LIVE TV

କେବେ ଦୂର ହେବ ସାର ସମସ୍ୟା ? ସାର ବଣ୍ଟନ ବେଳେ ଚାଷୀଙ୍କ ମଧ୍ୟରେ ଉତ୍ତେଜନା

NEWS7
digapahandi

ଦିଗପହଣ୍ଡି ୨୯।୦୯ : ଥମୁନି ସାର ବିବାଦ । ପୁଣି ଥରେ ସାର ପାଇଁ ହନ୍ତସନ୍ତ ଚାଷୀ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ସମବାୟ ସମିତିରେ ସାର ନେବା ପାଇଁ ଚାଷୀଙ୍କ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳିଛି । ଏପିରିକି ସାର ବଣ୍ଟନ ବେଳେ ଚାଷୀଙ୍କ ମଧ୍ୟରେ ହୋ-ହାଲ୍ଲା ହୋଇଥିବାର ଦେଖିବାକୁ ମିଳିଛି ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ସମବାୟ ସମିତିରେ ସାର ବଣ୍ଟନ ଚାଲିଥିଲା । ସମବାୟ ସମିତିକୁ ମାତ୍ର ୪୫୦ ବସ୍ତା ସାର ଆସିଥିବା ବେଳେ ୧୦୦୦ରୁ ଅଧିକ ଚାଷୀ ନେବା ପାଇଁ ଆସିଥିଲେ । ରାତି ୩ଟାରୁ ଆସି ସମବାୟ ସମିତି ଆଗରେ ଲାଇନ ଲଗାଇଥିଲେ । ହେଲେ ଏତେ ଚାଷୀଙ୍କୁ ଏତିକି ସାର କେମିତି ଦିଆଯିବ ତାକୁ ନେଇ ସମବାୟ ସମିତି ଚିନ୍ତାରେ ଥିଲେ । ଏସବୁ ଭିତରେ ଧାଡ଼ିରେ ଛିଡ଼ା ହୋଇଥିଲେ ଚାଷୀ । ହେଲେ ଠିକ୍‌ ସାର ବଣ୍ଟନ ଆରମ୍ଭ ହେବାମାତ୍ରେ ଉତ୍ତେଜନା ଦେଖିବାକୁ ମିଲିଥିଲା । ଯାହାଫଳରେ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଥିଲା ।