LIVE TV
LIVE TV

ସ୍ୱାମୀ ଯାଇଛନ୍ତି ବାହାର ରାଜ୍ୟକୁ ଦାଦନ ଖଟିବାକୁ, ଏପଟେ ଘରେ ନାଏବ ସରପଞ୍ଚ ପତ୍ନୀ କଲେ ଆତ୍ମହତ୍ୟା

NEWS7
putin-to-turkey-president-says-war-will-only-stop-if-ukraine-accepts-all-russia-terms

କଳାହାଣ୍ଡି ୨୮।୧୧: ସ୍ୱାମୀ ଯାଇଛନ୍ତି ବାହାର ରାଜ୍ୟକୁ ଦାଦନ ଖଟିବାକୁ । ଏପଟେ ଘରେ ନାଏବ ସରପଞ୍ଚ ସ୍ତ୍ରୀ କଲେ ଆତ୍ମହତ୍ୟା l କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାଣିଗୁମା ପଞ୍ଚାୟତ ପଳାଡୁମେର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାଣିଗୁମା ପଞ୍ଚାୟତ ନାଏବ ସରପଞ୍ଚ ଆତ୍ମହତ୍ୟା କରିଛନ୍ତି । ଘରେ କେହି ନ ଥିବା ସମୟରେ ମହିଳା ଜଣଙ୍କ ରଶିରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଛି l ତେବେ କେଉଁ କରଣରୁ ସେ ଆତ୍ମହତ୍ୟା କଲେ ତାହା ଜଣା ପଡି ନଥିବା ବେଳେ ଥୁଆମୂଳ ରାମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି । ମୃତଦେହ ଉଦ୍ଧାର କରି ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ପୋଲିସ ଘଟଣା ନେଇ ଅଧିକ ତଦନ୍ତ ଜାରି ରଖିଛି l

ଅନ୍ୟପଟେ ଜଣେ ନାଏବ ସରପଞ୍ଚଙ୍କ ସ୍ୱାମୀ ଏଠି କାମ ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଘଟଣାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି l