ଓଡିଶା ଆସୁଛନ୍ତି ବିଜେପି ହେଭିଓ୍ୱେଟ୍‌ : ୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୨୫ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ

Published By : Prameya-News7 Bureau | May 22, 2024 IST

ଭୁବନେଶ୍ୱର ୨୨।୦୫ : ବିଜେପିର ମିଶନ ଓଡିଶା । ଫୋକସରେ ବିଧାନସଭା ଏବଂ ଲୋକସଭା ଆସନ ଜିତିବା । ଏହାକୁ ଦୃଷ୍ଟିରେ ରଖି ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ । ଏହିକ୍ରମରେ ପୁଣି ଥରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ । 

ଖବର ଅନୁଯାୟୀ, ଆସନ୍ତା ୨୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସୁଛନ୍ତି । ପ୍ରଥମେ ବାଲେଶ୍ୱର ଏବଂ ପରେ କେନ୍ଦ୍ରାପଡ଼ାର ସଂସଦୀୟ କ୍ଷେତ୍ରରେ ହେବାକୁ ଥିବା ସମାବେଶରେ ଯୋଗଦେବେ । ଦଳୀୟ କର୍ମୀଙ୍କୁ ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବା ସହ ଜନସଭାକୁ ସମ୍ବୋଧନ କରିବେ । 

ସେହିପରି ୨୫ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଗସ୍ତରେ ଆସିବେ । ବାରିପଦା, ଚାନ୍ଦବାଲି, କୋରେଇ, ନିମାପଡ଼ାରେ ହେବାକୁ ଥିବା ସମାବେଶ ଯୋଗଦେବେ । ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ସହ ଜନସଭାକୁ ସମ୍ବୋଧିତ କରିବେ । ଉଭୟ ନେତାଙ୍କ ଗସ୍ତ ନେଇ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସୂଚନା ଦେଇଛନ୍ତି । ସେପଟେ ଉଭୟ ନେତାଙ୍କ ଗସ୍ତକୁ ନେଇ ବିଜେପି ଶିବିର ବେଶ୍‌ ଉତ୍ସବମୁଖର ରହିଛି । 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.