୪୦ ପାକିସ୍ତାନ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ପାକ୍‌ର ୧୫ ପୋଷ୍ଟ ଉପରେ କବଜା

NEWS7
panic-in-pakistan-due-to-india-counter-attack

ନୂଆଦିଲ୍ଲୀ, ୨୭ /୦୨: କେହି କାହାରିକୁ ଛାଡିବାକୁ ନାରାଜ । ଦୁଇ ମୁସଲିମ ଦେଶ ମଧ୍ୟରେ ଭୟଙ୍କର ଯୁଦ୍ଧ । ପରସ୍ପର ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଭାରତର ଦୁଇ ପଡୋଶୀ ଦେଶଆଫଗାନିସ୍ତାନ ଏବଂ ପାକିସ୍ତାନ । ଗୁରୁବାର ପାକିସ୍ତାନ ସୀମାରେ ଭୟଙ୍କର ଆକ୍ରମଣ କରିଛି ଆଫଗାନିସ୍ତାନ । ଏକାଧିକ ପାକ୍ ପୋଷ୍ଚ୍ କୁ ଧ୍ୱଂସ କରିଦେଇଛି । ଯେଉଁଥିଲେ ପାକ୍ ଆର୍ମୀର ଅନେକ ଯବାନ ପ୍ରାଣ ହରାଇଥିବା ଆଫଗାନ୍ ସରକାର କହିଛନ୍ତି। ସେପଟେ ପାକିସ୍ତାନ ମଧ୍ୟ ପାଲଟା ଜବାବ ଦେଇ କାବୁଲରେ ଆକ୍ରମଣ କରିଛି ।

ଆଫଗାନ୍ ସରକାରଙ୍କ କହିବାନୁସାରେ, ସେମାନେ ପାକିସ୍ତାନର୧୫ଟି ସେନା ପୋଷ୍ଟକୁ ଦଖଲ କରିସାରିଛନ୍ତି । ଯେଉଁଥିରେ ଅନେକ ପାକ୍ ସୈନ୍ୟ ନିହତ ହୋଇଛନ୍ତି । ଏହା ହେଉଛି ପକିସ୍ତାନ ତରଫରୁ କରାଯାଇଥିବା ଏୟାର ଷ୍ଟ୍ରାଇକର ଜବାବ । ବିବଦୀୟ ଡୁରାନ୍ଦ ଲାଇନରେ ପାକ୍ ସେନା ସହ ସେମାନେ ମୁହାଁମୁହିଁ ହୋଇଛନ୍ତି । ଏଥିରେ ତାଲିବାନର କିଛି ଯୋଦ୍ଧା ମଧ୍ୟ ପ୍ରାଣ ହରାଇଛନ୍ତି ।

ତାଲିବାନ ମୁଖପାତ୍ର ଜାବିହୁଲ୍ଲାହ ମୁଜାହିଦ କହିଛନ୍ତି ଯେ, ପାକିସ୍ତାନୀ ସେନାର୪୦ସଦସ୍ୟ ପ୍ରାଣ ହରାଇଛନ୍ତି । କୁନାର ପ୍ରାନ୍ତରେ ପାକ୍ ର ଭୟଙ୍କର କ୍ଷତି ହୋଇଛି । ଇସଲାମିକ୍ ଏମିରେଟସ୍ ଫୋର୍ସ ଏହି ଆକ୍ରମଣ କରିଛି । ଯାହା ପାକିସ୍ତାନୀ ସେନାର ଅଣ୍ଟା ଭାଙ୍ଗି ଦେଇଥିବା ସେ ପ୍ରକାଶ କରିଛନ୍ତି ।

ପାକିସ୍ତାନ ମଧ୍ୟ ଚୁପ୍ ବସିନି । ପାକ୍ ସେନା କାବୁଲ ଏବଂ କାନ୍ଦାହାର ପ୍ରାନ୍ତରେ ଏୟାର ଷ୍ଟ୍ରାଇକ୍ କରି୨୨ଜଣ ତାଲିବାନୀ ଯୋଦ୍ଧାଙ୍କୁ ନିପାତ କରିଥିବା ଦାବି କରିଛି ।

ପାକିସ୍ତାନ ଏୟାର ଷ୍ଟ୍ରାଇକର ଜବାବ

ଗୁରୁବାର ତାଲିବାନ ନେତା ଜାବିହୁଲ୍ଲାହ ମୁଜାହିଦ ଏକ୍ସରେ ଏକ ପୋଷ୍ଟ କରି ଲେଖିଥିଲେ ଯେ, ପାକିସ୍ତାନୀ ସାମରିକ ଗୋଷ୍ଠୀ ଦ୍ୱାରା ବାରମ୍ବାର ଉତ୍ତେଜନା ଏବଂ ଉଲ୍ଲଂଘନର ଜବାବରେ, ଡୁରାଣ୍ଡ ରେଖାରେ ପାକିସ୍ତାନୀ ସାମରିକ ସ୍ଥାନ ଏବଂ ପ୍ରତିଷ୍ଠାନ ବିରୁଦ୍ଧରେ ବଡ଼ ଧରଣର ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ କରାଯାଇଛି।

ଏପଟେ ଭାରତ ସହିତ ସମ୍ପର୍କ ସେତେଟା ତିକ୍ତ ନଥିବାରୁ କଥା ଅଲଗା ଦିଗକୁ ବି ଯାଇପାରେ। ସେପଟେ ଯୁଦ୍ଧ ଘନେଇଲେ ବଲୋଚିସ୍ତାନ ଆର୍ମୀ ମଧ୍ୟ ପାକିସ୍ତାନ ଉପରେ କରିପାରେ କଡ଼ା ପ୍ରହାର। ତାଲିବାନର ୨୦୧ ଖାଲିଦ ବିନ୍ ୱାଲିଦ କର୍ପସର ମୁଖପାତ୍ର କହିଛନ୍ତି ଯେ ଆଫଗାନ ସୀମାନ୍ତ ବାହିନୀ ପାକିସ୍ତାନ ସୀମାନ୍ତବର୍ତ୍ତୀ ପୂର୍ବ ପ୍ରଦେଶଗୁଡ଼ିକରେ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି।ଏହି କାର୍ଯ୍ୟାନୁଷ୍ଠାନ ପାକିସ୍ତାନୀ ବିମାନ ଆକ୍ରମଣର ସିଧାସଳଖ ଜବାବ ବୋଲି ସେ କହିଛନ୍ତି।