ଅଟୋ ଚାଳକଙ୍କ ୨୨ ହଜାର ଟଙ୍କା ଜରିମାନା ଭରିଦେଲେ ଲୋକପ୍ରିୟ ଗାୟକ, ସାଉଁଟୁଛନ୍ତି ପ୍ରଶଂସା

NEWS7
pakistani-isi-conspiracy-against-jammu-kashmir-wants-violence

ନୂଆଦିଲ୍ଲୀ: ଭାରତ ଟୁରରେ ଆସିଛନ୍ତି ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା ପି- ପପ କଲଚରର ପ୍ରତିଷ୍ଠାତା କରନ ଓଜଲା। ଫେବ୍ରୁଆରୀ ୨୮ରେ ଦିଲ୍ଲୀରୁ ପ୍ରଥମ ଶୋ’ ହୋଇଥିବାବେଳେ ମାର୍ଚ୍ଚ ୩ରେ ହୋଇଥିଲା ମୁମ୍ବାଇରେ ହୋଇଥିଲା ଦ୍ବିତୀୟ ଶୋ। ତେବେ ମୁମ୍ବାଇ ଶୋ’ ପୂର୍ବରୁ ତାଙ୍କର ଏକ ନିଆରା ଅନ୍ଦାଜ ପାଇଁ ଏବେ ସେ ଖୁବ୍ ଚର୍ଚ୍ଚିତ।

ପ୍ରକୃତରେ ମୁମ୍ବାଇ ପହଞ୍ଚିବା ପରେ କରନ ଅଟୋ ରିକ୍ସାରେ ବସି ସହର ବୁଲୁଥିଲେ। କିନ୍ତୁ ହଠାତ ତାଙ୍କୁ ଜଣେ ପୋଲିସ ଅଟକାଇଥିଲେ। କାରଣ ଅଟୋରିକ୍ସା ଉପରେ କିଛି ଫାଇନ୍ ଥିଲା। ତେବେ ସଙ୍ଗେ ସଙ୍ଗେ କରନ ନିଜ ଟିମକୁ କହି ଅଟୋରିକ୍ସା ଉପରେ ଥିବା ୧୭ ହଜାର ଟଙ୍କାର ବକେୟା ପୈଠ କରିଦେଇଥିଲେ।

ସହ ଗାୟକଙ୍କ ଏକ ଭିଡିଓ ସେୟାର କରିଥିଲେ। ଅବଶ୍ୟ ବକେୟା ଜରିମାନା କାରଣରୁ ପୋଲିସ ଗାଡ଼ିକୁ ରୋକିଥିଲେ। ଗାୟକ ନିଜ ଟିମକୁ ୧୭ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କଥା ଏତିକିରେ ସରିନଥିଲା, ପରେ ଆଉ ଜଣେ ଅଟୋ ଚାଳକ ମଧ୍ୟ ତାଙ୍କ ପାଖକୁ ଆସି ତାଙ୍କ ଫାଇନ ମଧ୍ୟ ଭରିଦେବାକୁ ଅନୁରୋଧ କରିଥିଲେ। ଆଉ ଗାୟକ ତାଙ୍କର ମଧ୍ୟ ୫ ହଜାର ଟଙ୍କା ଜରିମାନା ଭରିଦେଇଥିଲେ। ଏଥିରେ ଖୁସି ହୋଇଯାଇଥିଲେ ଅନ୍ୟ ଡ୍ରାଇଭର ଜଣକ। ପୁଣି ଯେତେବେଳେ ଚାଳକଙ୍କୁ ଜଣାପଡ଼ିଥିଲା ଯେ, ସେ କରନ ଓଜଲା ସେତେବେଳେ ସେ ତାଙ୍କୁ କୁଣ୍ଢାଇପକାଇଥିଲେ। ଏ ପୂରା ଘଟଣାର ଏକ ଭିଡିଓ ମଧ୍ୟ କରନ ସେୟାର କରିଛନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by Sanvir Singh (@sanvirchana)

 

କରଣ କହିଛନ୍ତି, ଅଟୋ ରିକ୍ସା ଉପରେ କିଛି ଫାଇନ୍ ଯୋଗୁ ଆମକୁ ପୋଲିସ ଅଟକାଇଥିଲା। ମାତ୍ର ଆମେ ଜରିମାନା ଭରିଦେଇଥିଲୁ। ଏଭଳି କରି ଖୁବ୍ ଖୁସି ଲାଗୁଛି।’’ ତେବେ ସେ ଅନ୍ୟ ଡ୍ରାଇଭରଙ୍କୁ ଆଗକୁ ଏଭଳି ଫାଇନ ନଲଗାଇବାକୁ ପରାମର୍ଶ ଦେଇଥିଲେ। ହଠାତ୍ ମୁଁ ସହରର ପ୍ରିୟ ହୋଇଯାଇଛି।ସେପେଟ କରଣଙ୍କ ଏହି କାମକୁ ନେଇ ପ୍ରଶଂସକ ଖୁବ୍ ପ୍ରଶଂସା କରିଛନ୍ତି।

ସୂଚନାଥାଉକି, ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏକ ଆକର୍ଷଣୀୟ ପ୍ରଦର୍ଶନ ସହିତ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ।୭୦ ହଜାରରୁ ଅଧିକ ପ୍ରଶଂସକଙ୍କ ଉପସ୍ଥିତିରେ, ସେ ତୌବା ତୌବା , ଗ୍ୟାଙ୍ଗଷ୍ଟର, ବଚକେ ବଚକେ, ବୟଫ୍ରେଣ୍ଡ ଏବଂ ‘ଫର୍ ଏ ରିଜନ’ ଭଳି ହିଟ୍ ଗୀତ ପରିବେଷଣ କରିଥିଲେ। କନସର୍ଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ କରଣ ଏକ ଜିପ୍ ଲାଇନରେ ଷ୍ଟାଡିୟମ ଦେଇ ଯାତ୍ରା କରୁଥିବାର ଦେଖାଯାଇଥିଲା। ଆତସବାଜି ପ୍ରଦର୍ଶନ ସହିତ ଶୋ ଶେଷ ହୋଇଥିଲା। ତାଙ୍କର ଆଗାମୀ ଶୋ ମାର୍ଚ୍ଚ ୧୪ରେ ଚଣ୍ଡିଗଡ଼ରେ, ମାର୍ଚ୍ଚ ୨୧ରେ ଇନ୍ଦୋରରେ ଏବଂ ମାର୍ଚ୍ଚ ୨୯ରେ ବେଙ୍ଗାଲୁରୁରେ ରହିଛି।