ନୂଆଦିଲ୍ଲୀ: ଭାରତୀୟ ସେନାର "ଅପରେସନ ସିନ୍ଦୂର" ପରେ ପାକିସ୍ତାନ ପକ୍ଷରୁ ଆରମ୍ଭ ହୋଇଛି ଆକ୍ରମଣ। ହେଲେ ପାକିସ୍ତାନ ପକ୍ଷରୁ ଆକ୍ରମଣର ମୁହଁତୋଡ଼ ଜବାବ ଦେଉଛି ଭାରତ। ଏହି କ୍ରମରେ ରାଜସ୍ଥାନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନୀ ଡ୍ରୋନ ମାରି ଖସାଇଛି ଭାରତ।
ରିପୋର୍ଟ ଅନୁଯାୟୀ, ଜୈସଲମେରରେ ଭାରତୀୟ ଏୟାର ଡିଫେନ୍ସ ପାକିସ୍ତାନୀ ଡ୍ରୋନକୁ ରୋକିଛି। ରାଜସ୍ଥାନ ବର୍ଡର ନିକଟରେ ସବୁ ଜିଲ୍ଲାରେ ବ୍ଲାକ୍ ଆଉଟ କରିଦିଆଯାଇଛି। ବାଡ଼ମେର ଡିଏମ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ରାଜସ୍ଥାନ ସ୍ଥିତି ସାମାନ୍ୟ ହୋଇଛି। କୌଣସି ପ୍ରକାର ଛୁଟି ରଦ୍ଦ କରାଯାଇଛି। ପାରାମେଡିକାଲ ଷ୍ଟାଫ୍ଙ୍କ ଛୁଟି ରଦ୍ଦ କରାଯାଇଛି।
ସୂଚନାଥାଉକି, ସୁରକ୍ଷା ଦୃଷ୍ଟିରୁ ଶ୍ରୀଗଙ୍ଗାନଗର, ବିକାନେର, ଜୋଧପୁର, ଜୈସଲମେର ଏବଂ ବାଡ଼ମେର ଜିଲ୍ଲାରେ ସରକାରୀ ଏବଂ ଘରୋଇ ସ୍କୁଲ ବନ୍ଦ କରାଯାଇଛି। ଜୋଧପୁରରେ ସବୁ କଲେଜକୁ ମଧ୍ୟ ବନ୍ଦ ରଖିବାକୁ ଆଦେଶ ଦିଆଯାଇଛି। ଏହା ବାଦ ସୁରକ୍ଷା ଦୃଷ୍ଟିରୁ ବିକାନେର, ଅଜମେରର କିଶନଗଡ଼ ଏବଂ ଜୋଧପୁର ବିମାନ ବନ୍ଦରରେ ମେ ୧୦ ପର୍ଯ୍ୟନ୍ତ ଉଡ଼ାଣର ପରିଚାଳନା ନିଲମ୍ବିତ କରିଦିଆଯାଇଛି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମ ଜରୁରୀ ବୈଠକ ଡକାଇଛନ୍ତି।