LIVE TV

ଡ୍ୟାମରେ ଭାସୁଛନ୍ତି ଶହ ଶହ ମଲା କୁକୁଡ଼ା, ଦୁର୍ଗନ୍ଧରେ ଫାଟିଯାଉଛି ନାକ...

NEWS7
possible-rain-occure-in-odisha-due-to-low-pressure-till-30

ବଲାଙ୍ଗୀର ୨୦।୧୦ : ବଲାଙ୍ଗିର ଆଗଲପୁରରସ୍ଥିତ ଗାଈଖାଇ ଡ୍ୟାମରେ ଭାସୁଛି ଶହ ଶହ ମଲା କୁକୁଡା ଇକୋ ଟୁରିଜିମର ମାନ୍ୟତା ପାଇଥିବା ଏହି ଡ୍ୟାମରେ ଏଭଳି ଅସ୍ବାସ୍ଥ୍ୟକର ପରିବେଶକୁ ନେଇ ପର୍ଯ୍ୟଟକମାନେ ନାକ ଟେକୁଛନ୍ତି ତେବେ ଏତେ ପରିମାଣର ମଲା କୁକୁଡ଼ା କେଉଁଠୁ ଓ କେମିତି ଭାସି ଆସିଲେ ସେନେଇ ପ୍ରଶ୍ନ ଉଠିଛି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି

ଡ୍ୟାମରେ ଭାସୁଛି ଶହ ଶହ ମଲା ବ୍ରଏଲର କୁକୁଡା କୁକୁର ମଧ୍ୟ ମରି ଭାସୁଥିବା ଦେଖିବାକୁ ମିଳିଛି ବଲାଙ୍ଗିର ଆଗଲପୁରରେ ଥିବା ଗାଇ ଖାଇ ଡ୍ୟାମରେ ଭାସୁଛନ୍ତି ଶହ ଶହ କୁକୁଡ଼ା ବହୁ ସଂଖ୍ୟାରେ ମଲା କୁକୁଡ଼ା ଭାସୁଥିବାରୁ ଡ୍ୟାମ ପାଣି ଅପରିଷ୍କାର ହୋଇଥିବା ବେଳେ ଦୁର୍ଗନ୍ଧରେ ନାକ ଫାଟିଯାଉଛି ସ୍ଥାନୀୟ କିଛି ଲୋକ ମଲା କୁକୁଡାଙ୍କୁ ପାଣିରୁ ବାହାର କରିଛନ୍ତି ହେଲେ ଏତେ ପରିମାଣର ମଲା କୁକୁଡ଼ା କେଉଁଠୁ ଓ କେମିତି ଭାସି ଆସିଲେ ସେନେଇ ପ୍ରଶ୍ନ ଉଠିଛି ଉପରମୁଣ୍ଡରେ ଥିବା ମୁଖ୍ୟ କେନାଲରେ ମଲା କୁକୁଡା ଭାସିଆସିଥିବା ଅନୁମାନ କରାଯାଉଛି କୌଣସି କୁକୁଡ଼ା ଫାର୍ମରେ ମରିଯାଇଯାଇଥିବା ବେଳେ ସେଗୁଡିକୁ ଭସାଇ ଦେଇଥିବା ଅଭିଯୋଗ ହୋଇଛି

ପଶ୍ଚିମ ଓଡିଶାର ଏହି ଡ୍ୟାମ୍ ଇକୋ ଟୁରିଜିମର ମାନ୍ୟତା ପାଇଛି ହେଲେ ଏଭଳି ଚିତ୍ର ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ବ୍ୟଥିତ କରିଛି କାରଣ ଏହି ଡ୍ୟାମ ପାଣିକୁ ପର୍ଯ୍ୟଟକମାନେ ବଣଭୋଜିରେ ବ୍ୟବହାର କରୁଛନ୍ତି ଏମିତିକି ଡ୍ୟାମରୁ ବାହାରିଥିବା କେନାଲ ପାଣି ଉପରେ ଆଖପାଖ ଗାଁ ଲୋକେ ନିର୍ଭର କରନ୍ତି ଚାଷ କାମ ସମେତ ବିଭିନ୍ନ କାମରେ ପାଣି ବ୍ୟବହାର କରୁଛନ୍ତି କିନ୍ତୁ ଏଭଳି ଦୂଷିତ ପାଣି ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇବ ତେଣୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ସେପଟେ ଏନେଇ ସ୍ଥାନୀୟ ଜଳସେଚନ ବିଭାଗ ସହ ଯୋଗାଯୋଗ କରିବାରୁ କୌଣସି ଉତ୍ତର ମିଳିନଥିଲା ସେପଟେ ଏନେଇ ବନବିଭାଗ ତଦନ୍ତ କରୁଥିବା କହିଛନ୍ତି ଡିଏଫଓ ଆଗକୁ ପର୍ଯ୍ୟଟନ ଋତୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ପର୍ଯ୍ୟଟନସ୍ଥଳୀଙ୍କୁ ପର୍ଯ୍ୟଟକଙ୍କ ସୂଅ ଛୁଟିବ କିନ୍ତୁ ଏଭଳି ଅସ୍ବାସ୍ଥ୍ୟକର ପରିସ୍ଥିତି ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା କମିବା ନିଶ୍ଚିତ