LIVE TV

ପୂଜା ପେଣ୍ଡାଲରେ ଭିଡ଼, ରାସ୍ତା ଜାମ; ଜାତୀୟ ରାଜପଥରେ ଫସିଛନ୍ତି ଲୋକେ

NEWS7
traffic

ଭୁବନେଶ୍ୱର: ଦୁର୍ଗା ମେଢ଼ ବୁଲିବାକୁ ଯାଇ ପ୍ରବଳ ଜାମରେ ଫସିଗଲେ ଲୋକେ । ନୟାପଲ୍ଲୀ ଦୁର୍ଗା ପୂଜା ମେଢ଼ ସମ୍ମୁଖରେ ଅସମ୍ଭାଳ ଟ୍ରାଫିକ ଜାମ । ଖଣ୍ଡଗିରିରୁ ନୟାପଲ୍ଲୀ ଯାଉଥିବା ଜାତୀୟ ରାଜପଥରେ ଧିମା ପଡ଼ିଯାଇଛି  ଯାତାୟାତ । ଟ୍ରାଫିକ୍ ଜାମ କ୍ଲିୟର କରିବା ପାଇଁ ରାସ୍ତାରେ କାହାରିକୁ ଗାଡ଼ି ରଖିବାକୁ ଦିଆଯାଉ ନାହିଁ । କେବଳ ଦୁଇ ଚକିଆ ଯାନ ପାର୍କିଂ ବ୍ୟବସ୍ଥା ରଖାଯାଇଥିବାବେଳେ କାର ଗୁଡ଼ିକୁ ଦୂରରେ ରଖାଯାଇଛି । ତେଣୁ ପ୍ରବଳ ଭିଡ଼ରୁ ବର୍ତ୍ତିବାକୁ ବିଭିନ୍ନ ରୁଟ୍ ଲାଇନ୍ ଦେଇଛି କମିଶନରେଟ ପୋଲିସ୍ ।

ସେହିପରି ରସୁଲଗଡ଼ ମେଢ ଦେଖିବାକୁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ରସୁଲଗଡ଼ ଛକରେ ନାହିଁ ନଥିବା ଭିଡ । ତେଣୁ ସେଠାରେ ମଧ୍ୟ ଗାଡ଼ି ଯିବା ଆସିବା କଷ୍ଟ ହୋଇପଡିଛି । ତୁରନ୍ତ ଟ୍ରାଫିକ ଜାମରୁ ମୁକ୍ତି ପାଇଁ ଟ୍ରାଫିକ ପୋଲିସ୍ ଜୋରଦାର ଲାଗିପଡିଛନ୍ତି । ରସୁଲଗଡ ସର୍ଭିସ ରାସ୍ତା ଜାମ ହୋଇଥିବାବେଳେ ରସୁଲଗଡ ଫ୍ଲାଏ ଓଭରବ୍ରିଜ ଉପରେ ଯାତାୟାତ ସ୍ଵାଭାବିକ ରହିଛି । ଓଭର ବ୍ରିଜ ଉପରେ ଗାଡ଼ି ହଟାଇବା ପାଇଁ ଟ୍ରାଫିକ ପୋଲିସ୍ ଫୋର୍ସ ମୁତୟନ ହୋଇ ରହିଛନ୍ତି ।