ନୂଆଦିଲ୍ଲୀ: ଟାରିଫକୁ ନେଇ ଆମେରିକା-ଭାରତ ସମ୍ପର୍କ ବିଗିଡିବାରେ ଲାଗିଛି। ଏନେଇ ନିଜେ ସ୍ୱୀକାର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କହିଛନ୍ତି ଯେ ସେ ଭାରତ ଏବଂ ରୁଷକୁ ହରାଇଛନ୍ତି। କ୍ୱାଡ୍ ବୈଠକରେ ଯୋଗଦେବା ପାଇଁ ଭାରତ ଆସିବାର ଥିଲା, କିନ୍ତୁ ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କର ଏପରି କୌଣସି ଯୋଜନା ନାହିଁହାରି ଭିତରେ ଆସିଛି ଆଉ ଏକ ବଡ଼ ଖବର। ସମୟରେ, ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଯୋଗଦେବାର ଥିଲା କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ମୋଦି ଏଥିରେ ଯୋଗଦେବେ ନାହିଁ। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏହି ଅଧିବେଶନରେ ଯୋଗଦେବେ।

ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଖରାପ ହୋଇଥିବା ସମୟରେ ଭାରତ ଏହି ନିଷ୍ପତ୍ତି ନେଇଛି। ୟୁକ୍ରେନ ଯୁଦ୍ଧ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ, ଆଉ ୨୫ ପ୍ରତିଶତ ଶୁଳ୍କ ସହିତ ଭାରତର ମୋଟ ଶୁଳ୍କ ୫୦ ପ୍ରତିଶତକୁ ନେଇଯାଇଥିଲା। ସେବେଠାରୁ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ହ୍ରାସ ପାଉଛି।