ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନ ସହ ଆସିଲା ନାଁ, ଆତ୍ମହତ୍ୟା ଉଦ୍ୟମ କଲେ ନରୱେର ପୂର୍ବତନ ପ୍ରଧାନମନ୍ତ୍ରୀ

NEWS7
punjab-kings-vs-mumbai-indians-33rd-match

ନୂଆଦିଲ୍ଲୀ: ନରୱେର ପୂର୍ବତନ ପ୍ରଧାନମନ୍ତ୍ରୀ ଥୋର୍ବଜୋର୍ନ ଜାଗଲାଣ୍ଡ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୋଷୀ ସାବ୍ୟସ୍ତ ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନ ସହ ତାଙ୍କର କଥିତ ସମ୍ପର୍କ ଉପରେ ପୋଲିସ ତଦନ୍ତ ଆରମ୍ଭ କରିବା ପରେ ଏହି ଘଟଣା ଘଟିଛି ।

୭୫ ବର୍ଷୀୟ ଜାଗଲାଣ୍ଡ ୧୯୯୬ରୁ ୧୯୯୭ ପର୍ଯ୍ୟନ୍ତ ନରୱେର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୟୁରୋପ ପରିଷଦର ମହାସଚିବ (୨୦୦୯-୨୦୧୯) ଏବଂ ନରୱେଜିଆନ ନୋବେଲ କମିଟିର ଅଧ୍ୟକ୍ଷ ସମେତ ପ୍ରମୁଖ ଆନ୍ତର୍ଜାତୀୟ ଭୂମିକା ଗ୍ରହଣ କରିଥିଲେ । ସେ ଦୀର୍ଘ ଦିନ ଧରି ନରୱେଜିଆନ ଏବଂ ୟୁରୋପୀୟ ରାଜନୀତିରେ ଜଣେ ପ୍ରମୁଖ ବ୍ୟକ୍ତି ଭାବେ ଜଣାଶୁଣା ।

ରିପୋର୍ଟଗୁଡ଼ିକ ଦାବି କରାଯାଇଛି ଯେ ଦୁର୍ନୀତି ନେଇ ପୋଲିସ ତଦନ୍ତର ଅଗ୍ରଗତି ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବିଭିନ୍ନ ଗଣମାଧ୍ୟମ ଏହି ଘଟଣାଟିକୁ ଏପଷ୍ଟିନ୍-ସମ୍ବନ୍ଧୀୟ ତଦନ୍ତର ବଢ଼ୁଥିବା ଚାପ ସହିତ ସିଧାସଳଖ ଯୋଡ଼ିଛନ୍ତି ।

ଏହି ଅପରାଧିକ ତଦନ୍ତ ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ଏପଷ୍ଟିନ ସହ ଜଡ଼ିତ ପ୍ରକାଶିତ ଦସ୍ତାବିଜ ପରେ ଆରମ୍ଭ ହୋଇଛି । ନରୱେର ଅର୍ଥନୈତିକ ଅପରାଧ ୟୁନିଟ୍, ଫେବ୍ରୁଆରୀ ୨୦୨୬ ଆରମ୍ଭରେ ଗୁରୁତର ଦୁର୍ନୀତିର ସନ୍ଦେହରେ ଜାଗଲାଣ୍ଡ ବିରୁଦ୍ଧରେ ଏକ ତଦନ୍ତ ଆରମ୍ଭ କରିଥିଲା । ଫେବ୍ରୁଆରୀ ୧୨ରେ, ତାଙ୍କ ଉପରେ ଆନୁଷ୍ଠାନିକ ଭାବରେ ଗୁରୁତର ଦୁର୍ନୀତିର ଅଭିଯୋଗ ଲଗାଯାଇଥିଲା ।

୨୦୦୮ ମସିହାରେ ଯୌନ ଅପରାଧ ପାଇଁ ଏପଷ୍ଟିଇନଙ୍କ ଦୋଷୀ ସାବ୍ୟସ୍ତ ହେବା ପରେ - ଜାଗଲାଣ୍ଡ ଏବଂ ଅଥବା ପରିବାରର ସଦସ୍ୟମାନେ ୨୦୧୧ରୁ ୨୦୧୮ ମଧ୍ୟରେ ପ୍ୟାରିସ, ନ୍ୟୁୟର୍କ ଏବଂ ପାମ୍ ବିଚ୍, ଫ୍ଲୋରିଡାରେ ଥିବା ଏପଷ୍ଟିନଙ୍କ ହୋଟେଲରେ ରହିଥିଲେ । ଜଗଲାଣ୍ଡ ତାଙ୍କ ସରକାରୀ ପଦବୀର ଦୁରୁପଯୋଗ କରିଥିଲେ କି ତାକୁ ନେଇ ତଦନ୍ତ ହେଉଛି ।

ନରୱେର ଅନୁରୋଧରେ ଫେବ୍ରୁଆରୀ ୧୧ରେ ୟୁରୋପ ପରିଷଦ ଦ୍ୱାରା ଜାଗଲାଣ୍ଡଙ୍କ କୂଟନୈତିକ ସୁରକ୍ଷା ଉଠାଇ ନିଆଯାଇଥିଲା । ଏହା ପରେ ପୋଲିସ ତାଙ୍କ ଓସଲୋସ୍ଥିତ ବାସଭବନ ଏବଂ ଅନ୍ୟ ଠିକଣାରେ ଛାନଭିନ୍ କରିଥିଲା । ତେବେ ଜାଗଲାଣ୍ଡ କୌଣସି ଅପରାଧକୁ ଅସ୍ୱୀକାର କରିଛନ୍ତି । ତାଙ୍କ ଓକିଲ କହିଛନ୍ତି ଯେ ସେ ଅଭିଯୋଗଗୁଡ଼ିକ ସତ୍ୟତା ନାହିଁ ଏବଂ ତାଙ୍କ ମହକିଲ କର୍ତ୍ତୃପକ୍ଷଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ଇଚ୍ଛୁକ ।