ଖୋର୍ଦ୍ଧା ୨୨।୫: ଖୋର୍ଦ୍ଧାରେ ନବୀନ ପଟ୍ଟନାୟକଙ୍କ ମାରାଥନ୍ ପ୍ରଚାର । ଖୋର୍ଦ୍ଧା ହାବେଳି ପଡିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ । ବିଜେଡି ବରିଷ୍ଠ ନେତା ଭି.କେ. ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ । ଏହି ଅବସରରେ ସରକାରୀ ଯୋଜନା ସମ୍ପର୍କରେ ପଚାରି ବୁଝିଲେ ନବୀନ । BSKY ଯୋଜନା, ମିଶନ ଶକ୍ତି, ମମତା ଯୋଜନା, ଲକ୍ଷ୍ମୀ ବସ୍, ଚାଷୀର କାଳିଆ ଯୋଜନା ଭଲ କି ବୋଲି ପଚାରିଲେ ନବୀନ । ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିରୋଧୀ ଦଳର ନେତା ମିଛ କଥା କହୁଛନ୍ତି । ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଭୁବନେଶ୍ବର ସାଂସଦଙ୍କୁ ଟାର୍ଗେଟ୍ କଲେ ନବୀନ । କହିଲେ, ପୁରୀ ପରିକ୍ରମା ଓ ଲିଙ୍ଗରାଜଙ୍କ କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ଭୁବନେଶ୍ୱର ସାଂସଦ । ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କଲେ ନବୀନ ।
ସେହିଭଳି ବିରୋଧୀ ସାଂସଦଙ୍କୁ ଟାର୍ଗେଟ୍ କଲେ ଭି.କେ. ପାଣ୍ଡିଆନ । ଖବରକାଗଜରେ ସାଂସଦ କ'ଣ କରିଛନ୍ତି ଲେଖିଛନ୍ତି । NH ପାଇଁ ୬୪୦୦କୋଟି ଖର୍ଚ୍ଚ ହୋଇଥିବା ଲେଖିଛନ୍ତି । NH କାମରେ ସାଂସଦଙ୍କ କ'ଣ ଭୂମିକା ବୋଲି ପ୍ରଶ୍ନ କଲେ ପାଣ୍ଡିଆନ । ସବୁ ରାଜଧାନୀକୁ କେନ୍ଦ୍ର ସରକାର ରିଂ ରୋଡ୍ ଦେଇଛନ୍ତି । ଅନ୍ୟ ରାଜ୍ୟ ରାଜଧାନୀର ବିଜେପି ସାଂସଦ ରିଂ ରୋଡ୍ କଲେ । ଭୁବନେଶ୍ବର ସାଂସଦ ଇଟା ଖଣ୍ଡେ ପକାଇ ପାରିଲେନି ।
ରାଜଧାନୀରେ ଫୁଟ୍ ଓଭରବ୍ରିଜ କରିଥିବା ଲେଖିଛନ୍ତି । ସେ କରିଥିବା ଫୁଟ୍ ଓଭରବ୍ରିଜରେ କେହି ଯାଉନାହାନ୍ତି । ୫ ବର୍ଷରେ ଫୁଟ୍ ଓଭରବ୍ରିଜ କେତେ ବଡ଼ ସଫଳତା ବୋଲି ପ୍ରଶ୍ନ କଲେ ପାଣ୍ଡିଆନ୍ । ମନ୍ଦିରରେ ୱାଟର କୁଲର ବାଣ୍ଟିଥିବା ବି ଲେଖିଛନ୍ତି ସାଂସଦ । ଯେଉଁ କାମ ସେ କରିଛନ୍ତି ତାହା ସରପଞ୍ଚମାନେ ବି କରୁଛନ୍ତି । ସାଂସଦ ହୋଇ କ'ଣ କଲେ ବୋଲି ପାଣ୍ଡିଆନ୍ ପ୍ରଶ୍ନ କରିଛନ୍ତି ।
You Can Read :
ସମ୍ବଲପୁରରେ ମନ୍ତ୍ରୀ ଗିରିରାଜ ସିଂ, ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ କରିବେ ପ୍ରଚାର