ କାରବାର ହୋଇଥିଲା। ୨୪ ଘଣ୍ଟାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦରରେ ୭୫୭ ଟଙ୍କା ବୃଦ୍ଧି ହୋଇଛି।

ସେହିପରି ୨୨ କ୍ୟାରେଟର ୧୦ ଗ୍ରାମ ସୁନା ଦର ବଢି ୧,୧୬,୭୬୩ ଟଙ୍କାକୁ ପହଞ୍ଚିଛି। ଏହା ପୂର୍ବରୁ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୧,୧୬,୦୭୦ଟଙ୍କା ଥିଲା। ସେହିପରି ୧୮ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଦର ୯୫,୬୦୩ ଟଙ୍କାକୁ ପହଞ୍ଚିଛି। ଏହା ପୂର୍ବରୁ ୯୫,୦୩୬ ଟଙ୍କାରେ କାରବାର କରୁଥିଲା। ସୁନା ଭଳି ରୂପା ଦରରେ ମଧ୍ୟ ଫରକ ଆସିଛି। ରୂପା କେଜି ପିଛା ଦର ୫,୯୧୭ ଟଙ୍କା ହ୍ରାସ ହୋଇ ୧,୬୮,୦୮୩ ଟଙ୍କାକୁ ପହଞ୍ଚିଛି। ଏହା ପୂର୍ବରୁ ରୂପା କେଜି ପିଛା ଦର ୧,୭୪,୦୦୦ ଟଙ୍କାକୁ ପହଞ୍ଚିଥିଲା।

ତେବେ କେବଳ ହାଜିର ବଜାର ନୁହେଁ ଫ୍ୟୁଚର ବଜାରରେ ମଧ୍ୟ ମୂଲ୍ୟ ବୃଦ୍ଧି ହୋଇଛି। ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ୫ ଡିସେମ୍ବର ୨୦୨୫ ଲାଗି କଣ୍ଟ୍ରାକ୍ଟ ମୂଲ୍ୟ ୦.୭୩% ବଢି ୧,୨୮,୧୩୬ ଟଙ୍କା ହୋଇଯାଇଛି। ସେହି ପରି ରୂପା ମୂଲ୍ୟ ୫ ଡିସେମ୍ବର କଣ୍ଟ୍ରାକ୍ଟ ପ୍ରାଇସ୍ ୧.୧୬% ବଢି ୧,୬୪,୮୦ ଟଙ୍କାକୁ ପହଞ୍ଚିଛି। କେବଳ ଭାରତ ନୁହେଁ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ମୂଲ୍ୟ ଢେର ବଢି ଯାଇଛି। କମେକ୍ସରେ ସୁନା ମୂଲ୍ୟ ୧.୧୨% ବଢି ପ୍ରତି ଆଉନ୍ସ ୪,୨୪୯ ଡଲାର ହୋଇଯାଇଥିବା ବେଳେ  ରୂପା ମୂଲ୍ୟ ୧.୧୯% ବଢି ଆଉନ୍ସ ପିଛା ୫୧.୯୯ ଡଲାର ହୋଇଯାଇଛି।