ଆମେରିକାରକୁ ମୁହାଁଇଛି ଭୀଷଣ ବରଫ ଝଡ଼, ୮ ହଜାରରୁ ଅଧିକ ବିମାନ ଉଡ଼ାଣ ରଦ୍ଦ

NEWS7
prime-minister-narendra-modi-will-launch-parliament-tv-on-september-15

ୱାସିଂଟନ ୨୪।୧: ଆମେରିକାରେ ଭୀଷଣ ବରଫ ଝଡ଼ କାରଣରୁ ୮ ହଜାରରୁ ଅଧିକ ବିମାନ ଉଡାଣ ରଦ୍ଦ କରାଯାଇଛି। ଏହି ଝଡ଼ ଯୋଗ ଦେଶର ବିସ୍ତୃତ ଅଞ୍ଚଳରେ ବିଦ୍ୟୁତ କାଟ୍ ଓ ଯାତାୟାତରେ ବାଧା ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି। ବରଫ ଝଡ ପାଇଁ ନ୍ୟୁ ମେକ୍ସିକୋରୁ ଆରମ୍ଭ କରି ନ୍ୟୁ ଇଂଲଣ୍ଡ ପର୍ଯ୍ୟନ୍ତ ପାଖାପାଖି ୧୪୦ ନିୟୁତ ଲୋକଙ୍କ ଲାଗି ଶୀତକାଳୀନ ଝଡ଼ ସତର୍କତା ଜାରି କରାଯାଇଛି। ଜାତୀୟ ପାଣିପାଗ ସେବା ଭୀଷଣ ହୀମପାତ ସାଙ୍ଗକୁ ପୂର୍ବଟେକ୍ସାସରୁ ଉତ୍ତର କ୍ୟାରୋଲିନା ପର୍ଯ୍ୟନ୍ତ ବରଫ ଜମିବାର ଆଶାଙ୍କା କରିଛି। ବରଫପାତ ଯୋଗୁ ହେବାକୁ ଥିବା କ୍ଷୟକ୍ଷତି ଝଡ଼ର ପ୍ରଭାବ ସହ ସମାନେ ହୋଇ ପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

ଟେକ୍ସାସରେ ବରଫ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଓକ୍ଲାହୋମାରେ ମଧ୍ୟ ହୀମପାତ ହେଉଛି। ଝଡ଼ ପୂର୍ବୋତ୍ତରକୁ ବଢିବାର ଆଶଙ୍କା କରାଯାଉଛି। ଏଣୁ ୱାସିଂଟନରୁ ନ୍ୟୁୟର୍କ ଓ ବୋଷ୍ଟନ ରେ ୧ ଫୁଟ (୩୦ ସେ.ମି) ବହଳର ବରଫ ଜମିପାରେ। ବରଫ ଝଡ ଯୋଗୁ ବିଭିନ୍ନ ରାଜ୍ୟର ଗଭର୍ଣ୍ଣରମାନେ ଆପତକାଳୀନ ପରିସ୍ଥିତି ଜାରି କରିଛନ୍ତି। ଟେକ୍ସାସ ଗଭର୍ଣ୍ଣର ଗ୍ରେଗ ଏବଟ କହିଛନ୍ତି ଯେ ରାଜ୍ୟ ପରିବହନ ବିଭାଗ ବରଫରୁ ବର୍ତ୍ତିବା ପାଇଁ ଉପାୟ କରୁଛି ଓ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଫ୍ଲାଇଟ ଆୱେର ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ୩,୪୦୦ ଅଧିକ ବିମାନ ଉଡାଣ ବିଳମ୍ବିତ ଅଥବା ବାତିଲ ହୋଇଛି। ରବିବାର ଏହି ସଂଖ୍ୟା ୫୦୦୦ରୁ ଅଧିକ ହୋଇପାରେ।

ବରଫ ଝଡ ପାଇଁ ବିଦ୍ୟୁତ ଯୋଗାଣକାରୀ କମ୍ପାନୀମାନେ ବିଜୁଳି କାଟ୍ ପ୍ରସ୍ତୁତି କରିସାରିଛନ୍ତି। କାରଣ ବରଫାବୃତ୍ତ ବୃକ୍ଷ ଝଡ଼ରେ ବିଦ୍ୟୁତ ତାର ଉପରେ ପଡିପାରେ। ସେହିପରି ଶୀତଳ ପବନ ଯୋଗୁ ତାପମାତ୍ରା ବିଯୁକ୍ତ ୪୦ ଡିଗ୍ରି ସେଣ୍ଟିଗ୍ରେଡ ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ଏଣୁ ମାତ୍ର ୧୦ ମିନିଟ୍ ରେ ପାଣି ଗ୍ଲାସ୍ ରେ ଜମି ଯାଇ ପାରେ।