ଦେଶ ବ୍ୟାପୀ ଚଢ଼ାଉ କରି ୯୨ କୋଟି ଟଙ୍କାର ଡିଜିଟାଲ ଆରେଷ୍ଟ ରାକେଟ୍‌ର ପର୍ଦ୍ଦାଫାସ୍ କଲା ପଞ୍ଜାବ ପୁଲିସ: ୬ ଗିରଫ, ୨ ଫେରାର

Published By : Prameya-News7 Bureau | August 14, 2025 IST

internet

ନୂଆଦିଲ୍ଲୀପଞ୍ଜାବ ପୁଲିସ ଦେଶବ୍ୟାପୀ ଚଢ଼ାଉ କରି ୯୨ କୋଟି ଟଙ୍କାର ଡିଜିଟାଲ ଆରେଷ୍ଟ ରାକେଟ୍‌ର ପର୍ଦ୍ଦାଫାସ କରିଛି। ସାଇବର- ଠକେଇ ଚଳାଉଥିବା ଦୁଇଟି ସଂଗଠିତ ଗ୍ୟାଙ୍ଗକୁ ଧରିଛି ପୁଲିସ। ତାମିଲନାଡୁ, କର୍ଣ୍ଣାଟକ ଏବଂ ଗୁଜରାଟରେ ସମନ୍ୱିତ ଚଢାଉ ପରେ ଏହି ସଫଳତା ମିଳିଛି। ଘଟଣା ଦଶ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି, ଦୁଇଜଣ ପୂର୍ବରୁ ଜେଲରେ ଅଛନ୍ତି ଏବଂ ସେମାନଙ୍କୁ ପ୍ରୋଡକ୍ସନ ୱାରେଣ୍ଟରେ ଅଣାଯିବ। ତେବେ ଅନ୍ୟ ଦୁଇଜଣ ଏବେ ବି ଫେରାର ଅଛନ୍ତି।

ଘଟଣା ସମ୍ପର୍କରେ ପ୍ରେସ୍ ରିଲିଜ୍‌ରେ ଜାରି କରି ପୋଲିସ କହିଛି ଯେ ଏହି ଗ୍ୟାଙ୍ଗଗୁଡ଼ିକ ଫୋନ୍‌ରେ ବରିଷ୍ଠ ପୋଲିସ ଅଧିକାରୀ, ସିବିଆଇ ଅଧିକାରୀ କିମ୍ବା ଅନ୍ୟ ଆଇନ-ପ୍ରବର୍ତ୍ତନକାରୀ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇଥିଲେ। ପୀଡିତମାନଙ୍କୁ ମିଥ୍ୟା ଫୌଜଦାରୀ ମାମଲାରେ ଅଭିଯୁକ୍ତ କରାଯାଇଥିଲା ଏବଂ ଯଦି ସେମାନେ ବିପୁଳ ପରିମାଣର ଟଙ୍କା ସ୍ଥାନାନ୍ତର ନ କରନ୍ତି ତେବେ ସେମାନଙ୍କୁ "ଡିଜିଟାଲ୍ ଗିରଫ" କରାଯିବାର ଧମକ ଦିଆଯାଇଥିଲା। ଏହି ଠକେଇ ଅନେକ ରାଜ୍ୟରେ ବ୍ୟାପିଥିଲା, ଯେଉଁଥିରେ ସାସ୍ ନଗରରର ୩ କୋଟି ଟଙ୍କାର ଠକେଇ ମାମଲା ମଧ୍ୟ ସାମିଲ ଥିଲା।

ଏହି ମାମଲାଟି ସାସ୍ ନଗର ସାଇବର କ୍ରାଇମ୍ ପୋଲିସ ଷ୍ଟେସନ, ଫେଜ୍-୭ ରେ ରୁଜୁ ହୋଇଥିବା ଦୁଇଟି ଏଫ୍ଆଇଆର୍‌ରୁ ଆରମ୍ଭ ହୋଇଥିଲା। ତଦନ୍ତକାରୀମାନେ ରାକେଟ ସହିତ ଜଡିତ ୩୧୦ ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କିମ୍ବା ବନ୍ଦ କରିଦେଇଛନ୍ତି ଏବଂ ସନ୍ଦିଗ୍ଧ ଲୋକଙ୍କୁ ବେଙ୍ଗାଲୁରୁରରେ ପଞ୍ଜିକୃତ ୧୨.୫ କୋଟି ଠକେଇ ମାମଲାରେ ଯୋଡ଼ିବା ସହ ସେମାନଙ୍କ ବିରୁଦ୍ଧରେ ବିଏନଏସ ର ଧାରା ୩୧୮(୪) ଏବଂ ୩୧୯(୨) ଏବଂ ଆଇଟି ଆଇନର ଧାରା ୬୬(ସି) ଏବଂ ୬୬(ଡି) ଧାରରେ ମାମଲା କରାଯାଇଛି। 

ଗତ ୪ ମାସ ମଧ୍ୟରେ, ସାସ ନଗର ସାଇବର କ୍ରାଇମ୍ ପୋଲିସ ୬ ଅବୈଧ କଲ୍ ସେଣ୍ଟର ଭାଙ୍ଗି ଦେଇଛି।  ଦେଇଛି। ଏଥିରେ ୭ ଜଣ ବିଦେଶୀ ନାଗରିକଙ୍କ ସମେତ ୪୧ ଜଣଙ୍କୁ ଗିରଫ କରିଛି ଏବଂ ଲାପଟପ୍, ମୋବାଇଲ୍ ଫୋନ୍, ସିମ୍ କାର୍ଡ, ATM କାର୍ଡ ଏବଂ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି।

ପୁଲିସ ଏକ ହନିଟ୍ରାପ୍ ମାମଲା ମଧ୍ୟ ଖୋଳତାଡ଼ କରିଛି। ୨୫ ଜଣଙ୍କୁ ଠକିଥିବା ଏକ ନକଲି ରେଳ ଚାକିରି ରାକେଟର ମାଷ୍ଟରମାଇଣ୍ଡକୁ ଗିରଫ ହୋଇଛି। ପୀଡିତମାନଙ୍କୁ ୪.୧୨ କୋଟି ଟଙ୍କା ଫେରସ୍ତ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.