‘ପ୍ରସ୍ତୁତ ହୋଇଯା ପୁଅ , ତୋର ସମୟ ଆସିଗଲା ...’ : ପଞ୍ଜାବୀ ସିଙ୍ଗର ମନକିର୍ତ ଔଲଖଙ୍କୁ ଧମକ ଦେଇଥିବା ବ୍ୟକ୍ତି ଗିରଫ

Published By : Prameya-News7 Bureau | August 26, 2025 IST

ନୂଆଦିଲ୍ଲୀ – ପଞ୍ଜାବୀ ସିଙ୍ଗର ମନକିର୍ତ ଔଲଖଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ। ଅଭିଯୁକ୍ତକୁ ସିଆଇଏ ପୁଲିସ୍ ଦିଲ୍ଲୀ ଏୟାରପୋର୍ଟରୁ ଗିରଫ କରି ନେଇଛି। ଅଭିଯୁକ୍ତ ହରଜିନ୍ଦର ସିଂହ ଚଣ୍ଡିଗଡ଼ର ଗାଁ ଖୁଡ୍ଡା ଜସୁ ସାରଙ୍ଗପୁରରେ ରୁହେ। ସେ ନିଜ ନାଁ ରବିନ୍ଦର ସିଂହ ରଖିଥିଲା। ସେ ଦିଲ୍ଲୀ ଏୟାରପୋର୍ଟରୁ ବିଦେଶ ଫେରାର ହେବାର ଲକ୍ଷ୍ୟରେ ଥିଲା। ଗତ କିଛି ବର୍ଷ ହେବ ସେ ଇଟାଲୀରେ ରହୁଥିଲା। ତା ବିରୋଧରେ ମୋହାଲୀର ଥାନା ମଟୋରରେ ବିଏନଏସ୍‌ର ଧାରା ୩୧୮ (୫), ୩୫୧(୨) ଅନୁସାରେ ମାମଲା ରୁଜୁ କରାଯାଇଛି।

ରବିନ୍ଦର ଇଟାଲୀର ନମ୍ୱରରୁ ଇନଷ୍ଟାଗ୍ରାମ୍‌ ଓ ସୋସିଆଲ ମିଡ଼ିଆରୁ ମନକିର୍ତ ଔଲଖଙ୍କ ନମ୍ୱର ପାଇଥିଲା। ଏହାପରେ ସେ ହ୍ୱାଟ୍ସଆପ୍‌ କଲ୍‌ ଓ ମେସେଜ କରି ମୁକ୍ତ ରାଶି ମାଗି ଥିଲା। ଯେତେବେଳେ ତାକୁ ଜଣା ପଡ଼ିଲା ଯେ, ତା ବିରୋଧରେ ପୁଲିସ ଥାନାରେ ମାମଲା ରୁଜୁ ହୋଇ ସାରିଛି, ତ ସେ ଭାରତ ଛାଡ଼ି ପୁଣି ଇଟାଲୀ ଫେରାର ହେବାର ମସୁଧାରେ ଥିଲା। ପୁଲିସ ତାର ମୋବାଇଲରୁ ସବୁ ଚାଟ୍‌ ରିକଭରି କରି ନେଇଛି।

ପୁଲିସ ଯେତେବେଳେ ଧମକ ଆସିଥିବା ନମ୍ୱରକୁ ଟ୍ରେସ୍ କରିଥିଲା , ସେ ଚଣ୍ଡିଗଡ଼ରେ ଥିବାର ଜାଣିପାରି ଥିଲା। ଏହାପରେ ଟେକ୍ନିକାଲ ଇଣ୍ଟେଲିଜେନ୍ସର ସାହାଯ୍ୟରେ ସେହି ନମ୍ୱରକୁ ଟ୍ରେସ୍‌ କରାଗଲା। ୨୧ ଅଗଷ୍ଟରେ ଅଭିଯୁକ୍ତ ବିଦେଶୀ ନମ୍ୱରରେ ହ୍ୱାଟ୍ସଆସ୍‌ କଲ୍‌ କରି ମନକିର୍ତ ଔଲଖଙ୍କୁ ଅଫିସିଆଲି ନମ୍ୱରରେ ଧମକପୂର୍ଣ୍ଣ ମେସେଜ୍‌ ପଠାଇ ଥିଲା। ଏହା ପଞ୍ଜାବୀରେ ଲେଖା ହୋଇଥିଲା। ଏହାପରେ ଔଲଖଙ୍କ ମ୍ୟାନେଜରଙ୍କୁ ଧମକ ଦେଇଥିବା ନମ୍ୱରରେ ହ୍ୱାଟ୍ସଆପ୍‌ରେ କଥା ମଧ୍ୟ ହୋଇଛି। ଏଥିରେ ସେ ମନକିର୍ତଙ୍କୁ ମାରିବାର ଧମକ ଦେଉଥିଲା। 

୨୧ ଅଗଷ୍ଟରେ ବିଦେଶୀ ନମ୍ୱରରୁ ପଞ୍ଜାବୀ ସିଙ୍ଗରଙ୍କ ବ୍ୟକ୍ତିଗତ ନମ୍ୱରକୁ କଲ୍‌ ଓ ହ୍ୱାଟ୍ସଆପ୍‌ରେ ମେସେଜ୍‌ କରି ତାଙ୍କୁ ଜୀବନରେ ମାରିବାର ଧମକ ଦେଇ ଥିଲା। ମେସେଜ୍‌ରେ ଲେଖା ଥିଲା ପ୍ରସ୍ତୁତ ହୋଇଯା ପୁଅ , ତୋର ସମୟ ଆସି ଗଲା। ତୋର ପତ୍ନୀ ହେଉ କି ପିଲା ,ଆମକୁ କୌଣସି ଫରକ ପଡ଼ିବ ନାହିଁ। ତୋର ନମ୍ୱର ଆସିଗଲା ।

ଏହାପରେ ସିଙ୍ଗର ମନକିର୍ତ ପୁଲିସରେ ଅଭିଯୋଗ ରୁଜୁ କରାଇ ଥିଲେ। ସେ ମୋହାଲିର ସେକ୍ଟର -୭୧ ସ୍ଥିତ ହୋମ୍‌ ଲ୍ୟାଣ୍ଡ ହାଇଟରେ ପରିବାର ସହ ରୁହନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.