ସିନ୍ଧୁ ନଦୀ ଉପରେ ଡ୍ୟାମ ନିର୍ମାଣ କଲେ ଧ୍ୱଂସ କରିଦେବୁ, ପୁଣି ଭାରତକୁ ପାକିସ୍ତାନର ଧମକ

Published By : Prameya-News7 Bureau | May 03, 2025 IST

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାକୁ ନେଇ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ପୁଣି ଭାରତକୁ ନାଲି ଆଖି ଦେଖାଇବାକୁ ଚେଷ୍ଟା କରିଛି ପାକିସ୍ତାନ । ପଡୋଶୀ ଦେଶର ପ୍ରତିରକ୍ଷା ମନ୍ତ୍ରୀ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି । ସେ କହିଛନ୍ତି, ଯଦି ଭାରତ ସିନ୍ଧୁ ନଦୀ ଉପରେ କୌଣସି ଡ୍ୟାମ ନିର୍ମାଣ କରେ କିମ୍ବା ପାଣି ରୋକିବାକୁ ଚେଷ୍ଟା କରେ ତେବେ ଡ୍ୟାମ ନଷ୍ଟ କରି ଦେବୁ । ଉଲ୍ଲେଖନୀୟ ପହଲଗାମ ଆତଙ୍କୀ ହମଲା ପରେ ଭାରତ ପକ୍ଷରୁ ଗୋଟିଏ ପରେ ଗୋଟିଏ ଦୃଢ କାର୍ଯ୍ୟାନୁଷ୍ଠାନ ଦେଖି ଚିହିଁକି ଉଠିଛି ପାକିସ୍ତାନ । ବିଶେଷ କରି ପାକିସ୍ତାନକୁ ଭାରତ ଦ୍ୱାରା ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ ହେବା ଚିନ୍ତା ବେଶ ଘାରିଛି । 

କେନ୍ଦ୍ର ସରକାର ସିନ୍ଧୁ ନଦୀର ଗୋଟିଏ ବୁନ୍ଦା ପାଣି ପାକିସ୍ତାନକୁ ନ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ପଡୋଶୀ ଦେଶରେ ଜଳ ସଙ୍କଟ ଉତ୍ପନ ହେବାର ସମ୍ଭାବନା ବଢି ଯାଇଛି । ଏହିକ୍ରମରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଧମକ ଦେଇ କହିଛନ୍ତି, ଯଦି ଭାରତ ସିନ୍ଧୁ ନଦୀର ଜଳ ଅଟକାଇବା ପାଇଁ ଡ୍ୟାମ ନିର୍ମାଣ କରେ ତେବେ ପାକିସ୍ତାନ ଏହାକୁ ଧ୍ୱଂସ କରି ଦେବ । ଏକ ସାକ୍ଷାତକାରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଉଜେଜନାମୂଳକ ଭାଷଣ ଦେଇ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। 

ସେ କହିଛନ୍ତି, ସିନ୍ଧୁ ଜଳର ନଦୀ ଅଟକାଇଲେ ଏହାକୁ ଜଳ ଯୁଦ୍ଧ ଭାବେ ବିବେଚନା କରାଯିବ । ଯଦି ଭାରତ ସିନ୍ଧୁ ନଦୀ ଉପରେ ଡ୍ୟାମ ନିର୍ମାଣ କରେ ତେବେ ପାକିସ୍ତାନର ପ୍ରତିକ୍ରିୟା କଣ ରହିବ ? ଏହି ପ୍ରଶ୍ନର ଉତ୍ତରରେ ଖ୍ୱାଜା ଆସିଫ କହିଛନ୍ତି, ଏହା ପାକିସ୍ତାନ ଉପରେ ଆକ୍ରମଣ ବୋଲି କୁହାଯିବ । କେବଳ ଗୁଳି ଓ ବାରୁଦରେ ଆକ୍ରମଣ କରାଯାଏ ନାହିଁ, ପାଣିକୁ ଅକଟକାଇବା ବିା ପାକିସ୍ତାନ ଉପରେ ଆକ୍ରମଣ ବୋଲି କୁହାଯିବ । ଭାରତ ଡ୍ୟାମ ନିର୍ମାଣ କରିବାକୁ ଉଦ୍ୟମ କଲେ ପାକିସ୍ତାନ ଉକ୍ତ ଢାଞ୍ଚାକୁ ନଷ୍ଟ କରି ଦେବ ବୋଲି ଖ୍ୱାଜା ଆସିଫ କହିଛନ୍ତି । 

Also read: ପାକ୍‌ ବାଣିଜ୍ୟ ଉପରେ ବଡ଼ ପ୍ରହାର: ଭାରତକୁ ଆସିବନି ପାକିସ୍ତାନର ଏସବୁ ପ୍ରଡ଼କ୍ଟ

ଅନ୍ୟପଟେ ଭାରତର ଆକ୍ରମଣ ଭୟରେ ସଜାଗ ହେଲାଣି ପାକିସ୍ତାନ। ବର୍ତ୍ତିବା ପାଇଁ ଆଗୁଆ ପ୍ରସ୍ତୁତିରେ ଲାଗିଛି ଆତଙ୍କୀ ଦେଶ। ଭାରତ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ବାଲିଷ୍ଟିକ୍ ମିଶାଇଲ୍ ପରୀକ୍ଷଣ କରିଛି ପାକିସ୍ତାନ। ଶନିବାର ୪୫୦ କିଲୋମିଟର ଦୂରତା ବିଶିଷ୍ଟ ଏକ ଭୁପୃଷ୍ଠରୁ ଭୁପୃଷ୍ଠକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିବା ଦାବି କରିଛି। 

ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ନାମ ଅବଦାଲି। ଏହା ପାକିସ୍ତାନ ସୋନମିଆନି ରେଞ୍ଜରେ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ପାକିସ୍ତାନର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (ଇଝୠଉ) ଅଧୀନରେ କରାଯାଇଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅବଦାଲି ୱେପନ୍ ସିଷ୍ଟମ୍ ନାମରେ ଜଣାଶୁଣା। ଏହି ମିଶାଇଲକୁ ସାମରିକ ଅଭ୍ୟାସ 'ବ୍ୟବହାର ଇଣ୍ଡସ୍' ଅନ୍ତର୍ଗତ ପରୀକ୍ଷଣ କରାଯାଇଛି।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.