ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୭ରେ ଝାରସୁଗୁଡା ଆସିବେ। ଝାରସୁଗୁଡା ଅମଲିପାଲି ଠାରେ ଥିବା ରିଜର୍ଭ ପଡିଆରେ ଆୟୋଜିତ  ହେବ ଯୁବ ସମାବେଶ। ଏ ନେଇ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଷଣ ଦେବେ। ଏଥିପାଇଁ ଆଜି ଆନୁଷ୍ଠାନିକ ସୂଚନା ମିଳିବା ପରେ ଅମଲିପାଲି ପଡିଆ ସହ ଅନ୍ୟ ଦୁଇଟି ପଡିଆକୁ ବୁଲି ଦେଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସହ ଉତ୍ତରାଞ୍ଚଳ ଆଇଜି, ଜିଲ୍ଲାପାଳ ଓ ଏସପି। ଏହା ପରେ ଅମଲିପାଲି ପଡିଆରେ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଛି।

ଆଜି ସନ୍ଧ୍ୟାରେ ସାମ୍ଭାବ୍ୟ କାର୍ଯ୍ୟକ୍ରମ ସକାଶେ ପ୍ରସ୍ତୁତି କାର୍ଯ୍ୟ ଦେଖିବା ପାଇଁ ଝାରସୁଗୁଡ଼ା ପହଞ୍ଚିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଝାରସୁଗୁଡାରେ ଯୁବ ସମାବେଶ ଆୟୋଜନ ହେବ ଓ ରାଷ୍ଟ୍ରୀୟ ସ୍ତରରେ ଯୁବକଙ୍କ ମଙ୍ଗଳ ପାଇଁ କିଛି ଯୋଜନା ପ୍ରଧାନମନ୍ତ୍ରୀ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି।ଏହି ଅବସରରେ ରାଜ୍ୟର ସବୁ ଅଞ୍ଚଳରୁ ଲକ୍ଷାଧିକ ଯୁବକ  କାର୍ଯ୍ୟକ୍ରମରେ ସାମିଲ ହେବେଏଥିପାଇଁ ଝାରସୁଗୁଡା ବିଜେପିର କର୍ମକର୍ତ୍ତା ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ବିଧାୟକ ଟଙ୍କଧର ତ୍ରିପାଠୀ।

ଆସନ୍ତା ୨୫ ତାରିଖରେ ହେବାକୁ ଥିବା ଲଘୁଚାପ ଯୋଗୁଁ ଉପକୂଳ ଓଡିଶାରେ ଭୀଷଣ ବର୍ଷାକୁ ଆଶଙ୍କା କରି ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ବାତିଲ ହୋଇପାରେ । ତେଣୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ନରେନ୍ଦ୍ର ମୋଦୀଙ୍କ ଗସ୍ତ ଚୂଡାନ୍ତ ହୋଇଛି ।ଆଜି ସନ୍ଧ୍ୟା ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହେବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ​​​​​​​