ନକ୍ସଲ ଦମନ ଅପରେସନ ବେଳେ IED ବ୍ଲାଷ୍ଟ, କୋବ୍ରା ବାଟାଲିୟନର ଦୁଇ ଯବାନ ଗୁରୁତର

NEWS7
puja-khedkar-moves-supreme-court-challenging-delhi-hcs-order-denying-bail

ରାଉରକେଲା ୨୨।୦୨ : ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ନକ୍ସଲ ଦମନ ଅପରେସନ୍ ବେଳେ ଆଇଇଡି ବିସ୍ଫୋରଣ । CRPF- ୨୦୯ କୋବ୍ରା ବାଟାଲିୟନର ଦୁଇ ଯବାନ ଗୁରୁତର। ଦୁଇ ଯବାନ ହେଉଛନ୍ତି ଦିନେଶ ରାଉତ ଏବଂ ବଲଜିନ୍ଦର । ଉଭୟ ହେଡ୍ କନେଷ୍ଟବଳ ଭାବରେ କାର୍ଯ୍ୟରତ ଥିଲେ। ପଶ୍ଚିମ ସିଂହଭୂମ ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳ ସରଣ୍ଡା ଜଙ୍ଗଲରେଏକ ଭୟଙ୍କର ଆଇଇଡି ବିସ୍ଫୋରଣ ଘଟିଛି।

ଏ ଖବର ବି ପଢନ୍ତୁ:- ଥମୁନି ହାତୀ-ମଣିଶ ଲଢେଇ, ବିଲକୁ କାମ କରିବାକୁ ଯିବା ବେଳେ ଦଳିଦେଲା ଦନ୍ତା

ଖବର ଅନୁଯାୟୀ, ଛୋଟା ନାଗରା ଥାନା ଅନ୍ତର୍ଗତ ଚଡରୀ ଡେରା ଗାଁ ନିକଟରେ ପୋଲିସ ଏବଂ ସିଆରପିଏଫ୍ ର ଏକ ମିଳିତ ଟିମ୍ ନକ୍ସଲ ବିରୋଧୀ ସର୍ଚ୍ଚ ଅପରେସନ କରୁଥିଲେ। ଏହି ସମୟରେ ଯବାନମାନେ ଆଇଇଡି ସଂସ୍ପର୍ଶରେ ଆସିଯାଇଥିଲେ । ଗୁରୁତର ଯବାନ ଦୁହିଁଙ୍କୁ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଛି। ଦୁଇ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଚାଇବସା ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ଜଙ୍ଗଲ ଭିତରକୁ ନଯିବା ପାଇଁ ଅନୁରୋଧ କରାଯାଇଛି। ଯଦି କୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା କାର୍ଯ୍ୟକଳାପ ନଜରକୁ ଆସେ, ତେବେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି।

ଏ ଖବର ବି ପଢନ୍ତୁ:- ଆଫଗାନିସ୍ତାନ ଭିତରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୧୯ ମୃତ : ପ୍ରତିଶୋଧ ନେବ ତାଲିବାନ !