ବାଂଲାଦେଶକୁ ବୁଦ୍ଧି ଶିଖେଇବା ଲାଗି ଭାରତକୁ ମିଳିଛି ଅପୂର୍ବ ସୁଯୋଗ, ହୋଇପାରେ ପାକିସ୍ତାନ ଭଳ ଅବସ୍ଥା

NEWS7
pakistans-new-hangor-submarine-launched-know-how-much-of-a-concern-it-is-for-india--

ନୂଆଦିଲ୍ଲୀ ୩।୧୨: ଭାରତ-ବାଂଲାଦେଶ ସମ୍ପର୍କକୁ ୨୦୨୬ ସବୁଦିନ ପାଇଁ ବଦଳାଇଦେବ। ଆପଣ ହୁଏତ ଏହାକୁ ସଂଯୋଗ କହି ପାରନ୍ତି, ବାଂଲାଦେଶକୁ ଯେଉଁ କଥାର ସବୁଠୁ ଅଧିକ ଡର ଥିଲା ତାହା ୧ ଜାନୁୟାରୀ ୨୦୨୬ରୁ ଆରମ୍ଭ ହୋଇଯାଇଛି। ଜାନୁୟାରୀ ମାସ ଆରମ୍ଭ ସହ ବାଂଲାଦେଶ ବରବାଦୀର କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ହୁଏତ ଏହାକୁ ଆପଣ କର୍ମର ଫଳ ବି କହି ପାରନ୍ତି। ଯେଉଁ ବାଂଲାଦେଶ ୨୦୨୫ରେ ଭାରତକୁ ବାର କଥା କହୁଥିଲା ୨୦୨୬ ଆରମ୍ଭ ସହ ନିଜର ବରବାଦୀର ବଟନ ଭାରତ ହାତରେ ଧରାଇ ଦେଇଛି।

୨୦୨୬ରେ ଭାରତ-ବାଂଲାଦେଶ ମଧ୍ୟରେ ଥିବା ଏକ ବହୁତ ବଡ଼ ଏଗ୍ରିମେଣ୍ଟ ସମାପ୍ତ ହୋଇଯାଇଛି। ଏଥିରେ ବାଂଲାଦେଶର ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ପ୍ରସଙ୍ଗରେ ଭାରତ ସହ ସମ୍ପର୍କ କରିବାକୁ ନିଜ ପ୍ରତିନିଧିଙ୍କୁ ପଠାଇ ଦେଇଛି। ଭାରତ ଓ ବାଂଲଦେଶ ମଧ୍ୟରେ ୧୯୯୬ ମସିହାରେ ଗଙ୍ଗାଜଳ ବଣ୍ଟନ ବୁଝାମଣା ହୋଇଥିଲା। ଏହି ସନ୍ଧି ୩୦ ବର୍ଷିଆଥିଲା, ଯାହାର ଅବଧି ଡିସେମ୍ବର ୨୦୨୫ରେ ଶେଷ ହୋଇଯାଇଛି। ଅର୍ଥାତ ୨୦୨୬ରେ ବାଂଲାଦେଶକୁ ଗଙ୍ଗାନୀଦର କେତେ ପାଣି ଛଡାଯିବ ତାହା ଭାରତ ନିର୍ଦ୍ଧାରଣ କରିବ। ଏଥିରେ ହୁଏତ ବାଂଲାଦେଶକୁ ସବୁଦିନ ପାଇଁ ଭାରତ ପାଣି ଛାଡିବା ବନ୍ଦ ବି କରିଦେଇ ପାରେ।

ଯଦି ଭାରତ ବାଂଲାଦେଶକୁ ତା ଭାଷାରେ ବୁଝାଇ ଦିଏ ତ ହୁଏତ ଖରାଦିନ ପାଣି ପାଇଁ ସାରା ଦେଶ ଛଟପଟ ହେବା ଏକ ପ୍ରକାର ନିଶ୍ଚିତ। ତେବେ ଯେଉଁ ଭଳି ପାକିସ୍ତାନକୁ ପାଣି ବନ୍ଦ କରାଯାଇଛି ବାଂଲାଦେଶକୁ ମଧ୍ୟ ସେହିଭଳି ପାଣି ବନ୍ଦ କରାଯାଉ ବୋଲି ଭାରତରେ ଲୋକେ ଏବେ ଦାବି କରୁଛନ୍ତି। ଫରକ୍କାର ଗଙ୍ଗାଜଳ ବଣ୍ଟନ ପାଇଁ ୭ ନଭେମ୍ବର ୧୯୭୭ରେ ପ୍ରଥମ ରାଜିନାମା ଢାକାରେ ସ୍ୱାକ୍ଷରିତ ହୋଇଥିଲା। ଏହି ସନ୍ଧିର କିଛି ମାସ ପୂର୍ବରୁ ମାର୍ଚ୍ଚ ମାସରେ ମୋରାର୍ଜୀ ଦେଶାଈ ନୂଆକରି ପ୍ରଧାନମନ୍ତ୍ରୀ ହୋଇଥାନ୍ତି। ସେହି ବର୍ଷ ଏପ୍ରିଲ ମାସରେ ମେଜର ଜେନେରାଲ ଜିୟାଉର ରହମାନ ବାଂଲାଦେଶ ରାଷ୍ଟ୍ରପତି ହୋଇଥିଲେ।

ସେହିପରି ୧୯୯୬ ମସିହାରେ ଯେତେବେଳେ ଦ୍ୱିତୀୟବାର ଗଙ୍ଗାନଦୀ ଜଳ ବଣ୍ଟନ ବୁଝାମଣା ହୋଇଥିଲା ସେତେବେଳେ ଭାରତରେ ଏଚ.ଡି.ଦେବେଗୌଡା ଓ ବାଂଲାଦେଶରେ ଶେଖ ହସିନା ୬ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଉଭୟ ନେତା ଜୁନ ମାସରେ ନିଜନିଜର ପଦବୀ ସମ୍ଭାଳିଥିଲେ। ବୁଝାମଣା ଅନୁସାରେ ବ୍ୟାରେଜର ଦୁଇଟି ବାଟରେ ପାଣି ଯାଉଛି। ଏଥିରେ ଗୋଟିଏ ବାଟରେ ବାଂଲାଦେଶକୁ ପାଣି ଦିଆଯାଉଥିବା ବେଳେ ଆଉ ଗୋଟିଏ ବାଟରେ ହୁବଲିରେ ପାଣି ଆସୁଛି।

ବୁଝାମଣା ଅନୁସାରେ ଯଦି ୭୫୦୦୦ କ୍ୟୁସେକରୁ ଅଧିକ ପାଣି ହେଉଥାଏ ତେବେ ଏଥିରୁ ୪୫୦୦୦ କ୍ୟୁସେକ ପାଣି ଭାରତ ରଖିବ ଓ ବାକି ୩୦ ହଜାର କ୍ୟୁସେକ୍ ପାଣି ବାଂଲାଦେଶକୁ ଯିବ। ସେହିପରି ୭୦ ବା ୭୩ ହଜାର କ୍ୟୁସେକରୁ କମ ପାଣି ହେଲେ ଭାରତ ୩୦ ହଜାର କ୍ୟୁସେକ୍ ରଖିବ ଓ ବଳକା ପାଣି ବାଂଲାଦେଶକୁ ଦେବ। ମୋଟ ଉପରେ କହିବାକୁ ଗଲେ ଭାରତକୁ ୩୦ରୁ ୩୫ ହଜାର କ୍ୟୁସେକ୍ ପାଣିର ଆବଶ୍ୟକତା ପଡୁଛି। ଏହାକୁ ରଖି ବାକି ପାଣି ବାଂଲାଦେଶକୁ ଦେଇ ଦିଆଯାଉଛି। ଏଥି ପାଇଁ ଏହି ବ୍ୟାରେଜର ନିର୍ମାଣ ହୋଇଥିଲା। ଏବେ ଏହି ରାଜିନାମା ଶେଷ ହୋଇଯାଇଛି, ଯେଉଁଥି ପାଇଁ ୟୁନୁସଙ୍କ ଅନ୍ତରୀଣ ସରକାର ମୁଣ୍ଡରେ ଏବେ ଚଡ଼କ ପଡିଛି।