ନୂଆଦିଲ୍ଲୀ ୧୩।୦୯; ଋଷର କାମଚଟକା ଭୟଙ୍କର ଭୂକମ୍ପ।  ଶନିବାର (ସେପ୍ଟେମ୍ବର ୧୩)ରେ ରୁଷିଆର କାମଚଟକା ଅଞ୍ଚଳର ପୂର୍ବ ଉପକୂଳ ନିକଟରେ ୭.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂମିକମ୍ପର ଗଭୀରତା ୧୦ କିଲୋମିଟର (୬.୨ ମାଇଲ) ଥିଲା। ଏହି ଭୂମିକମ୍ପ ପରେ ଆମେରିକା ସୁନାମି ୱାର୍ଣ୍ଣି ସିଷ୍ଟମ୍ ସୁନାମି ଆଶଙ୍କା ଜାରି କରିଛି।

​​​​​​​ଶନିବାର ରୁଷିଆର କାମଚଟକା ଉପଦ୍ୱୀପର ପୂର୍ବ ଉପକୂଳ ନିକଟରେ ୭.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଯାହା ପରେ ଏହି ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରାଯାଇଛି।
ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ (GFZ) ୧୦ କିଲୋମିଟର ଗଭୀରତାରେ ଭୂମିକମ୍ପ ହୋଇଥିବା ସୂଚନା ଦେଇଛି। ୟୁନାଇଟେଡ୍ ଷ୍ଟେଟ୍ସ ଜିଓଲୋଜିକାଲ୍ ସର୍ଭେ (USGS) ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ବୋଲି କହିଛି। ଯାହାର କେନ୍ଦ୍ରସ୍ଥଳ ପେଟ୍ରୋପାଭଲୋଭସ୍କ-କାମଚାଟସ୍କିରୁ ୧୧୧.୭ କିଲୋମିଟର ପୂର୍ବରେ ଥିଲା। ପ୍ରଶାନ୍ତ ମହାସାଗର ସୁନାମି ସତର୍କତା କେନ୍ଦ୍ର ସତର୍କ କରାଇ ଦେଇଛି ଯେ ଏହି ଭୂମିକମ୍ପ ପରେ ସୁନାମି ଆସିପାରେ। ଭୂମିକମ୍ପ କେନ୍ଦ୍ରଠାରୁ ୩୦୦ କିଲୋମିଟର (୧୮୬ ମାଇଲ) ଦୂରତା ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳରେ ବିପଦପୂର୍ଣ୍ଣ
ଜୁଆର ଉଠିପାରେ।ଏପର୍ଯ୍ୟନ୍ତ, କୌଣସି ଆହତ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।

ଭୂମିକମ୍ପ ପରେ ତୁରନ୍ତ ଆମେରିକା ସୁନାମି ଜାରି କରିଛି। ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା ଦଳଗୁଡ଼ିକୁ ସତର୍କ କରାଯାଇଛି । ଏହା ସହ ଉପକୂଳ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି। କାମଚାଟକାରେ ଜୁଲାଇରେ ୮.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯାହା ଜାପାନ, ଆମେରିକା ଏବଂ ହାୱାଇ, ଚିଲି, କୋଷ୍ଟାରିକା ପରି ଅନେକ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର ପାଇଁ ସୁନାମି ସତର୍କତା ଜାରି କରିଥିଲା।