LIVE TV

ଟାଇଟ୍ ଜିନ୍ସ ପିନ୍ଧୁଛନ୍ତି କି ? ବଢୁଛି UTI ହେବାର ଆଶଙ୍କା ! ଜାଣନ୍ତୁ କେମିତି ଏହାକୁ ରୋକିବେ ?

NEWS7
jeans

ନୂଆଦିଲ୍ଲୀ ୧୨।୧୦: ବର୍ତ୍ତମାନ ମଡର୍ଣ୍ଣ ଯୁଗ । ଖାସ୍‌ କରି ସମସ୍ତେ ପୋଷାକ ପିନ୍ଧିବାରେ ଦେଖାଯିବାକୁ ଚାହାନ୍ତି ଷ୍ଟାଇଲିସ୍। କମ୍ଫଟେବଲ ଏବଂ ଷ୍ଟାଇଲିଷ୍ଟ ଦେଖାଯିବାର ବେଷ୍ଟ ଅପସନ୍‌ ହେଉଛି ଜିନ୍ସ । ବର୍ତ୍ତମାନ ମାର୍କେଟରେ ଭିନ୍ନ ଭିନ୍ନ ଷ୍ଟାଇଲର ନଜର ଆସୁଛି ଜିନ୍ସ । ଖାସ୍‌ କରି ଯୁବପୀଢିଙ୍କ ପ୍ରଥମ ପସନ୍ଦ ପାଲଟିଛି ଟାଇଟ୍‌ ଜିନ୍ସ ।

କିନ୍ତୁ ଏହା ମହିଳାଙ୍କ ପାଇଁ ହେଉଛି ଘାତକ । ମହିଳାଙ୍କ ଠାରେ ଦେଖାଯାଉଥିବା ଅଧିକାଂଶ ରୋଗର କାରଣ ପାଲଟୁଛି ଜିନ୍ସ । ଖାସ୍‌ କରି ଟାଇଟ୍ ଜିନ୍ସ । ଏହାକୁ ପିନ୍ଧିବା ଦ୍ବାରା ମୂତ୍ରନଳୀ ସଂକ୍ରମଣ (UTI) ହେବାର ବଢୁଛି ଆଶଙ୍କା । ଏହା ଆମେରିକୀୟ ଜର୍ଣ୍ଣାଲ୍ ଅଫ୍ ପବ୍ଲିକ୍ ହେଲ୍ଥରେ ପ୍ରକାଶିତ ଏକ କେସ୍-କଣ୍ଟ୍ରୋଲ୍ ଅଧ୍ୟୟନରୁ ଜଣାପଡିଛି ।

ରିପୋର୍ଟରେ କୁହାଯାଇଛି କି ଟାଇଟ୍‌ ଜିନ୍ସ UTI ହେବାର ଆଶଙ୍କା ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ସିନ୍ଥେଟିକ୍‌ କପଡ଼ାରେ ଜୀବାଣୁ ବୃଦ୍ଧି ପାଇଥାଏ ।  ବିଶେଷକରି ଉଷ୍ମ ଏବଂ ଆର୍ଦ୍ର ପରିବେଶରେ ଏହା ଅଧିକ ବୃଦ୍ଧି ପାଇପାରେ । ବିଶେଷଜ୍ଞମାନେ ମଧ୍ୟ ସିନ୍ଥେଟିକ୍‌ କପଡ଼ାରୁ ତିଆରି ପୋଷାକ ନପିନ୍ଧିବା ପାଇଁ ଦେଇଥାନ୍ତି ପରାମର୍ଶ । କାରଣ ସିନ୍ଥେଟିକ୍‌ କପଡ଼ା ଝାଳ ଶୋଷେ ନାହିଁ । ଯେଉଁ କାରଣରୁ ଜୀବାଣୁ ବୃଦ୍ଧିର ଆଶଙ୍କା ବୃଦ୍ଧି ପାଏ ।

ମହିଳାମାନେ ମଧ୍ୟ ଟାଇଟ୍ ସିନ୍ଥେଟିକ୍ ଅଣ୍ଡରଗାର୍ମେଣ୍ଟ ପିନ୍ଧିବା ଠାରୁ ଦୂରେଇ ରହିବା ଉଚିତ । ବିଶେଷଜ୍ଞମାନେ ଟାଇଟ୍ ଜିନ୍ସ ପିନ୍ଧିବା ଏବଂ UTI ମଧ୍ୟରେ ଏକ ସମ୍ପର୍କ ପାଇଛନ୍ତି । ମୂତ୍ରନଳୀକୁ ସାଧାରଣତଃ ଅନେକ ପ୍ରାକୃତିକ ଯନ୍ତ୍ର ସୁରକ୍ଷିତ ରଖିଥାଏ । କିନ୍ତୁ ଯେତେବେଳେ ଆପଣ ଦୀର୍ଘ ସମୟ ପାଇଁ ଟାଇଟ୍ ଜିନ୍ସ କିମ୍ବା ଲେଗିନ୍ସ ପିନ୍ଧନ୍ତି, ସେତେବେଳେ ବାୟୁ ପ୍ରବାହ ହ୍ରାସ ପାଏ ଏବଂ ଆର୍ଦ୍ରତା ଫସି ରହିଥାଏ । ଯାହା ଦ୍ୱାରା ଗୁପ୍ତାଙ୍ଗରେ ଘର୍ଷଣ ସୃଷ୍ଟି ହୁଏ ।

ଏହି କାରଣରୁ ଇ. କୋଲି ଭଳି କ୍ଷତିକାରକ ଜୀବାଣୁଙ୍କୁ ମୂତ୍ରନଳୀରେ ପହଞ୍ଚିବା ପାଇଁ ଏକ ଅନୁକୂଳ ପରିବେଶ ମିଳିଯାଇଥାଏ । ଆମେରିକୀୟ ଜର୍ଣ୍ଣାଲ ଅଫ୍ ପବ୍ଲିକ୍ ହେଲ୍ଥରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ମହିଳାମାନେ ଏପରି ପୋଷାକ ଅଧିକ ପିନ୍ଧନ୍ତି, ଯାହା ଫଳରେ ସଂକ୍ରମଣର ହାର ଅଧିକ ହୋଇଥାଏ। ସିନ୍ଥେଟିକ୍‌ କପଡାରେ ଗରମ ଏବଂ ଆର୍ଦ୍ରତା ଜୀବାଣୁକୁ ବୃଦ୍ଧି ପାଇବାକୁ ସହଜ କରିଥାଏ । ବିଶେଷକରି ଯେତେବେଳେ ମହିଳାମାନେ ଏଥିରେ ଦୀର୍ଘ ସମୟ ବସି ବିତାଇଥାନ୍ତି । ୟୁଟିଆଇର ବିପଦକୁ କମ କରିବା ପାଇଁ ଡାକ୍ତରମାନେ ଢିଲା-ସୂତା ଅନ୍ତଃବସ୍ତ୍ର ପିନ୍ଧିବାକୁ ପରାମର୍ଶ ଦିଅନ୍ତି।

ଏବେ ପ୍ରଶ୍ନ ଆସୁଛି ୟୁଟିଆଇର ଲକ୍ଷଣ କ’ଣ ? UTI ହେଲେ ପରିସ୍ରା କରିବା ସମୟରେ ପୋଡ଼ାଜଳା ହୋଇଥାଏ । ବାରମ୍ବାର ପରିସ୍ରା ଲାଗିବା, ଫେଣ ଏବଂ ଦୁର୍ଗନ୍ଧଯୁକ୍ତ ପରିସ୍ରା ହୋଇଥାଏ । ଏମିତିକି ତଳ ପେଟରେ ଯନ୍ତ୍ରଣା ମଧ୍ୟ ହୋଇଥାଏ ।  ତେବେ UTIକୁ କିପରି ରୋକାଯିବ? ଏଥିରୁ ବର୍ତ୍ତିବା ପାଇଁ ଟାଇଟ୍ ଜିନ୍ସ ପିନ୍ଧିବାକୁ ଏଡାନ୍ତୁ। କଟନ ଏବଂ ଲିନେନ୍ ପ୍ୟାଣ୍ଟ ପିନ୍ଧନ୍ତୁ । କାମ ଶେଷ ହେବା ପରେ ଘରେ ଢିଲା ପୋଷାକ ପିନ୍ଧନ୍ତୁ । ପ୍ରଚୁର ପରିମାଣରେ ପାଣି ପିଅନ୍ତୁ, ଯେପରିକି ବ୍ୟାକ୍ଟେରିଆ ଶରୀରରୁ ବାହାରକୁ ବାହାରିଯିବେ ।  ଏହାବ୍ୟତୀତ ବ୍ୟାୟାମ କରିବା ପରେ ସର୍ବଦା ପୋଷାକ ପରିବର୍ତ୍ତନ କରନ୍ତୁ। ସର୍ବଦା ସଫା ଟଏଲେଟ ବ୍ୟବହାର କରନ୍ତୁ । ଏପରି କିଛି ସାଧାରଣ ସଚେତନତାରୁ UTIରୁ ବର୍ତ୍ତିପାରିବେ ।