ବିହାରରେ ବର୍ଷା ଭାଙ୍ଗିଲା ୨୦ ବର୍ଷର ରେକର୍ଡ, ବିପଦ ସଂକେତ ଉପରେ କୋସୀ, ଗଣ୍ଡକ ଓ ବାଗ୍‌ମତୀ

Published By : Prameya-News7 Bureau | July 11, 2024 IST

ବିହାର ୧୧/୦୭: ବିହାରରେ ବର୍ଷା ବିତ୍ପାତ । ବର୍ଷା ଭାଙ୍ଗିଛି ୨୦ ବର୍ଷର ରେକର୍ଡ । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି କୋସୀ-ଗଣ୍ଡକ ଓ ବାଗମତୀ । ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ତାଜୁବ । ୨୦୦୪ ପରେ ବିହାରରେ ସବୁଠୁ ଅଧିକ ବର୍ଷା ହୋଇଛି । ଯେଉଁଥିପାଇଁ ରାଜ୍ୟର ଅବସ୍ଥା ବିଗିଡି ଯାଇଛି । 

ମୌସୁମୀ ବିଭାଗର ଚେତାବନୀ ଅନୁଯାୟୀ ଆସନ୍ତା ଦୁଇ ଦିନ ବିହାରରେ ଅବସ୍ଥା ଆହୁରି ଖରାପ ହେବାର ସମ୍ଭାବନା ରହିଛି । କୋସୀ, ଗଣ୍ଡକ, ବାଗମତୀ, ମହାନନ୍ଦା, ପରମାନ ଭଳି ନଦୀ ଗୁଡିକ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ଗୋପାଳଗଞ୍ଜ ମଧୁବନୀ ଏବଂ କୋସୀ-ସାମୀଞ୍ଚାଳର ଅନେକ ଜିଲ୍ଲାରେ ଥିବା ଗାଁ ସବୁ ଜଳମଗ୍ନ ହୋଇପଡିଛି । 

ବିହାରରେ କେବଲ ଗାଁ ନୁହେଁ ସହରର ରାସ୍ତାଘାଟରେ ବି ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି । ମୁଶଳଧାରରେ ବର୍ଷା ହେତୁ ସାସାରାମ ସଦର ହସ୍ପିଟାଲରେ ପଶିଛି ପାଣି । ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀ ଏବଂ ସମ୍ପର୍କୀୟ ପାଣି ପାଇଁ ସମସ୍ୟା ଭୋଗୁଛନ୍ତି । ଏତେ ମାତ୍ରାରେ ପାଣି ଯେ ହସ୍ପିଟାଲ ପରିସରରେ ଯା ଆସ ଲାଗି ସମସ୍ୟା ଉପୁଜିଛି ।    


News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.