ମୁମ୍ୱାଇ : ଅମିତାଭ ବଚ୍ଚନଙ୍କ ଶୋ କୌନ ବନେଗା କରୋଡପତି ୧୭ ଆରମ୍ଭ ହୋଇ ଯାଇଛି ଏବଂ ପ୍ରଶଂସକ ସବୁବେଳ ପରି ଏହି ସିଜନକୁ ନେଇ ମଧ୍ୟ ଖୁବ୍ ଏକ୍ସାଇଟେଡ୍ ଅଛନ୍ତି। ବିଗ୍ ବି ସେଟ୍ରୁ ଫଟୋ ସବୁ ସେୟାର କରୁଛନ୍ତି। ଏବେ ବିଗ୍ ବି ନିକଟରେ ନିଜର ବ୍ଲଗ୍ ମାଧ୍ୟମରେ ନିଜର ବଦଳି ଥିବା ଲୁକ୍ ବିଷୟରେ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ, ସେ ଏହାକୁ ଠିକ୍ କରିବା ଉପରେ କାମ କରୁଛନ୍ତି।
ବିଗ୍ ବି ଲେଖିଛନ୍ତି , କେବିସିର ୨୫ ବର୍ଷ ପୂରା ହୋଇ ଯାଇଛି ଏବଂ ଏବେ ୧୭ ତମ ସିଜନର ସୁଟିଂ ଆରମ୍ଭ ହୋଇ ଯାଇଛି। ଦର୍ଶକଙ୍କ ଯେଉଁ ରିଆକ୍ସନ ଅଛି ସେଟ୍କୁ ନେଇ ତାହା ଖୁବ୍ ପ୍ରୋତ୍ସାହିତ କରିଥାଏ। କିଛି ମିଡ଼ିଆ ବନ୍ଧୁ ମାନେ କହିଛନ୍ତି ଯେ, ମୋର ଲୁକ୍ ବଦଳି ଯାଇଛି ଏବଂ ମୋତେ ଏହା ଉପରେ କାମ କରିବା ଉଚିତ୍ ଏବଂ କରିବା ଉଚିତ୍।
ବିଗ୍ ବି ଆଗକୁ ଲେଖିଛନ୍ତି, ମୁଁ ସେମିତି କରିବାକୁ ଭାବୁଛି, ନିଜ ବୟସରେ ଯେମିତି ବେଷ୍ଟ ରହିବି। ସେପର୍ଯ୍ୟନ୍ତ ଆପଣଙ୍କର ପ୍ରଶଂସା ଓ ଭଲ ପାଇବା ମୋତେ ଆଗକୁ ବଢିବାକୁ ପ୍ରେରିତ କରି ଚାଲିବ ଏବଂ ମୋତେ ସେହି ପ୍ରେରଣା ଓ ପ୍ରୋତ୍ସାହନ ଦେଇ ଚାଲିବ ଯାହା ମୋତେ ଗତ ୨୩ ବର୍ଷ ଧରି ମୋଟିଭେଟ୍ କରୁଛି।
ବିଗ୍ ବି ଶୋ’କୁ ହୋଷ୍ଟ କରିବାରେ ସବୁଠୁ ମୁସ୍କିଲ ଜିନିଷ ବିଷୟରେ କହିଛନ୍ତି , ଆମେ ହଟ୍ ସିଟ୍ରେ ବସି ଥାଉ ଏବଂ ପ୍ରତିଯୋଗୀଙ୍କୁ ଭେଟୁ । ଭଲ ଲାଗେ ତାଙ୍କୁ ଜିତିବାର ଦେଖିଲେ, କିନ୍ତୁ ଯେତେବେଳେ ସେ ହାରି ଯାଆନ୍ତି , ତ ସେହି ସମୟରେ ତାଙ୍କର ଇମୋସନ୍ସକୁ ଦେଖି ନିଜକୁ କଣ୍ଟ୍ରୋଲ କରିବା ମୁସ୍କିଲ ହୋଇଥାଏ। ତାଙ୍କ ପାଇଁ ତ ଏହା ଦୁଃଖର କଥା , ଆଉ ମୋ ପାଇଁ ମଧ୍ୟ ।
ଅମିତାଭଙ୍କର ଫିଲ୍ମର କଥା ଯଦି କହିବା, ତ ସେ ଲାଷ୍ଟ ଫିଲ୍ମ ଭେଟ୍ଟିୟନରେ ନଜର ଆସିଥିଲେ , ଯେଉଁଥିରେ ତାଙ୍କ ସହ ରଜନୀକାନ୍ତ , ଫାହଦ ଫାସିଲ , ରାଣା ଦଗୁବାତୀ ମଧ୍ୟ ଥିଲେ। ଏହି ଫିଲ୍ମ ମାଧ୍ୟମରେ ବିଗ୍ ବି ତାମିଲ ଫିଲ୍ମରେ ଡେବ୍ୟୁ କରି ଥିଲେ, କିନ୍ତୁ ଫିଲ୍ମକୁ କିଛି ବିଶେଷ ପ୍ରତିକ୍ରିୟା ମିଳି ନଥିଲା। ଏବେ ବିଗ୍ ବି ସେକ୍ସନ ୮୪ରେ ନଜର ଆସିବାକୁ ଯାଉଛି।