ଥାନା ମଧ୍ୟରେ ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ବାମୀଙ୍କ ଅନ୍ୟତ୍ର ବିବାହ ଯୋଜନା ଖବର ପାଇଥିଲେ

NEWS7
punjab-cm-captain-amarinder-singh-declared-5-lakhs-compensation-to-farmer-family-who-lost-their-life-during-protest

ଦେବଗଡ ୧୧।୧୨: ଥାନା ମଧ୍ୟରେ ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଦେବଗଡ ଆଦର୍ଶ ଥାନା ମଧ୍ୟରେ ବିଷ ପିଇ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣକ ମହିନୀପୁର ଗ୍ରାମର ବୋଲି ଜଣାପଡିଛି ।

ମହିଳା ଜଣଙ୍କ ଚଳିତ ବର୍ଷ ଜୁନ୍ ମାସ ୧୯ ତାରିଖରେ ଦେବଗଡ ଥାନା ପୋଲିସ ଉପସ୍ଥିତିରେ ଝାଡେଶ୍ବର ମନ୍ଦିରରେ ବିବାହ କରିଥିଲେ । ବିବାହର କିଛି ଦିନ ପରେ ସ୍ବାମୀ କାମଧନ୍ଦା ପାଇଁ ବାହାରକୁ ଯାଇଥିଲେ । ଏହି ସମୟରେ ମହିଳା ଜଣଙ୍କ ଶ୍ବଶୁର ଘର ଲୋକଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ବାପଘରେ ରହୁଥିଲେ । ପରବର୍ତ୍ତୀ ସମୟରେ ଶ୍ବଶୁର ଘର ପରିବାର ତାଙ୍କ ବିବାହ ଅନ୍ୟତ୍ର କରିବାକୁ ଯୋଜନା କରୁଥିବା ନେଇ ମହିଳା ଜଣଙ୍କ ଖବର ପାଇଥିଲେ । ସ୍ବାମୀ ମଧ୍ୟ ତାଙ୍କ ଫୋନ୍ ରିସିଭ କରିନଥିଲେ । ଏନେଇ ମହିଳା ଜଣଙ୍କ ଗୁରୁବାର ଦେବଗଡ ଆଦର୍ଶ ଥାନାକୁ ଯାଇଥିଲେ । ମାତ୍ର ପରେ ଥାନା ମଧ୍ୟରେ ନିଜ ସହ ନେଇଥିବା କୀଟନାଶକ ଔଷଧ ପିଇ ଦେଇଥିଲେ । ତାଙ୍କୁ ଦେବଗଡ ଆଦର୍ଶ ଥାନା ପୋଲିସ ସଙ୍ଗେ ସଙ୍ଗେ ଆଣି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।