LIVE TV

ଗାଁ ନିକଟ ଜଙ୍ଗଲରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

NEWS7
prashant-kishor-plan-for-revival-of-congress-know-the-blue-print

ଜି. ଉଦୟଗିରି ୦୮।୧୧ : ଜଙ୍ଗଲର ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ବିଅରପାଙ୍ଗା ଗାଁ ନିକଟ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, ରାଇକିଆ ଥାନା ବିଅରପାଙ୍ଗା ଗାଁ ନିକଟ ଜଙ୍ଗଲରେ ଏକ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ସ୍ଥାନୀୟ ଲୋକ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଖବର ପାଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏହାସହ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ କିପରି ହେଲା, ସେନେଇ ମଧ୍ୟ ଛାନ୍‌ଭିନ୍ ଜାରି ରହିଛି। ବର୍ତ୍ତମାନ ଯାଏଁ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ବାକି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି ।