ଚୌଦ୍ବାର: ଘରେ ପଶିଥିଲେ ଡକାୟତ। ହେଲେ ଉପସ୍ଥିତି ବୁଦ୍ଧି ଘଟାଇ ଡକାୟତଙ୍କୁ ହିଁ ଘରେ ବନ୍ଦୀ କରିଦେଲେ ଘର ମାଲିକ। ସଙ୍ଗେ ସଙ୍ଗେ ପୋଲିସକୁ ବି ଖବର ଦେଲେ। ଆଉ ଦଳବଳ ଧରି ପୂରା ପୋଲିସ ଟିମ୍ ଏବେ ଘଟଣାସ୍ଥଳରେ ପହଞ୍ଚି ଘରକୁ କରିଛନ୍ତି ଘେରାବନ୍ଦୀ। କୌଣସି ଫିଲ୍ମର ଦୃଶ୍ୟ ଭଳି ଲାଗୁଥିବା ଏହି ଘଟଣା କଟକ ଚୌଦ୍ବାରର ଅଞ୍ଚଳର। ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଚୌଦ୍ଵାର ଅଞ୍ଚଳର ଡ. ଶରତ ସିଂଙ୍କ ଘରେ କିଛି ଏକ ଡକାୟତ ଦଳ ପଶିଥିଲେ। ହେଲେ ଚତୁରତାର ସହ ଘର ମାଲିକ ଡକାୟତଙ୍କୁ ଘରେ ବନ୍ଦୀ କରିନେଇଥିଲେ। ଆଉ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଚୌଦ୍ଵାର ଥାନା ପୋଲିସ ସହିତ କଟକ କମିଶନରେଟ ପୋଲିସ ପହଞ୍ଚି ଘରକୁ ଘେରାବନ୍ଦୀ କରିଛନ୍ତି। ଡିସିପିଙ୍କ ସମେତ ବନ୍ଧୁକ ଧାରୀ ପୋଲିସ ମୁତୟନ ହୋଇଥିବା ବେଳେ, ବନ୍ଧୁକ ଧରି ପୂରା ପୋଲିସ ଟିମ୍ ଆଲର୍ଟରେ ରହିଛନ୍ତି।

Also Read: ଖଲ୍ଲିକୋଟରେ ବଡ଼ ଧରଣର ଚୋରି, ଲକ୍ଷାଧିକ ନଗଦ ଟଙ୍କା ସହ ସୁନା ଅଳଙ୍କାର ଓ ଗାଡ଼ି ଲୁଟ