LIVE TV

ଦୁନିଆକୁ ଅଲବିଦା କହିଲେ ଲୋକପ୍ରିୟ ଇନଫ୍ଲୁଏନ୍ସର ଅନୁନୟ ସୁଦ, ପୋଷ୍ଟ ସେୟାର କରି ସୂଚନା ଦେଲେ ପରିବାର ଲୋକେ

NEWS7
police-naxal-fire-exchange-in-sukuma

ନୂଆଦିଲ୍ଲୀ ୦୬।୧୧; ଦୁବାଇର ଜଣାଶୁଣା ଟ୍ରାଭେଲ ଇନଫ୍ଲୁଏନ୍ସର ଓ ଫଟୋଗ୍ରାଫର ଅନୁନୟ ସୁଦଙ୍କ ଦେହାନ୍ତ। ୩୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତାଙ୍କ ପରିବାର ଲୋକେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କ ମୃତ୍ୟୁ ଖବର ସୁନିଶ୍ଚିତ କରିଥିବା ବେଳେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। କୁହାଯାଉଛି ଯେ,ମୃତ୍ୟୁ ବେଳକୁ ଅନୁନୟ ଆମେରିକାର ଲାସ ଭେଗାସରେ ଥିବା ଜଣାପଡିଛି, ଯେଉଁଠାରେ ସେ ତାଙ୍କର ଶେଷ ପୋଷ୍ଟ ସେୟାର କରିଥିଲେ।

ଅନୁନୟ ସୁଦଙ୍କ ଶେଷ ଇନଷ୍ଟାଗ୍ରାମ୍ ପୋଷ୍ଟ କିଛି ଦିନ ପୂର୍ବରୁ ଥିଲା, ଯେଉଁଥିରେ ସେ ଲାସ୍ ଭେଗାସ୍‌ର ରାସ୍ତାରେ ସ୍ପୋର୍ଟସ୍ କାରମାନଙ୍କ ମଝିରେ ଥିବା ଦେଖିବାକୁ ମିଳିଥିଲା। ଏହି ପୋଷ୍ଟ ଏବେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ତାଙ୍କ ସ୍ମୃତିର ଶେଷ ଅଂଶ ପାଲଟିଛି।ଦୁବାଇର ଟ୍ରାଭେଲ୍ ସୁପରଷ୍ଟାର ଅନୁନୟ ସୁଦ କେବଳ ଟ୍ରାଭେଲ ଇନଫ୍ଲୁଏସର ନଥିଲେ ବରଂ ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ଥିଲେ। ତାଙ୍କର ଇନଷ୍ଟାଗ୍ରାମରେ ୧.୪ ମିଲିୟନରୁ ଅଧିକ ଫଲୋଅର୍ସ ଏବଂ ୟୁଟ୍ୟୁବ୍‌ରେ ପ୍ରାୟ ୪୦୦,୦୦୦ ସବସ୍କ୍ରାଇବର୍ ଥିଲେ। ସ୍ୱିଜରଲ୍ୟାଣ୍ଡର ପର୍ବତଠାରୁ ଆଇସଲ୍ୟାଣ୍ଡର ହ୍ରଦ ଏବଂ ଟୋକିଓର ରାସ୍ତା ପର୍ଯ୍ୟନ୍ତ, ତାଙ୍କ କ୍ୟାମେରା ପ୍ରତ୍ୟେକ ସ୍ଥାନର କାହାଣୀ କହୁଥିଲା।

ଫୋର୍ବସ୍‌ର ଶ୍ରେଷ୍ଠ ୧୦୦ ଡିଜିଟାଲ୍ ଷ୍ଟାର୍ ତାଲିକାରେ ଲଗାତାର ତିନି ବର୍ଷ - ୨୦୨୨, ୨୦୨୩ ଏବଂ ୨୦୨୪ - ଅନ୍ତର୍ଭୁକ୍ତ । ଅନୁନୟ ଏକ ସଫଳ ମାର୍କେଟିଂ ଫାର୍ମ ମଧ୍ୟ ଚଲାଇଥିଲେ, ଯାହା ମାଧ୍ୟମରେ ସେ ସୋସିଆଲ ମିଡିଆର ସୃଜନଶୀଳ ଦୁନିଆରେ ନିଜକୁ ଭିନ୍ନ କରିଥିଲେ।  ତେବେ ଏହି ଖବର ପରେ, ତାଙ୍କ ଫଲୋର୍ସମାନେ କମେଣ୍ଟ ବକ୍ସରେରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅନେକ ଲେଖିଛନ୍ତି ଯେ, ଅନୁନୟ ସେମାନଙ୍କୁ ପୂର୍ଣ୍ଣ ଜୀବନ ବଞ୍ଚିବାକୁ ପ୍ରେରଣା ଦେଇଛନ୍ତି। ଏକ ସ୍ୱପ୍ନ ଯାହା ଅଧୁରା ରହିଗଲା। ଅନୁନୟ ସୁଦଙ୍କ କ୍ୟାରିଅର ନୂତନ ଶିଖରରେ ପହଞ୍ଚିବା ସମୟରେ ତାଙ୍କ ଯାତ୍ରା ଶେଷ ହୋଇଗଲା। ସେ ଥରେ କହିଥିଲେ, "ଯଦି ମୋର କ୍ୟାମେରା ଗୋଟିଏ ବ୍ୟକ୍ତିକୁ ମଧ୍ୟ ଦୁନିଆ ଦେଖିବା ପାଇଁ ପ୍ରେରଣା ଦିଏ, ତେବେ ମୋର କାମ ସଫଳ।"