ଭୁବନେଶ୍ୱର ୧୬।୦୮ : ନବୀନ ନିବାସ ପୁଣି ଚଳଚଞ୍ଚଳ । ବିଜେଡିର ବରିଷ୍ଠ ନେତା ଠୁଳ ହେବାରେ ଲାଗିଛନ୍ତି । ସଂଗଠନର ସ୍ଥିତି ବାବଦରେ ବରିଷ୍ଠ ନେତାଙ୍କୁ ବିଜେଡି ସୁପ୍ରିମୋ ଆଲୋଚନା କରୁଥିବା ସୂଚନା ମିଳିଛି । ମୁମ୍ବାଇରୁ ସୁସ୍ଥ ହୋଇ ଓଡ଼ିଶା ଫେରିବା ପରେ ନବୀନ ନିବାସରେ ଡାକିଛନ୍ତି ପ୍ରଥମ ବୈଠକ ।
ଖବର ଅନୁଯାୟୀ, ଜୁନ୍ ୨୦ ତାରିଖରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଚିକିତ୍ସା ଲାଗି ମୁମ୍ବାଇ ଯାଇଥିଲେ । ସେଠାରେ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ ଆର୍ଥ୍ରାଇଟିସ୍ର ଅପରେସନ ହୋଇଥିଲା । ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଜୁନ୍ ୨୨ ତାରିଖରେ ନବୀନ ପଟ୍ଟନାୟକଙ୍କ ଅପରେସନ ହୋଇଥିଲା । ଅପରେସନ୍ ସଫଳ ହେବା ପରେ ଦୁଇଦିନ ଅବଜରଭେସନ୍ରେ ରଖାଯାଇଥିଲା। ପରେ ସେ ସୁସ୍ଥ ହେବା ପରେ ଜୁଲାଇ ୭ ତାରିଖରେ ମେଡ଼ିକାଲରୁ ଡିସଚାର୍ଜ ହୋଇଥିଲେ । ଜୁଲାଇ ୧୨ ତାରିଖରେ ସୁସ୍ଥ ହୋଇ ଓଡ଼ିଶା ଫେରିଥିଲେ ନବୀନ ପଟ୍ଟନାୟକ । ବିମାନବନ୍ଦରରେ କର୍ମୀ ଓ ନେତାଙ୍କ ପକ୍ଷରୁ କରାଯାଇଥିଲା ଜୋରଦାର ସ୍ୱାଗତ । ତେବେ ମୁମ୍ବାଇରୁ ସୁସ୍ଥ ହୋଇ ଫେରିବା ପରେ ବଡ଼ ବୈଠକ ଡାକିଛନ୍ତି । ଯେଉଁଥିରେ ବରିଷ୍ଠ ନେତାଙ୍କ ସହିତ ଦଳର ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିଛନ୍ତି । ନବୀନ ନିବାସରେ ଉପସ୍ଥିତ ଥିବା ନେତାଙ୍କ ମଧ୍ୟରେ ପ୍ରଫୁଲ ସାମଲ, ଜଗନ୍ନାଥ ସାରକାଙ୍କ ଆଦି ରହିଛନ୍ତି । ତେବେ କେଉଁ କେଉଁ ପ୍ରସଙ୍ଗ ନେଇ ଆଲୋଚନା ଚାଲିଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ମୁମ୍ବାଇରୁ ସୁସ୍ଥ ହୋଇ ଫେରିବା ପରେ ନବୀନ ନିବାସରେ ବସିଛି ପ୍ରଥମ ବୈଠକ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି, ସେଥିପାଇଁ ନିର୍ବାଚନ ମୈଦାନରେ ଦଳର କିପରି ରହିବ ଷ୍ଟ୍ରାଟେଜି । ହୁଏତ ସେ ବିଷୟ ଉପରେ ଆଲୋଚନା ହୋଇପାରେ । ବୈଠକ ଶେଷ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ଆଶା କରାଯାଉଛି ।