ହୋଟେଲ୍‌ ମାଲିକଙ୍କୁ ଗୁଳିମାଡ଼ର ଆକ୍ସନ, ଦୁଇ ଅଭିଯୁକ୍ତଙ୍କୁ ପୋଲିସର ଏନ୍‌କାଉଣ୍ଟର

Published By : Prameya-News7 Bureau | April 25, 2025 IST

ରାଉରକେଲା ୨୫।୦୪ : ରାଉରକେଲାରେ ଦୁଇ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର । ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଅଭିଯୁକ୍ତ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ହୋଟେଲ୍‌ ମାଲିକଙ୍କୁ ଗୁଳି କରି ଫେରାର ହେଉଥିବା ବେଳେ ପୋଲିସର ଆକ୍ସନ ।

ଗୁରୁବାର ବିଳମ୍ବିତ ରାତିରେ ରାଉରକେଲା ବିଶ୍ରା ଥାନା ସାରୁବାହାଲ ଗାଁରେ ଗଙ୍ଗେ ଓରାମଙ୍କ ହୋଟେଲ୍‌ରେ ୮ ଜଣ ଦୁର୍ବୃତ୍ତ ପଶିଥିଲେ । ମୁହଁରେ ହଳଦିଆ ଗାମୁଛା ଘୋଡ଼ାଇ ସମସ୍ତ କ୍ୟାସ୍‌ କାଉଣ୍ଟର ନିକଟକୁ ଯାଇଥିଲେ ।  ହୋଟେଲ୍‌ ମାଲିକ ଗଙ୍ଗେ ଓରାମଙ୍କୁ ଟଙ୍କା ମାଗିଥିଲେ, କିନ୍ତୁ ମାଲିକ ଦେବାକୁ ମନା କରିଦେଇଥିଲେ । ହେଲେ ଜୋରଜବରଦସ୍ତି ଡ୍ର ଖୋଲି ଯାହା ଟଙ୍କା ଥିଲା ଲୁଟି ନେଇଥିଲେ । ଏପିରିକି ହୋଟେଲ ମାଲିକ ଏବଂ ତାଙ୍କ ସ୍ତ୍ରୀ, ଜଣେ ଗ୍ରାହକଙ୍କ ମୋବାଇଲ ଫୋନ୍‌ ଛଡାଇବା ସହ ଗୁଳିମାଡ଼ କରି ଘଟଣାସ୍ଥଳରେ ଫେରାର ହୋଇଥିଲେ ଦୁର୍ବୃତ୍ତ । 

ଅନ୍ୟପଟେ ଏହି ଘଟଣାସଂପର୍କରେ ଖବର ପାଇ ବିଶ୍ରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ପ୍ରଥମ ଆହତଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ନିମନ୍ତେ ବିଶ୍ରା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ ମଧ୍ୟ କରିଥିଲା । ଏହାପରେ ଆକ୍ସନମୋଡ଼କୁ ଆସିଥିଲା ପୋଲିସ । ଗୁଳିମାଡ଼ କରିଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଶେଷରେ ଗୋଟିଏ ଜାଗାରେ ଦୁର୍ବୃତ୍ତ ଲୁଚିଥିବାର ଖବର ପାଇଥିଲା ପୋଲିସ । ପୁରା ଅଞ୍ଚଳକୁ ପୋଲିସ ଘେରିଥିବା ଦେଖି ଦୁର୍ବୃତ୍ତମାନେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲା ପୋଲିସ । ଦୀର୍ଘ ସମୟ ଧରି ପୋଲିସ ଏବଂ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ଦୁଇ ଦୁର୍ବୃତ୍ତଙ୍କ ଗୋଡ଼ରେ ବାଜିଛି   ଗୁଳି। ଜଣଙ୍କୁ ଅଟକ ରଖିଥିବା ବେଳେ ବାକି ପାଞ୍ଚ ଜଣ ଫେରାର ହୋଇଯାଇଛନ୍ତି । ପୋଲିସ ଗୁଳିରେ ଆହତ ହୋଇଥିବା ଅପରାଧୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

 

 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.