ପାକିସ୍ତାନର ଗୁପ୍ତଚର କାସିମ୍‌କୁ ଧରିଲା ଦିଲ୍ଲୀ କ୍ରାଇମ୍‌ ବ୍ରାଞ୍ଚ, ISI ସହ ରହିଛି ଲିଙ୍କ୍‌

Published By : Prameya-News7 Bureau | May 29, 2025 IST

ନୂଆଦିଲ୍ଲୀ : ଦେଶ ସହ ବିଶ୍ୱାସଘାତ କରୁଥିବା ବ୍ୟକ୍ତିଙ୍କର ତଲାସୀ ଜୋରଦାର ହୋଇ ଯାଇଛି। ଏହି କ୍ରମରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ପାକିସ୍ତାନ ପାଇଁ ଗୁପ୍ତଚର କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ କାସିମ ବୋଲି କୁହାଯାଏ। କାସିମଙ୍କୁ ଡିଙ୍ଗରୁ ଗିରଫ କରାଯାଇଛି। କୁହାଯାଏ କି, କାସିମ୍‌ର ଭାଇ ମଧ୍ୟ ଅଭିଯୋଗ ଆଧାରରେ ଆଇଏସଆଇର ଏଜେଣ୍ଟ ଥିଲା। ସେ ଏବେ ଫେରାର ଅଛି।

କାସିମ୍ ମଧ୍ୟ ଗତ ବର୍ଷ ପାକିସ୍ତାନ ଯାଇଥିଲା। ସୂତ୍ରାନୁସାରେ, ସେ ପାକିସ୍ତାନରେ ମାସେ ମଧ୍ୟ ରହି ଥିଲା। ଏହି ମାସେ ବେଳେ ସେ ଆଇଏସଆଇରୁ ଗୁପ୍ତଚରର ଟ୍ରେନିଂ ନେଇ ଥିଲା। ସେ ଭାରତରେ ରହି ଲୋକଙ୍କୁ ଦେଶ ବିରୋଧି କାର୍ଯ୍ୟକଳାପ ପାଇଁ ଉସୁକାଉ ଥିଲା। ସୂତ୍ରରୁ ପ୍ରକାଶ ଯେ, କାସିମ୍‌ ସେନା ସହ ଜଡ଼ିତ ସାମରିକ ସୂଚନା ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇକୁ ଦେଉଥିଲା।

କାସିମର ଗିରଫଦାରୀ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାକୁ ଧରିବା ପରେ ହୋଇଛି। ପାକିସ୍ତାନ ପାଇଁ ଗୁପ୍ତଚରର ସନ୍ଦେହରେ ଗିରଫ ଜ୍ୟୋତି ମାଲହୋତ୍ରା ନଭେମ୍ୱର ୨୦୨୩ରୁ ପାକିସ୍ତାନୀ ଉଚ୍ଚାୟୋଗର କର୍ମଚାରୀ ଏହସାନ-ଉର-ରହିମ ଓରଫ ଦାନିସ୍‌ଙ୍କ ସଂପର୍କରେ ଥିଲା। ଦାନିସଙ୍କୁ ଗୁପ୍ତଚର କାର୍ଯ୍ୟରେ ସାମିଲ ହେବା କାରଣରୁ ୧୩ ମଇରେ ବହିଷ୍କାର କରିଦିଆ ଯାଇ ଥିଲା। ହେଲେ କାସିମଙ୍କ ଗିରଫଦାରୀ ଏହି କେସ୍ ଠାରୁ ଅଲଗା।

ନିକଟରେ ରାଜସ୍ଥାନର ଜଣେ ସରକାରୀ କର୍ମଚାରୀକୁ ପାକିସ୍ତାନ ପାଇଁ ଗୁପ୍ତଚର କରୁଥିବା ସନ୍ଦେହରେ ଜୈସଲମେରରୁ ଧରାଯାଇଛି। ଅଭିଯୁକ୍ତ କଂଗ୍ରେସର ପୂର୍ବତନ ସରକାରରେ ମନ୍ତ୍ରୀ ଶାଲେ ମହମ୍ମଦଙ୍କ ବ୍ୟକ୍ତିଗତ ସହାୟକ ଭାବେ କାମ କରୁଥିଲା। ଜୈସଲମେରର ଜିଲ୍ଲା ରୋଜଗାର କାର୍ଯ୍ୟାଳୟରେ ସହାୟକ ପ୍ରଶାସନିକ ଅଧିକାରୀ (ଏଏଓ)ର ପଦରେ କାମ କରୁଥିବା ଶକୁର ଖାନର ମୋବାଇଲରେ ପାକିସ୍ତାନର କିଛି ଫୋନ୍‌ ନମ୍ୱର ମଧ୍ୟ ଜଣାପଡ଼ିଛି। ଶକୁର ଖାନ ୭ଥର ପାକିସ୍ତାନ ଯାଇ ସାରିଛି। 

ନିକଟରେ ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାରୁ ମଧ୍ୟ ଜଣେ ସଦିଗ୍ଧ ଗୁପ୍ତଚରକୁ ଗିରଫ କରାଯାଇଛି। ଅଭିଯୁକ୍ତର ନାଁ ଅଭିଷେକ। ଯାହାକୁ ଦେହରା ଉପମଣ୍ଡଳର ସୁଖାହରରୁ ଗିରଫ କରାଯାଇଛି। ଅଭିଷେକ ଉପରେ ଗତ କିଛି ସପ୍ତାହରୁ ଗୁଇନ୍ଦା ଏଜେନ୍ସି ପକ୍ଷରୁ କଡ଼ା ନିରୀକ୍ଷଣ ରଖାଯାଇ ଥିଲା। ଅଭିଷେକ ଉପରେ ସନ୍ଦେହ ଯେ, ସେ ସୋସିଆଲ ମିଡ଼ିଆ ଏବଂ ଅନ୍ୟ ମାଧ୍ୟମ ଗୁଡ଼ିକରୁ ସମ୍ୱେଦନଶୀଳ ସୂଚନା ପାକିସ୍ତାନ ଯାଏ ପହଞ୍ଚାଉ ଥିଲା। ଅଭିଷେକର ମୋବାଇଲ ଫୋନରୁ ଅନେକ ଆପତ୍ତିଜନକ ଓ ସଦିଗ୍ଧ ସୂଚନା ମିଳିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.