ଆସନ୍ତା ସପ୍ତାହରେ ଆସିବେ ପ୍ରଧାନମନ୍ତ୍ରୀ, ୧୦ରେ ଭୁବନେଶ୍ବରରେ ରୋଡ୍ ଶୋ’

Published By : Prameya-News7 Bureau | May 04, 2024 IST

ଭୁବନେଶ୍ବର ୪।୫: ଆସନ୍ତା ସପ୍ତାହରେ ପୁଣି ଦୁଇ ଦିନିଆ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୦ରେ ଭୁବନେଶ୍ୱରରେ ରୋଡ୍‌ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି । ୧୧ ତାରିଖରେ ବଲାଙ୍ଗିର ସାଧାରଣ ସଭାରେ ମଦି ଯୋଗଦେବେ ।

ସେପଟେ ରବିବାର ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ନିର୍ବାଚନ ପ୍ରଚାର ପାଇଁ ମୋଦି ଓଡ଼ିଶା ଆସୁଛନ୍ତି । ରବିବାର ରାତି ସାଢେ ୯ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜେପି ପକ୍ଷରୁ ମୋଦିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ । ହାଜର ହଜାର ସଂଖ୍ୟାରେ ଲୋକ ବିମାନ ବନ୍ଦର ବାହାରେ ମୋଦିଙ୍କୁ ସ୍ବାଗତ କରିବେ । ରାଜଭବନରେ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ ମୋଦି । ୬ ତାରିଖରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ମୋଦି ପ୍ରଚାର କରିବେ । ୨ ସଂସଦୀୟ କ୍ଷେତ୍ରରେ ମୋଦିଙ୍କ ଜନସଭା କାର୍ଯ୍ୟକ୍ରମ ରହିଛି । ୬ ତାରିଖ ସକାଳୁ ବ୍ରହ୍ମପୁର ଅଭିମୁଖେ ବାହାରି ଯିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ବ୍ରହ୍ମପୁରରେ ବିଶାଳ ସମାବେଶରେ ଯୋଗ ଦେବେ ମୋଦି । ତାପରେ ନବରଙ୍ଗପୁରରେ ମଧ୍ୟ ବଡ଼ ଜନସଭାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଉଦବୋଧନକୁ ଅପେକ୍ଷା କରିଛନ୍ତି ଓଡ଼ିଶାବାସୀ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ସରଗରମ ହେଲାଣି ରାଜ୍ୟ ରାଜନୀତି ।

ମୋଦିଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ୍ ପୋଲିସ । ବିମାନବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ରହିବ । ସୁରକ୍ଷା ନେଇ SPG ସହ ଆଲୋଚନା କରାଯାଇଛି । ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଦୀଙ୍କ ଗସ୍ତ ବେଳେ ନୋ ଡ୍ରୋନ୍ ଫ୍ଲାଇଂ ଜୋନ କରାଯିବ । ଶନିବାର ସନ୍ଧ୍ୟାରେ କାରକେଡ୍ ରିହର୍ସଲ କରାଯିବ । ସୁରକ୍ଷା ପାଇଁ ୩ ଜଣ ଡିସିପି, ୧୦ ଏସିପି, ୧୭ ଆଇଆଇସି ଏବଂ ୯୦ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ସହ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଟ୍ରାଫିକ୍ କଣ୍ଟ୍ରୋଲ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ରାସ୍ତାର ଉଭୟ ପଟେ ବାରିକେଡ଼ କରାଯିବ ।

You Can Read :

ମୋଦୀଙ୍କ ପାଇଁ ବିମାନବନ୍ଦରରୁ ରାଜଭବନ କଡା ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ CISF ସହ ୨୦ପ୍ଲାଟୁନ୍ ଫୋର୍ସ

  • pm narendra modi
  • odisha
  • OdishaNews
  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.