LIVE TV

ନୂଆପଡ଼ା ବିଧାୟକ ଭାବେ ଶପଥ ନେଲେ ଜୟ ଢୋଲକିଆ, ବିଧାନସଭାରେ ଶପଥ ପାଠ କରାଇଲେ ବାଚସ୍ପତି

NEWS7
physical-exploitation-to-pregnant-woman11-times-in-one-night

ଭୁବନେଶ୍ୱର ୨୦।୧୧ : ଶପଥ ନେଲେ ଜୟ ଢୋଲକିଆ। ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଲେ ଜୟ ଢୋଲକିଆ। ଗୁରୁବାର ମଧ୍ୟାହ୍ନ ସମୟରେ ବାଚସ୍ପତି ସୁରମା ପାଢୀ ଜୟ ଢୋଲକିଆଙ୍କ ଶପଥ ପାଠ କରାଇଲେ। ମାଆ ଓ ପତ୍ନୀଙ୍କ ସହ ଆସି ନୂଆ ବିଧାୟକ ଭାବେ ନେଲେ ଶପଥ ।

୨୦୨୪ ବିଧାନସଭା ନିର୍ବାଚନରେ ରାଜେନ୍ଦ୍ର ଢୋଲକିଆ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ୨୦୨୫ ମସିହାରେ ଅସୁସ୍ଥତା ଯୋଗୁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଯାହାପରେ ନୂଆପଡ଼ାରେ ଉପନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଥିଲା । ୨୦୨୫ ମସିହା ନଭେମ୍ବର ୧୧ ତାରିଖରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପରେ ନଭେମ୍ବର ୧୪ରେ ହୋଇଥିବା ଭୋଗ ଗଣତିରେ ଜୟ ଢୋଲକିଆ ବିପୁଳ ସଂଖ୍ୟାରେ ବିଜୟୀ ହୋଇଥିଲେ । ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସର ଘାସିରାମ ମାଝୀଙ୍କୁ ପରାଜିତ କରିଥିଲେ ଜୟ ଢୋଲକିଆ । ବିଧାୟକ ଭାବେ ନିର୍ବାଚିତ ହେବା ପରେ ଗୁରୁବାର ଦିନ ବାଚସ୍ପତି ଜୟ ଢୋଲକିଆଙ୍କୁ ବିଧାୟକ ଭାବେ ଶପଥ ପାଠ କରାଇଛନ୍ତି। ବିଧାନସଭାର ବାଚସ୍ପତିଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ଶପଥ ନେଇଛନ୍ତି ଜୟ ଢୋଲକିଆ । ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ ।