ଭୁବନେଶ୍ୱର ୧୦।୧୧ : ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିପାରନ୍ତି ରାଷ୍ଟ୍ରପତି ଦୌଦଦୀ ମୁର୍ମୁ । ଓଡ଼ିଶା ବିଧାନସଭାର ଆଗାମୀ ଶୀତ ଅଧିବେଶନକୁ ସମ୍ବୋଧନ କରିପାରନ୍ତି ମହାମହିମ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ପୁରା କାର୍ଯ୍ୟକ୍ରମ ଆସିନି, ଆସିବାର ସମ୍ଭାବନା ଅଛି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ନଭେମ୍ବର ୨୭ ତାରିଖରେ ବିଧାନସଭା ଶୀତକାଳୀନ ଅଧିବଶନ ଆରମ୍ଭ ହୋଇପାରେ । ଅତିରିକ୍ତ ବଜେଟ ଉପସ୍ଥାପିତ ହେବାର ସମ୍ଭାବନା ମଧ୍ୟ ରହିଛି। ନୂଆପଡା ଉପନିର୍ବାଚନ ଫଳାଫଳ ଆସିବା ପରେ ବିଧାନସଭା ଅଧିବେଶନ ବସିପାରେ । ହେଲେ ବର୍ତ୍ତମାନ ଯାଏଁ କୌଣସି ଆଧିକାରିକ ବୟାନ କିମ୍ବା ସ୍ପଷ୍ଟ ସୂଚନା ମିଳିନାହିଁ ।