‘ଆମେରିକାକୁ ଡରୁଛନ୍ତି ରୁଷ ଓ ଚୀନ୍’; ଅଏଲ ଟ୍ୟାଙ୍କର ଜବତ ପରେ ପୁଟିନ-ଜିନପିଙ୍ଗକୁ ଟ୍ରମ୍ପଙ୍କ ଆହ୍ବାନ

NEWS7
pakistani-post-busted-by-indian-army

ନୂଆଦିଲ୍ଲୀ: ଆଟଲାଣ୍ଟିକ ମହାସାଗରରେ ଆମେରିକା ଏକ ରୁଷ ପତାକା ଥିବା ତୈଳ ଟ୍ୟାଙ୍କର୍ ଜବତ କରିଛି। ଆମେରିକାର ଗୃହ ବିଭାଗ ଏହି ଅପରେସନର ଏକ ଭିଡିଓ ସେୟାର କରିଛି। ଏବେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଧାସଳଖ ଭ୍ଲାଦିମିର ପୁଟିନ ଏବଂ ସି ଜିନପିଙ୍ଗଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ, ରୁଷ ଏବଂ ଚୀନ୍ କେବଳ ଆମେରିକାକୁ ଭୟ କରନ୍ତି। ସମସ୍ତେ ଭାଗ୍ୟବାନ ଯେ, ମୋର ପ୍ରଥମ କାର୍ଯ୍ୟକାଳରେ ସେନାକୁ ମଜଭୁତ କରିଥିଲି ଏବଂ ଏହା ଜାରି ରଖିବି।

ଆଟଲାଣ୍ଟିକ ମହାସାଗରରେ ଆମେରିକାର ଅପରେସନ ପରେ ଟ୍ରମ୍ପ କହିଛନ୍ତି ଯେ, ଯଦି ସେ ହସ୍ତକ୍ଷେପ କରିନଥାନ୍ତେ, ତେବେ ଆଜି ରୁଷ ପାଖରେ ସମଗ୍ର ୟୁକ୍ରେନ ଥାନ୍ତା । ସେ କହିଛନ୍ତି, ‘ଚୀନ ଏବଂ ରୁଷ କେବଳ ଗୋଟିଏ ଦେଶକୁ ଭୟ କରନ୍ତି । ତାହା ହେଉଛି ଟ୍ରମ୍ପଙ୍କ ଦ୍ବାରା ନିର୍ମିତ ନୂତନ ଆମେରିକା । ଟ୍ରମ୍ପ କହିଛନ୍ତି, ନାଟୋ ଆମର ସମର୍ଥନ କରୁ କିମ୍ବା ନକରୁ, ଆମେ ନାଟୋକୁ ସର୍ବାଦା ସବମର୍ଥନ କରିବୁ।

ଟ୍ରମ୍ପ କହିଛନ୍ତି, ‘ସମସ୍ତ ବଡ଼ ନାଟୋ ଦେଶ ମନେ ରଖିବା ଉଚିତ ଯେ, ସେମାନେ ପୂର୍ବରୁ ସେମାନଙ୍କର GDPର କେବଳ ୨ ପ୍ରତିଶତ ଦେଉଥିଲେ । ଆମେରିକା ମୂର୍ଖତାର ସହ ସେମାନଙ୍କ ପାଇଁ ଦେୟ ଦେଉଥିଲା। ମୁଁ ସମ୍ମାନର ସହିତ ସେମାନଙ୍କୁ GDPର ୫ ପ୍ରତିଶତ ପର୍ଯ୍ୟନ୍ତ ଆଣିଥିଲି, ଏବଂ ଏବେ ସେମାନେ ତୁରନ୍ତ ଦେୟ ଦେଉଛନ୍ତି। ସମସ୍ତେ କହିଥିଲେ ଯେ, ଏହା ହୋଇପାରିବ ନାହିଁ, କିନ୍ତୁ ଏହା ଘଟିଲା । ସର୍ବୋପରି ସେମାନେ ସମସ୍ତେ ମୋର ବନ୍ଧୁ।’

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନୋବେଲ ପୁରସ୍କାର ପାଇନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ମୁଁ ଏକାକୀ ଆଠଟି ଯୁଦ୍ଧ ବନ୍ଦ କରିଛି । ନାଟୋ ସଦସ୍ୟ ଥିବା ନରୱେ ମୋତେ ନୋବେଲ ଶାନ୍ତି ପୁରସ୍କାର ଦେଇନାହିଁ । ତଥାପି, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଁ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇଛି। ଆମେରିକା ବିନା, ରୁଷ ଏବଂ ଚୀନ୍ ନାଟୋକୁ ଭୟ କରନ୍ତି ନାହିଁ। ଆବଶ୍ୟକତା ସମୟରେ ନାଟୋ ଆମ ସହ ଛିଡ଼ା ହେବ କି ନାହିଁ, ତାକୁ ସନ୍ଦେହ ରହିଛି ।’