ସେ ଥିଲେ ଅଟଳ, ସେ ଥିଲେ ମହାନ ପ୍ରଧାନମନ୍ତ୍ରୀ...କହିଥିଲେ 'ମୋତେ ଯୌତୁକରେ ଦରକାର ପାକିସ୍ତାନ'

Published By : Prameya-News7 Bureau | August 16, 2025 IST

ନୂଆଦିଲ୍ଲୀ ୧୬/୦୮: ଓଜସ୍ୱୀ ଭାଷଣ, ଅଦମ୍ୟ ସାହାସ । ଧୀରସ୍ଥିର ସ୍ୱଭାବ, କଥାବାର୍ତ୍ତା ବେଶ୍ ସରଳ । ଭାରତୀୟ ରାଜନୀତିର ସେ ଅଟଳ ରାଜନେତା । ଏମିତି ବ୍ୟକ୍ତିତ୍ୱ ନା ଶୁଣିଲେ ବି ଥରିଉଠନ୍ତି ଶତ୍ରୁ ରାଷ୍ଟ୍ର । ଉଚ୍ଚ ସ୍ୱରରେ କଥା ନହେଲେ ବି ପଦିଏ କଥାରେ ବିରୋଧୀ ଚିତ୍ । ଯେତେ କହିଲେ ଗାରିଦେଲେ ବି ଶୁଣନ୍ତିନି । ବରଂ ଗାଳିକୁ ପଛକରି ଦେଶ ମାତୃକାର ସେବା କରିବାରେ ସେ ଥିଲେ ବେଶ୍ ଖ୍ୟାତ । 

ବୋଧହୁଏ ଏତକ ଜାଣିବା ପରେ ସମସ୍ତେ ଉଣା ଅଧିକ ଜାଣିଥିବେ ଆମ କାହାର ଉଦାହରଣ ଦେଉଛୁ । ଆଜ୍ଞା ହଁ ଆମେ କହୁଛୁ ସେହି ମହାନ ଦେଶପ୍ରେମୀଙ୍କ କଥା ଯାହାଙ୍କ ଆଜି ପୁଣ୍ୟତିଥୀ । ସାରା ଦେଶ ତାଙ୍କୁ ଜଣାଉଛି ଶ୍ରଦ୍ଧାଞ୍ଜଳୀ । ତାଙ୍କର ଗୋଟିଏ କବିତା ଆଜି ମନରେ ଗୁଞ୍ଜରିତ ହେଉଛି । ହାର ନେହିଁ ମାନୁଙ୍ଗା, ରାରୁ ନେହିଁ  ଠାନୁଙ୍ଗା...କାଲ କେ କପାଲ ପର ଲିଖତା ମିଟାତୁ ହୁଁ, ଗୀତ ନୟା ଗାତା ହୁଁ....

୧୬ ମାର୍ଚ୍ଚ ୧୯୯୯, ଦେଶର ପ୍ରଧାନମନ୍ତ୍ରୀ ଥିଲେ ଅଟଳବିହାରୀ ବାଜପେୟୀ । ଭାରତ-ପାକିସ୍ତାନର ସମ୍ପର୍କ ସୁଧାରିବା ପାଇଁ ସେ ଦୁଇ ଦେଶ ମଧ୍ୟରେ ଆରମ୍ଭ କରିଥିଲେ ବସ୍‌ ସେବା । ଆଉ ଅଟଳ ଜୀ ନିଜେ ବସରେ ବସି ଅମୃତସରରୁ ଲାହୋର ଯାଇଥିଲେ । ସେଠାରେ ଗଭର୍ନର ହାଉସରେ ଏମିତି ଭାଷଣ ଦେଇଥିଲେ ଯେ ପାକିସ୍ତାନର ରାଜନେତା ମାନେ ତାଳି ନମାରି ରହିପାରିନଥିଲେ ।

ଭାଷଣ ପରେ  ସେଠାରେ ଘଟିଥିଲା ଏମିତି ଘଟଣା, ଯାହା ସେଠାରେ ଉପସ୍ଥିତ ସମସ୍ତଙ୍କୁ କରିଦେଇଥିଲା ତାଜୁବ୍ । ପାକିସ୍ତାନର ଜଣେ ମହିଳା ସାମ୍ବାଦିକା ବାଜପେୟୀଙ୍କୁ ପଚାରିଥିଲେ ଆପଣ ଅବିବାହିତ ଅଛନ୍ତି ମୁଁ ଆପଣଙ୍କ ବିବାହ କରିବାକୁ ଚାହୁଛି । କିନ୍ତୁ ପ୍ରତି ବଦଳରେ ମୋତେ ମୁହଁ ଦେଖାର ଦରକାର କାଶ୍ମୀର । ସାମ୍ୱାଦିକଙ୍କ ଏହି ପ୍ରଶ୍ନରେ ହଡବଡେଇ ଯିବା ତ ଦୂରର କଥା ବାଜପେୟୀ ହସି ହସି ଦେଇଥିଲେ ଜବାବ୍ । 

ଆଉ ଜବାବ ଥିଲା ମୁଁ ବିବାହ କରିବାକୁ ରାଜି, କିନ୍ତୁ ମୋର ବି ଯୌତୁକରେ ପୂରା ପାକିସ୍ତାନ ଦରକାର । ଆପଣ ରାଜି ତ, ଆପଣଙ୍କ ସରକାର ଦେଇ ପାରିବେ ମୋତେ ପାକିସ୍ତାନ? ଏଭଳି ଉତ୍ତର ଶୁଣି ଚୁପ ହୋଇଯାଇଥିଲେ ମହିଳା ସାମ୍ବାଦିକା । ଭାରତର ରାଜନୈତିକ ଇତିହାସରେ ସଫଳ ବ୍ୟକ୍ତିତ୍ୱ ଅଟଳ ବିହାରି ବାଜପେୟୀ । ତାଙ୍କ ନା ଯେମିତି କାମ ବି ସେମିତି ଅଟଳ । ଯାହା କୁହନ୍ତି ସେମିତି କରନ୍ତି । ଜୀବନର ପ୍ରତି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଛୁଇଁପାରିଛନ୍ତି ଅଟଳ । 

ଏକାଧାରରେ ବିଚକ୍ଷଣ ରାଜନୀତିଜ୍ଞ, ପ୍ରଶାସକ, ଭାଷାବିତ, କବି, ସମ୍ବାଦିକ ଓ ଲେଖକ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଆଦର୍ଶରେ ଅନୁପ୍ରାଣିତ ହୋଇ, ଅଟଳ ବିହାରୀ ଉଦାରବାଦ, ସହନଶୀଳତା, ସମାନତାକୁ ନେଇ ରାଜନୀତିରେ ପାଦ ଥାପିଥିଲେ । ଦେଶର ଜଣେ ସାଲିସବିହୀନ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଭାବେ ଶେ ବିଶ୍ୱବିଦିତ । ଆଜି ହେଉଛି ସେହି ମହାନ ରାଜନେତାଙ୍କ ଶ୍ରାଦ୍ଧ ବାର୍ଷିକୀ । 

ମଧ୍ୟପ୍ରଦେଶର ଗ୍ୱାଲିଅରରେ ୧୯୨୪ ମସିହା ଡିସେମ୍ବର ୨୫ରେ ଜନ୍ମଗ୍ରହଣ କରିଥିଲେ ଅଟଳ । ଆଜି ତାଙ୍କ ଶ୍ରାଦ୍ଧ ବାର୍ଷିକୀ । ତାଙ୍କ ବାପା ଥିଲେ ଶିକ୍ଷକ ଓ ମାଆ ସୁଗୃହିଣୀ । କିନ୍ତୁ ତାଙ୍କର ପ୍ରକୃତ  ଘର ଥିଲା ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲାର ବଟେଶ୍ୱରରେ । ତାଙ୍କର ରାଜନୈତିକ ଜନ୍ମସ୍ଥଳୀ ଥିଲା ଉତ୍ତରପ୍ରଦେଶ । ରାଜଧାନୀ ଲକ୍ଷ୍ନୌରୁ ସେ ଏମପି ଭାବେ ନିର୍ବାଚିତ ହୋଇଥିଲେ । ରାଜନୀତିରେ ତାଙ୍କ ଭଳି ବ୍ୟକ୍ତିତ୍ୱ ଥିଲେ ବିରଳ । ରାଜନୀତିରେ ସଂଖ୍ୟା ବା ଯୋଡତୋଡରେ ବିଶ୍ୱାସ କରୁନଥିଲେ ଜନନାୟକ ଅଟଳବିହାରୀ ବାଜପେୟୀ । 

ଫଳରେ ମାତ୍ର ଗୋଟିଏ ଭୋଟ ପାଇଁ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା । ମାତ୍ର ୧୩ ଦିନର ଶାସନ ଭାଙ୍ଗିଯାଇଥିଲା । ଆଉ ଶେଷରେ ତାଙ୍କୁ ବିରୋଧୀ ଦଳ ନେତାର ଦାୟିତ୍ୱ ନିଭାଇବାକୁ ପଡିଥିଲା । ପରେ ହୋଇଥିବା ନିର୍ବାଚନରେ ସେ ଦୁଇ ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ । ସେ ଭାରତରେ ରତ୍ନ ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଥିଲେ । ୧୬ ଅଗଷ୍ଟ ୨୦୧୮ ମସିହାରେ ସେ ମୃତ୍ୟୁ ବରଣ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.